Posted inଖେଳ

ଡାକାର ରାଲି: କାର୍ଲୋସ ସେଞ୍ଜ୍‌ଙ୍କୁ ତୃତୀୟ ଟାଇଟଲ

କ୍ୱିଦିୟା (ସୌଦି ଆରବ), ୧୮ା୧ (ଏଏଫ୍‌ପି)-ଭେଟେରାନ ସ୍ପାନିଶ ଡ୍ରାଇଭର କାର୍ଲୋସ ସେଞ୍ଜ୍‌ ଶୁକ୍ରବାର ତୃତୀୟ ଥରପାଇଁ ଡାକାର ରାଲି ଜିତିଛନ୍ତି। ୫୭ ବର୍ଷୀୟ ଏହି ଡ୍ରାଇଭର ଅନ୍ତିମ ତଥା ଦ୍ୱାଦଶ ଷ୍ଟେଜ୍‌ରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଗତଥରର ଚାମ୍ପିୟନ କାତାରର ନାସେର ଅଲ୍‌ ଆତିୟାଙ୍କୁ ୬ ମିନିଟ୍‌ ୨୧ ସେକେଣ୍ଡ ପଛରେ ପକାଇ ଦେଇଥିଲେ। ନାସେର ମଙ୍ଗଳବାର ସେଞ୍ଜଙ୍କୁ ୨୪ସେକେଣ୍ଡ ପଛରେ ପକାଇ ଅଗ୍ରଣୀ ଲାଭ କରିଥିଲେ। ମାତ୍ର ଏହାପରେ ସେ ଗତିପଥ ନିର୍ଦ୍ଧାରଣ ପଦ୍ଧତିରେ ତ୍ରୁଟି କରି ବସିଥିଲେ। ରେସ୍‌ ପରେ ସେଞ୍ଜ ଆନନ୍ଦ ପ୍ରକାଶ କରିବା ସହ ସୌଦି ଆରବରେ ପ୍ରଥମ ଅଭିଜ୍ଞତା ବେଶ୍‌ ରୋମାଞ୍ଚକ ଥିଲା ବୋଲି କହିଛନ୍ତି। ଆସନ୍ତା ବର୍ଷ ରେସ୍‌ରେ ସେ ଅଂଶଗ୍ରହଣ କରିବେ କି ପଚରାଯିବାରେ ଏବେଠୁ କହିବା ଠିକ୍‌ ହେବ ନାହିଁ ବର୍ତ୍ତମାନ ମୁଁ ବିଜୟ ଖୁସିକୁ ଉପଭୋଗ କରିବାକୁ ଚାହେଁ ବୋଲି କହିଥିଲେ। ସେଞ୍ଜ ହେଉଛନ୍ତି ଫର୍ମୁଲା ଓ୍ବାନ ଡ୍ରାଇଭର କାର୍ଲୋସ ସେଞ୍ଜ ଜୁନିୟରଙ୍କ ପିତା। ସେ ତାଙ୍କ ଏକ୍ସ-ରେଡ୍‌ ମିନିରେ ତୃତୀୟ ଷ୍ଟେଜ୍‌ରୁ ରେସ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ସେଞ୍ଜ ବର୍ତ୍ତମାନ ପୃଥକ୍‌ ପୃଥକ କମ୍ପାନୀର ପ୍ରତିନିଧିତ୍ୱ କରି ଏହି ପ୍ରତିଯୋଗିତାରେ ତୃତୀୟ ଥର ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ପୂର୍ବରୁ ସେ ୨୦୧୦ରେ ଭୋଗ୍ସଓ୍ବାଗନ ଏବଂ ୨୦୧୮ରେ ପିଜଟ ତରଫରୁ ପ୍ରତିନିଧିତ୍ୱ କରି ଟାଇଟଲ ଜିତିସାରିଥିଲେ। ଷ୍ଟିଫାନେ ପିଟରହାନ୍‌ସେଲ ତାଙ୍କ ମିନିରେ ୯ ମିନିଟ୍‌ ୫୮ ସେକେଣ୍ଡ ପଛରେ ରହି ତୃତୀୟ ହୋଇଥିଲେ। କଷ୍ଟସାଧ୍ୟ ଡାକାର ରାଲି ୧୨ଦିନ ଧରି ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀମାନଙ୍କୁ ୭,୮୦୦ କିଲୋମିଟର ଅତିକ୍ରମ କରିବାକୁ ହୋଇଥିଲା। ମୋଟରବାଇକ୍‌ ବିଭାଗରେ ରିକି ବ୍ରାବେକ୍‌ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ରାଇଡର ଭାବେ ରେସ୍‌ ଜିତିଥିଲେ। ଦୁଇଥର ଫର୍ମୁଲା ଓ୍ବାନ ଚାମ୍ପିୟନ ଫର୍ନାଣ୍ଡୋ ଆଲେଁାସୋ ତାଙ୍କ ଡାକାର ପଦାର୍ପଣରେ ୧୩ତମ ସ୍ଥାନ ଅଧିକାର କରିଥିଲେ। ରବିବାର ପର୍ତ୍ତୁଗୀଜ୍‌ ରାଇଡର ପଲୋ ଗୋନକ୍ଲେଭ୍ସଙ୍କ ମୃତ୍ୟୁ ଶୋକ ପରିବେଶ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୧୨: ମୁମ୍ବାଇକୁ ଚତୁର୍ଥ ଟାଇଟଲ

