ଡବ୍ଲ୍ୟୁଏଚ୍‌ଓକୁ ସହାୟତା ବନ୍ଦ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୬ା୪(ପି.ଟି.): କୋଭିଡ୍‌ ଭୂତାଣୁ ସାରା ବିଶ୍ୱକୁ ବ୍ୟାପିଥିବାବେଳେ ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ଦାୟୀ କରିଛି ଆମେରିକା। ଚାଇନାରେ ଏହି ଭୂତାଣୁ ସଂକ୍ରମଣ ସମ୍ପର୍କରେ ଜାଣି ମଧ୍ୟ ଡବ୍ଲ୍ୟୁଏଚ୍‌ଓ ଏହାକୁ ଲୋକଲୋଚନକୁ ଆଣିବାରେ ବିଳମ୍ବ କରିଥିଲା। ଏହି ସଂସ୍ଥାର ଗୁରୁତର ପରିଚାଳନାଗତ ତ୍ରୁଟି ପାଇଁ କରୋନା ବିଶ୍ୱ ମହାମାରୀର ରୂପ ନେଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିବା ସହ ସହାୟତା ପାଣ୍ଠି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ପ୍ରତିବର୍ଷ ଡବ୍ଲ୍ୟୁଏଚ୍‌ଓକୁ ୫୦୦ ନିୟୁତ ଡଲାର ସହାୟତା ଯୋଗାଇଆସୁଥିଲା।
ଚାଇନାର ଉହାନ ସହରରେ ପ୍ରଥମେ ନଭେମ୍ବର ମାସରେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା। ଡବ୍ଲ୍ୟୁଏଚ୍‌ଓ ଚାଇନା ପକ୍ଷ ନେଇ ସଂକ୍ରମଣ ସମ୍ପର୍କରେ ଜାନୁୟାରୀରେ ଘୋଷଣା କରିଥିଲା ବୋଲି ଟ୍ରମ୍ପ୍‌ ଓ ତାଙ୍କର ବରିଷ୍ଠ ଅଧିକାରୀମାନେ ଅଭିଯୋଗ କରିଆସୁଛନ୍ତି। ଏଥିପାଇଁ ବିଶ୍ୱର ସର୍ବବୃହତ ଅର୍ଥବ୍ୟବସ୍ଥା ଆମେରିକା ଏବେ ଅଚଳ ହୋଇପଡ଼ିଛି। ଏଠାରେ ୧,୧୯,୦୦୦ ଲୋକ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବାବେଳେ ୨୫,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି।
ଡବ୍ଲ୍ୟୁଏଚ୍‌ଓକୁ ପାଣ୍ଠି ବନ୍ଦ କରିବା ଲାଗି ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସମାଲୋଚନା କରିଛନ୍ତି। ଏବେ ପାଣ୍ଠି ବନ୍ଦ କରିବା ସମୟ ନୁହେଁ ବୋଲି ସେ କହିଛନ୍ତି। କରୋନା ମହାମାରୀର ମୁକାବିଲା ଲାଗି ସାରା ବିଶ୍ୱ ଏକାଠି ହୋଇଥିବା ବେଳେ ଟ୍ରମ୍ପ୍‌ ଡବ୍ଲ୍ୟୁଏଚ୍‌ଓକୁ ପାଣ୍ଠି ବନ୍ଦ କରିଦେବା ଦୁର୍ଭାଗ୍ୟଜନକ ବୋଲି ବିଶ୍ୱ ନେତାମାନେ କହିଛନ୍ତି। ନିଷ୍ପତ୍ତିକୁ ନେଇ ୟୁରୋପୀୟ ସଂଘ (ଇୟୁ) ମର୍ମାହତ ବୋଲି ଏହାର ବୈଦେଶିକ ନୀତି ମୁଖ୍ୟ ଜୋସେପ୍‌ ବୋରେଲ କହିଛନ୍ତି। ସେହିପରି ଚାଇନା, ଜର୍ମାନୀ ଆଦି ଦେଶ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସ ପରେ ସମାନ ସ୍ଥିତିରେ କରୋନା

ନୂଆଦିଲ୍ଲୀ,୨୦।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪...

ଅଟକିଛି ୧,୫୦୦ ଟ୍ରକ୍‌

ଲଣ୍ଡନ, ୨୩।୧୨: ପରିବହନ କଟକଣା ଲାଗୁ ହେବା ପରେ ବ୍ରିଟେନ୍‌ରେ ଖାଦ୍ୟସଙ୍କଟ ଆଶଙ୍କା କରାଯାଉଛି। ଫ୍ରାନ୍ସ ଯିବାକୁ ଥିବା ୧,୫୦୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ମଙ୍ଗଳବାର ସକାଳେ...

୩ ରାଜ୍ୟରେ ସ୍କୁଲ-କଲେଜ ବନ୍ଦ…

ନୂଆଦିଲ୍ଲୀ, ୨।୧ : ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ...

ୟୁକ୍ରେନ୍‌ ଯୁଦ୍ଧ ବର୍ଷ ବର୍ଷ ଚାଲିପାରେ

କିଭ୍‌,୨୦।୬: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର ସମ୍ଭାବନା ନାହିଁ। ଏହା ବର୍ଷ ବର୍ଷ ଧରି ଚାଲିପାରେ ବୋଲି ନାଟୋ ମହାସଚିବ ଜେନ୍ସ ଷ୍ଟୋଲେନ୍‌ବର୍ଗ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୩୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ...

୭୦୦ କି.ମି. ଟ୍ରାଫିକ୍‌ ଜାମ୍‌

ପ୍ୟାରିସ୍‌,୧।୧୧: କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ପ୍ରତିହତ କରିବା ଲାଗି ଫ୍ରାନ୍ସ ସରକାର ପୁଣି ଥରେ ୪ ସପ୍ତାହ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିଛନ୍ତି।...

ପିଓକେରେ ପାକିସ୍ତାନକୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ଲୋକେ

ମୁଜାଫରାବାଦ, ୧୩।୧୦: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାରକୁ ନିଜ ଦେଶରେ ମଧ୍ୟ ଲୋକେ ବିରୋଧ କରୁଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ରେ ଲୋକେ ରାଜରାସ୍ତାକୁ...

ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିଛି ଭାରତ: ୟୁନେସ୍କୋ

ଜାତିସଂଘ,୬।୨: ଭାରତ ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବାରେ ସଫଳତା ହାସଲ କରିପାରିଛି। ଏହି କ୍ଷେତ୍ରରେ ଭାରତ ଯଥେଷ୍ଟ ଆଗୁଆ ରହିଛି ବୋଲି ୟୁନେସ୍କୋ...

Advertisement
Archives

Model This Week