ଡାକ୍ତରଖାନାରେ ତାଲା: ଦୁର୍ଘଟଣାରେ ଗୁରୁତର ବୃଦ୍ଧା ପାଇ ପାରିଲେନି ଚିକିତ୍ସା

ଭଟଲି, ୨ା୧(ଡି.ଏନ.ଏ.) ରାଜ୍ୟ ସରକାରଙ୍କ ୫ଟି ଯୋଜନାକୁ ସାକାର କରିବା ପାଇଁ ସମସ୍ତ ଅଧିକାରୀ ତତ୍ପର। ସେପଟେ ୫ଟି ସଚିବ ବିଭିନ୍ନ ଜିଲା ମୁଖ୍ୟାଳୟର ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ପରେ ଜିଲା ମୁଖ୍ୟ ଡାକ୍ତରଖାନା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ଚକାଚକ୍‌ ହୋଇଯାଇଛି। ମାତ୍ର ସେଗୁଡ଼ିକ କାମକୁ ଆସୁ ନ ଥିବା ଦୃଷ୍ଟିଗୋଚର ହେଉଛି। ଏଭଳି ଏକ ଘଟଣା ଘଟିଛି ବରଗଡ଼ ଜିଲା ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ କେତେକ ସାମାଜିକ କର୍ମୀ ଜଣେ ଦୁର୍ଘଟଣାଗ୍ରସ୍ତ ବୃଦ୍ଧାଙ୍କୁ ନେଇ ଡାକ୍ତରଖାନା ପହଞ୍ଚିଥିଲେ। ହେଲେ ସେତେବେଳକୁ ଡାକ୍ତରଖାନାରେ ତାଲା ପଡ଼ିଥିବା ଦେଖାଯାଇଥିଲା। ଡାକ୍ତରଖାନା କେବଳ ତାଲା ପଡି ନ ଥିଲା, ସେଠାରେ ନା ଥିଲେ କୌଣସି ଡାକ୍ତର କିମ୍ବା ନାଇଟ୍‌ୱାଚର। ଡାକ୍ତରଖାନାରେ କେହି ବି ନଥିଲା ବେଳେ ବୃଦ୍ଧା ଜଣକ ଗୁରୁତୁର ଅବସ୍ଥାରେ ପଡି ରହିଥିଲେ। ତାଙ୍କ ଗୋଡ଼, ହାତ, ମୁହଁ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖାଯାଇଥିଲା। ସେପଟେ ଭଟଲିରେ ଆମ୍ବୁଲାନ୍ସ ବ୍ୟବସ୍ଥା ନଥିବାବେଳେ ଗୋଟିଏ ମାତ୍ର ୧୦୮ ଗାଡ଼ି ରହିଛି। ଉକ୍ତ ଗାଡିକୁ ଫୋନ୍‌ କଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଦମକଳ ବାହିନୀକୁ ଡାକି ସାମାଜିକ କର୍ମୀମାନେ ଘଟଣାସ୍ଥଳରୁ ଉଦ୍ଧାର କରି ବୃଦ୍ଧାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତରଙ୍କ ଅନୁପସ୍ଥିତି ସେଠାରେ ଏକ ଉତ୍ତେଜନାମତ୍କ ପରିସ୍ଥିତି ସୃଷ୍ଟି କରିଥିଲା। ପରେ ବିଡିଓ ଧିରେନ୍ଦ୍ର କୁମାର ସେଠୀଙ୍କ ଉପସ୍ଥିତିରେ ଉକ୍ତ ଦମକଳ ଗାଡ଼ିରେ ବୃଦ୍ଧାଙ୍କୁ ବରଗଡ଼ ଜିଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ଜିଲାପାଳ ଜ୍ୟୋତିରଞ୍ଜନ ପଧାନ ଏବଂ ସିଡିଏମ୍‌ଓ ବିଭୂତି ଭୂଷଣ ମେହେରଙ୍କୁ ଯୋଗାଯୋଗ କରାଯିବାରୁ ଏହାର ତଦନ୍ତ ପୂର୍ବକ ସମାଧାନ କରାଯିବ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ଏହି ଡାକ୍ତରଖାନାକୁ ପୂର୍ବରୁ ମଧ୍ୟ ଅନେକ ଦୁର୍ଘଟଣାଜନିତ ରୋଗୀ ହଟହଟାର ସମ୍ମୁଖୀନ ହୋଇଥିବା ନଜିର ରହିଛି।
ପ୍ରକାଶଥାଉକି ଭଟଲି-ଅମ୍ବାଭୋନା ମୁଖ୍ୟରାସ୍ତା ତରାଜୁଙ୍ଗା ନିକଟରେ କୌଣସି ଏକ ଗାଡ଼ି ଧକ୍କାରେ ବୃଦ୍ଧା ଜଣକ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିରହିଥିଲେ। କେତେକ ସାମାଜିକ କର୍ମୀ ତାଙ୍କୁ ଦେଖି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ।ମାତ୍ର କୌଣସି ୧୦୮ ଖାଲି ନଥିବା ଉତ୍ତର ଆସିବାରୁ ସେମାନେ ଭଟଲି ଦମକଳ ବାହିନୀକୁ ଫୋନ କରି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri