ଡବେରୀ ଅଙ୍ଗନାୱାଡି କେନ୍ଦ୍ରରେ ଅବ୍ୟବସ୍ଥା: ୧୧ଟା ପର୍ଯ୍ୟନ୍ତ ବାହାରେ ଠିଆ ହେଲେ ଶିଶୁ

ଦାରିଙ୍ଗବାଡ଼ି,୧।୧(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଡବେରୀଠାରେ ଥିବା ଅଙ୍ଗନାୱାଡ଼ି କେନ୍ଦ୍ରରେ ବହୁ ଅବ୍ୟବସ୍ଥା ଦେଖାଦେଇଛି। ମଙ୍ଗଳବାର ଶିଶୁମାନେ ସକାଳ ୯ଟାରୁ ଆସି କେନ୍ଦ୍ର ସମ୍ମୁଖରେ ବହୁ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ଚାବି ନ ଥିବାରୁ କେନ୍ଦ୍ର ଖୋଲି ନ ଥିଲା। ପରେ ସହାୟିକା ବବିତା ପ୍ରଧାନ ଅଙ୍ଗନାୱାଡ଼ି କେନ୍ଦ୍ରର କର୍ମୀ ସୁନତା ପ୍ରଧାନଙ୍କ ଠାରୁ ଚାବିଆଣି ପ୍ରାୟ ୧୧ଟାବେଳେ କେନ୍ଦ୍ର ଖୋଲିଥିଲେ। ରୋଷେଇ କରି ସାଢ଼େ ୧୨ଟାରେ ଖାଇବାକୁ ଦେଇ ଶିଶୁମାନଙ୍କୁ ଘରକୁ ପଠାଇଥିବା ଅଭିଭାବକ ସ୍ନେହାଶିଷ ସାହୁ କହିଛନ୍ତି। ଘଟଣାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।
ପ୍ରକାଶ ଯେ, ଡବେରୀ କେନ୍ଦ୍ରଟି ୫୯ ନଂ. ଜାତୀୟ ରାଜପଥ କଡ଼ରେ ରହିଛି। କେନ୍ଦ୍ରର କର୍ମୀ ସୁନତା ଉକ୍ତ କେନ୍ଦ୍ର ନିକଟରେ ରହୁଛନ୍ତି। ହେଲେ ବହୁ ସମୟରେ ସେ ଘରକୁ ପଳାଉଥିବା ସିଡିପିଓ ମୀନା ପାତ୍ରଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲା। ସିଡିପିଓ କର୍ମୀଙ୍କୁ ଜବାବ ତଲବ ସହ ଦରମା ବନ୍ଦ କରିଥିଲେ। ତଥାପି କୌଣସି ସୁଧାର ଆସୁ ନ ଥିବା ସିଡିପିଓ ସ୍ବୀକାର କରିଛନ୍ତି। କେନ୍ଦ୍ରରେ ମୋଟ ୧୬ଜଣ ଶିଶୁ ପଢୁଛନ୍ତି। ଅବ୍ୟବସ୍ଥା ଯୋଗୁ ଅନେକ ଅଭିଭାବକ ସେମାନଙ୍କ ଶିଶୁଙ୍କୁ ଛାଡୁ ନାହାନ୍ତି। ମଙ୍ଗଳବାର ୧୧ଟା ସୁଦ୍ଧା ମାତ୍ର ୭ଜଣ ଶିଶୁ ଆସିଥିବା କେନ୍ଦ୍ର ସହାୟିକା ବବିତା କହିଛନ୍ତି। ସେ କହିଛନ୍ତି ଯେ, କୌଣସି ଅଫିସରେ ବୈଠକ ରହିଥିବାରୁ କେନ୍ଦ୍ରର କର୍ମୀ ସେଠାକୁ ଯାଇଛନ୍ତି। ଏନେଇ କେନ୍ଦ୍ରର କର୍ମଚାରୀ ସୁନତାଙ୍କୁ ପଚାରିବାରୁ ସହାୟିକା ଶିଶୁମାନଙ୍କୁ ଘରଘର ବୁଲି ଡାକି ଯିବାରୁ ବିଳମ୍ବ ହୋଇଛି ବୋଲି କହିଥିଲେ। ଠିକ୍‌ ସମୟରେ କେନ୍ଦ୍ର ଖୋଲିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏନେଇ ସିଡିପିଓ ପାତ୍ର ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖତ କରି ବିକିଦେଲେ, ହିସାବ ଲୁଚାଇଲେ

