Posted inଖେଳ

ଡାକ୍ତରଖାନାରେ ମୃତ୍ୟୁସହ ସଂଗ୍ରାମ କରୁଥିଲେ ଝିଅ, ଏପଟେ ପଡିଆରେ କ୍ରିକେଟ ଖେଳିବାକୁ ଓହ୍ଲାଇଲେ ପିତା

ଲଣ୍ଡନ, ୨୦।୫: ଡାକ୍ତରଖାନାରେ ୨ବର୍ଷର ଝିଅ ମୃତ୍ୟୁ ସହ ସଂଗ୍ରାମ କରୁଥିଲାବେଳେ ଏପଟେ ବ୍ୟାଟ ଧରି ପଡିଆକୁ ଓହ୍ଲାଇ ଖେଳୁଆଡ ମନୋଭାବର ପରିଚୟ ଦେଇଛନ୍ତି ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ଆସିଫ୍‌ ଅଲ୍ଲୀ। ଆସିଫଙ୍କ ଦୁଇବର୍ଷର ଝିଅ ତୁର୍‌ ଫାତିମା କ୍ୟାନସରରେ ପୀଡିତ ହୋଇ ଆମେରିକାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କ୍ୟାନସରର ଶେଷ ପର୍ଯ୍ୟାୟରେ ଥିବାରୁ ସୋମବାର ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ରବିବାର ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟ ଖେଳାଯାଉଥିବା ଏକଦିବସୀୟ ସିରିଜର ଶେଷ ମ୍ୟାଚ୍‌ ଥିଲା। ପାକିସ୍ତାନ ଟିମ୍‌ରେ ସାମିଲ୍‌ ହୋଇ ମ୍ୟାଚ୍‌ ଖେଳିଥିଲେ ଆସିଫ୍‌। ଯଦିଓ ଏହି ମ୍ୟାଚ୍‌ରେ ଆସିଫ୍‌ ସେତେଟା ଭଲ ପ୍ରଦର୍ଶନ କରିପାରି ନ ଥିଲେ, କିନ୍ତୁ ଖେଳୁଆଡ ମନୋଭାବ ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି। ଉକ୍ତ ମ୍ୟାଚରେ ଆସିଫ ୧୭ଟି ବଲରୁ ସେ ୨୨ରନ୍‌ରେ ଆଉଟ ହୋଇଥିଲେ। ଇଂଲଣ୍ଡଠାରୁ ପାକିସ୍ତାନ ୫୪ରନରେ ପରାସ୍ତ ହୋଇଥିଲା। ଝିଅର ଅକାଳ ମୃତ୍ୟୁ ପରେ ସେ ପାକିସ୍ତାନ ଫେରି ପୁଣି ବିଶ୍ୱକପ୍‌ ଖେଳିବା ପାଇଁ ଇଂଲଣ୍ଡ ଯାତ୍ରା କରିବେ। ସୂଚନାଯୋଗ୍ୟ, ଗତ ମାସରେ ତୁର୍‌ ଫାତିମା କ୍ୟାନସରରେ ପୀଡିତ ଥିବା କଥା ନିଜ ଟୁଇଟରରେ ଘୋଷଣା କରିଥିଲେ ଆସିଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାର ଦୁର୍ଘଟଣାରେ ଆଖିବୁଜିଲେ ବନ ବିଭାଗ ଅଧିକାରୀ

କଲ୍ୟାଣସିଂହପୁର,୧୬।୧(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବନ ବିଭାଗ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କ ଶୁକ୍ରବାର ରାତିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ କଲ୍ୟାଣସିଂହପୁରରୁ ରାୟଗଡା...

ନୂଆପଡ଼ାରେ ଥମୁନି ଦାଦନ ଦୁଃଖ: ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୧୬ା୧ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନି। ସପ୍ତାହକ ଭିତରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିର୍ଯାତନାର ଶିକାର ହୋଇ...

ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗ ଉପସଚିବଙ୍କ ଅଚାନକ ଗସ୍ତ

ଗଜପତି,୧୬।୧(ଗିରିଧାରୀ ପରିଛା): ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ଥିବା ଖାଉଟି...

ଦିବ୍ୟାଙ୍ଗ ପୁଅକୁ କାଠଫାଳିଆରେ ମାରୁଥିଲେ, ବାପା ବଞ୍ଚେଇବାକୁ ଯାଇ…

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗାଁର ପ୍ରକାଶ ଗୌଡ଼(୬୫) ନାମକ ଜଣେ ବୃଦ୍ଧଙ୍କୁ ଗାଁର...

ଝିଅଙ୍କୁ ବଳାତ୍କାର ଅଭିଯୋଗରେ ଯାଇଥିଲେ ଜେଲ, ଜାମିନରେ ଫେରି ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ; ପୁଣି ଥରେ ଅଭିଯୁକ୍ତ ସ୍ବାମୀ… 

ଦିଗପହଣ୍ଡି, ୧୬।୧(ଅଶେଷ ନାଥ ମିଶ୍ର): ୬ ମାସ ପୂର୍ବେ ବଡ଼ ଝିଅଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜେଲ ଯାଇଥିଲେ। ଜେଲରୁ ଫେରି ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ।...

ଜାତୀୟ ପ୍ରତିଯୋଗିତାରେ ଭାଗନେବେ ଗଞ୍ଜାମ ଝିଅ:  ସାଉଣ୍ଟୁଛନ୍ତି ଗୋଟିଏ ପରେ ଗୋଟିଏ ସମ୍ମାନ

ଛତ୍ରପୁର,୧୬।୧(ଦିଲ୍ଲୀପ ସାମଲ): ଭୁବନେଶ୍ବରସ୍ଥିତ କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୩୫ତମ ଓଡ଼ିଶା ମାଷ୍ଟର୍ସ ଦୌଡରେ ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାର୍ଯ୍ୟାଳୟର ସୁପ୍ରକାଶ  ପ୍ରଧାନ କୃତିତ୍ୱ...

ଫେବୃୟାରୀରୁ ଡିସେମ୍ୱର ମଧ୍ୟରେ ବଦଳିବ ୪ରାଶିଙ୍କ ଭାଗ୍ୟ, ଅଚାନକ କୋଟିପତି ହେବେ; ତାଲିକାରେ ଅଛି କି ଆପଣଙ୍କ ରାଶି…

ସବୁଠାରୁ ପ୍ରସିଦ୍ଧ ଭବିଷ୍ୟଜ୍ଞମାନଙ୍କ ମଧ୍ୟରୁ ଜଣେ ଥିଲେ ବୁଲଗେରିଆନ୍ ବାବା ଭେଙ୍ଗା। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ବିଶ୍ୱବାସୀଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ...

ଜଳିଗଲା ୫୦ ବସ୍ତା ଧାନ: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ପାରଳାଖେମୁଣ୍ଡି,୧୬ା୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରାବନ୍ଧ ପଞ୍ଚାୟତ ଅକୋୟାକୋଣ୍ଡା ଗ୍ରାମର ଭେଙ୍କେଟେଶ୍ବର ଶବରଙ୍କ ଖଳାରେ ନିଆଁ ଲାଗି ୫୦ ବସ୍ତାରୁ ଊର୍ଦ୍ଧ୍ୱ ଅମଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri