Posted inଖେଳ

ଡାକ୍ତରଖାନାରେ ମୃତ୍ୟୁସହ ସଂଗ୍ରାମ କରୁଥିଲେ ଝିଅ, ଏପଟେ ପଡିଆରେ କ୍ରିକେଟ ଖେଳିବାକୁ ଓହ୍ଲାଇଲେ ପିତା

ଲଣ୍ଡନ, ୨୦।୫: ଡାକ୍ତରଖାନାରେ ୨ବର୍ଷର ଝିଅ ମୃତ୍ୟୁ ସହ ସଂଗ୍ରାମ କରୁଥିଲାବେଳେ ଏପଟେ ବ୍ୟାଟ ଧରି ପଡିଆକୁ ଓହ୍ଲାଇ ଖେଳୁଆଡ ମନୋଭାବର ପରିଚୟ ଦେଇଛନ୍ତି ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ଆସିଫ୍‌ ଅଲ୍ଲୀ। ଆସିଫଙ୍କ ଦୁଇବର୍ଷର ଝିଅ ତୁର୍‌ ଫାତିମା କ୍ୟାନସରରେ ପୀଡିତ ହୋଇ ଆମେରିକାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କ୍ୟାନସରର ଶେଷ ପର୍ଯ୍ୟାୟରେ ଥିବାରୁ ସୋମବାର ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ରବିବାର ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟ ଖେଳାଯାଉଥିବା ଏକଦିବସୀୟ ସିରିଜର ଶେଷ ମ୍ୟାଚ୍‌ ଥିଲା। ପାକିସ୍ତାନ ଟିମ୍‌ରେ ସାମିଲ୍‌ ହୋଇ ମ୍ୟାଚ୍‌ ଖେଳିଥିଲେ ଆସିଫ୍‌। ଯଦିଓ ଏହି ମ୍ୟାଚ୍‌ରେ ଆସିଫ୍‌ ସେତେଟା ଭଲ ପ୍ରଦର୍ଶନ କରିପାରି ନ ଥିଲେ, କିନ୍ତୁ ଖେଳୁଆଡ ମନୋଭାବ ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି। ଉକ୍ତ ମ୍ୟାଚରେ ଆସିଫ ୧୭ଟି ବଲରୁ ସେ ୨୨ରନ୍‌ରେ ଆଉଟ ହୋଇଥିଲେ। ଇଂଲଣ୍ଡଠାରୁ ପାକିସ୍ତାନ ୫୪ରନରେ ପରାସ୍ତ ହୋଇଥିଲା। ଝିଅର ଅକାଳ ମୃତ୍ୟୁ ପରେ ସେ ପାକିସ୍ତାନ ଫେରି ପୁଣି ବିଶ୍ୱକପ୍‌ ଖେଳିବା ପାଇଁ ଇଂଲଣ୍ଡ ଯାତ୍ରା କରିବେ। ସୂଚନାଯୋଗ୍ୟ, ଗତ ମାସରେ ତୁର୍‌ ଫାତିମା କ୍ୟାନସରରେ ପୀଡିତ ଥିବା କଥା ନିଜ ଟୁଇଟରରେ ଘୋଷଣା କରିଥିଲେ ଆସିଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଲ୍ଡିଂ ଓ ଇବୋନୀଙ୍କୁ ଫ୍ରିଡମ୍‌ ଅଫ୍‌ ଦି ସିଟି ଅଫ୍‌ ଲଣ୍ଡନ ପୁରସ୍କାର

ଲଣ୍ଡନ,୧୭।୧୨(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ଲିଜେଣ୍ଡ ମାଇକେଲ ହୋଲ୍ଡିଂ ଓ ପୂର୍ବତନ ଇଂଲଣ୍ଡ ମହିଳା କ୍ରିକେଟର ଇବୋନୀ ରେନଫୋର୍ଡ- ବ୍ରେଣ୍ଟଙ୍କୁ ଫ୍ରିଡମ୍‌ ଅଫ୍‌ ଦି ସିଟି ଅଫ୍‌...

୮୬ ବର୍ଷ ତଳେ ଲାଲା ଅମରନାଥ ଇଂଲଣ୍ଡ ବିପକ୍ଷରେ କରିଥିଲେ ଶତକ ପୂରଣ: ଏବେ ସୁଦ୍ଧା ୮୬ ଭାରତୀୟ କ୍ରିକେଟର କରିଛନ୍ତି ୫୧୭ ଶତକ

ନୂଆଦିଲ୍ଲୀ, ୧୭।୧୨: କ୍ରିକେଟର ଲାଲା ଅମରନାଥ ୮୬ ବର୍ଷ ତଳେ ୧୯୩୩ ଡିସେମ୍ବର ୧୭ରେ ଭାରତର ପ୍ରଥମ ଖେଳାଳି ଭାବେ ଶତକ ପୂରଣ କରିଥିଲେ। ମୁମ୍ବାଇର...

ପଡ଼ିଆରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ସହ କୋହଲିଙ୍କ ଯୁକ୍ତିତର୍କ: କହିଲେ, ପାଟି ବନ୍ଦ କରି ବ୍ୟାଟିଂ କର

ଲଣ୍ଡନ,୩।୭:ଏଜବାଷ୍ଟନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ରବିବାର ମ୍ୟାଚର ତୃତୀୟ ଦିନରେ ବିରାଟ କୋହଲି ପଡ଼ିଆରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ...

ଭର୍ଷ୍ଟାପେନ୍‌ଙ୍କୁ ପୋଲ୍‌ ପୋଜିଶନ

ୟାସ୍‌ ଆଇଲାଣ୍ଡ, ୧୩ା୧୨-ସିଜନ ଶେଷ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଆବୁଧାବି ଗ୍ରାଁ ପ୍ରି ପାଇଁ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ପୋଲ୍‌ ପୋଜିଶନ ହାସଲ କରିଛନ୍ତି।...

ପ୍ରଥମ ଟେଷ୍ଟ: ନ୍ୟୁଜିଲାଣ୍ଡ ସ୍ଥିତି ଦୃଢ଼; ଓ୍ବାଟଲିଂଙ୍କ ଦ୍ୱିଶତକ, ସାଣ୍ଟନରଙ୍କ ଶତକ

ମାଉଣ୍ଟ ମାଉନଗାନୁଇ, ୨୫।୧୧(ଏଏଫ୍‌ପି)- ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଦମ୍‌ଦାର ପ୍ରଦର୍ଶନ କରି ତା’ର...

ସେଲ୍‌ ଥେରାପି ପାଇଁ ପ୍ୟାରିସ୍‌ରେ ସୁମାକର

ପ୍ୟାରିସ୍‌, ୧୧ା୯ (ଏଏଫ୍‌ପି)-ଆଘାତପ୍ରାପ୍ତ ୭ଥର ଚାମ୍ପିୟନ ଫର୍ମୁଲା ଓ୍ବାନ ବିଶ୍ୱ ଚାମ୍ପିୟନ ମାଇକେଲ ସୁମାକରଙ୍କୁ ପ୍ୟାରିସର ଜର୍ଜେସ ପମ୍ପିଡୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର...

୧୦ ଉଇକେଟ ଏଲିଟ୍‌ କ୍ଲବରେ ଅର୍ପଣ

ଗୁଆହାଟୀ, ୧୪ା୬-ଗୋଟିଏ ଇନିଂସରେ ସମସ୍ତ ୧୦ଉଇକେଟ ଅକ୍ତିଆର କରିଥିବା ବୋଲରମାନଙ୍କ ଏଲିଟ୍‌ କ୍ଲବରେ ଯୋଗଦାନ କରିଛନ୍ତି ଆସାମର ବାମହାତି ବୋଲର ଅର୍ପଣ ଦତ୍ତ। ଆସାମ କ୍ରିକେଟ...

ଭାବପ୍ରବଣ ହେଲେ ପନ୍ତ

ନୂଆଦିଲ୍ଲୀ,୧୫।୨: ଆଇପିଏଲ ୨୦୨୨ ମେଗା ନିଲାମରେ ଅଧିକାଂଶ ଫ୍ରାଞ୍ଚାଇଜ ସେମାନଙ୍କର ପୁରୁଣା ଖେଳାଳି କିଣିବାକୁ ଚେଷ୍ଟା କରିଥିଲେ। ଅନେକ ଦଳ ଏଥିରେ ସଫଳ ହୋଇଥିଲେ ଏବଂ...

Advertisement
Archives

Model This Week