ଭୁବନେଶ୍ୱର, ୪।୯(ବ୍ୟୁରୋ): ‘ମୋ ସାଇକେଲ’ ପରି ‘ସିଟି ବସ୍‌’ ଯୋଜନା ମଧ୍ୟ ବାଟବଣା ହୋଇ କବାଡିଖାନାକୁ ଯାଇଛି। ପୋଖରୀପୁଟସ୍ଥିତ ଡିପୋରେ ୩ବର୍ଷ ପଡିରହିବା ପରେ ବସ୍‌ଗୁଡିକୁ...

ଫିଲ୍ମ ପୋଷ୍ଟର ବିବାଦ: ଭାଇରାଲ ଅଡିଓକୁ ନେଇ ଧମକ ଦେଲେ ଦୂତୀ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଗଣେଶ ପୂଜାରେ ରିଲିଜ ହେବାକୁ ଥିବା ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ ଥମି ନ ଥିବାବେଳେ ପୁଣି ଆଉ ଏକ...

କୋରାପୁଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୯୭ରେ ପହଞ୍ଚିଲା

କୋରାପୁଟ,୨ା୯(ସ୍ବ.ପ୍ର.): ଜିଲାରେ ବୁଧବାର ପୁଣି ୮୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୬୧ ପୁରୁଷ ଏବଂ ୨୮ ମହିଳା ଅଛନ୍ତି। ଏହାକୁ...

ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଜେଡି ଆଗୁଆ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରଥମ ରାଉଣ୍ଡରେ ୧୭୦୬ ଭୋଟରେ ଆଗୁଆ ଥିବା ଜଣାପଡିଛି l ପ୍ରଥମ ରାଉଣ୍ଡରେ ବିଜେଡି ୪୩୪୨ ଭୋଟ...

ବିଦ୍ୟୁତ୍‌ ଆଘାତରେ ବୃଦ୍ଧା ମୃତ

ଛେଣ୍ଡିପଦା,୨୯।୯(ସ୍ବ.ପ୍ର)-ଛେଣ୍ଡିପଦା ବ୍ଲକ ମାଛକୁଟା ଗ୍ରାମରେ ରବିବାର ବିଦ୍ୟୁତ୍‌ ଆଘାତରେ ବିଦେଶୀ ନାଏକଙ୍କ ସ୍ତ୍ରୀ ଲିଳାବତୀ ନାଏକ(୬୦)ଙ୍କ ମୃତ୍ୟୁ ହୋଇଛି। ଲିଳାବତୀ ଅପରାହ୍ନରେ ଘରୁ ବାହରି ପଡିଶା...

ବିପଦସଙ୍କୁଳ କଂକ୍ରିଟ ପୋଲ

ଧାମନଗର,୧୮।୭(ସ୍ବ.ପ୍ର.) – ଭଦ୍ରକ ଜିଲା ଧାମନଗର ବ୍ଲକର ଭଗବାନପୁର ପଞ୍ଚାୟତ ପଳିକିରି ଗ୍ରାମ ଦେଇ ବହି ଯାଇଥିବା ‘ଯ’ ନଦୀ ଉପରେ ଥିବା କଂକ୍ରିଟ ପୋଲ...

ସୁରକ୍ଷା ଚିନ୍ତାରେ ସମ୍ମୁଖଯୋଦ୍ଧା

ଭୁବନ, ୨୧ା୫(ଡି.ଏନ.ଏ.) କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି। ଦ୍ରୁତଗତିରେ ବଢୁଥିବା ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି। ସଂକ୍ରମଣ...

ଦିନ ମଜୁରିଆଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଜଣେ ଗିରଫ

କୋରାପୁଟ/ନାରାୟଣପାଟଣା,୨୮ା୯(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ଜଣେ ଦିନ ମଜୁରିଆଙ୍କ ପାରିଶ୍ରମିକ ଟଙ୍କା ହଡ଼ପ କରିଥିବା ନଜରକୁ ଆସିଛି। ଏନେଇ ଗୁରୁବାର ହଡ଼ପକାରୀଙ୍କୁ...

Advertisement
Archives

Model This Week