ହାଇଦ୍ରାବାଦ, ୧୩।୫(ପି.ଟି.)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୯ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ହାସଲ କରିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ...

ବାର୍ଟିଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ପ୍ୟାରିସ, ୯ା୬ (ଏଏଫ୍‌ପି)- ଫ୍ରେଞ୍ଚ ଓପନ୍‌ ସିଙ୍ଗଲ୍ସ ଟାଇଟଲ ଜିତି ଆସଲେ ବାର୍ଟି ଅଷ୍ଟ୍ରେଲିଆର ଦୀର୍ଘ ୪୬ବର୍ଷ ପ୍ରତୀକ୍ଷାର ପରିସମାପ୍ତି ଘଟାଇଛନ୍ତି। ଶନିବାର ଏକ ଏକତରଫା...

ଶଶି ମୁକୁନ୍ଦ ଫାଇନାଲରେ

ବାଓଟୋ (ଚାଇନା), ୩୧ା୮ (ପି.ଟି.)-ଭାରତୀୟ ଟେନିସ ଖେଳାଳି ଶଶି କୁମାର ମୁକୁନ୍ଦ ତାଙ୍କ କ୍ୟାରିୟରରେ ପ୍ରଥମ ଥର ଏକ ଏଟିପି ଚ୍ୟାଲେଞ୍ଜର ଟୁରରେ ଫାଇନାଲକୁ ଉନ୍ନୀତ...

ମୌସୁମୀ ପରେ କ୍ରିକେଟ ସମ୍ଭବ: ଜୋହରି

ନୂଆଦିଲ୍ଲୀ,୨୧।୫(ପି.ଟି.): ମୌସୁମୀ ଋତୁ ପରେ କ୍ରିକେଟ ନେଇ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି...

ଫୁଟ୍‌ବଲ ପ୍ରତିଭାର ବିକାଶ ପାଇଁ ଅଭିନବ ଉଦ୍ୟମ

ଭୁବନେଶ୍ୱର, ୨୯।୧୦(କ୍ରୀଡ଼ା ପ୍ରତିନିଧି)- ରାଜ୍ୟରେ ଫୁଟ୍‌ବଲର ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ଉଦ୍ୟମ କରିଆସିଥିବା ୟୁନିଟ୍‌-୬ ଆଥ୍‌ଲେଟିକ୍‌ ଆସୋସିଏଶନ ପକ୍ଷରୁ ଏବେ ଆଉ ଏକ...

ଗାବା ଟେଷ୍ଟରେ କାମ ଦେଉନି ନୋ-ବଲ ଟେକ୍‌ନୋଲୋଜି

ବ୍ରିସବେନ,୯।୧୨: ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ୧୩ତମ ଓଭରରେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ଆଉଟ୍‌ କରିଥିଲେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ।...

ଭାରତକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌

କେପଟାଉନ୍‌,୨୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଡିସେମ୍ବର ୨୬ରେ ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଆରମ୍ଭ ହେବ। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା...

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

ଚେନ୍ନାଇ, ୧୬।୮: ପୂର୍ବତନ ଭାରତୀୟ ଓପ୍‌ନର ଭି. ବି. ଚନ୍ଦ୍ରଶେଖର ଗୁରୁବାର ସନ୍ଧ୍ୟାରେ ମାଇଲାପୋରସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମରଶରୀର ଫ୍ୟାନ୍‌ରେ ଝୁଲନ୍ତା...

Advertisement
Archives

Model This Week