Posted inଖେଳ

ଡବଲ୍ସ ର଼୍ୟାଙ୍କିଙ୍ଗ୍‌: ଟପ୍‌- ୧୦୦ରୁ ବାଦ୍‌ ପଡିଲେ ପେସ୍‌

ନୂଆଦିଲ୍ଲୀ,୧୧।୧୧(ପି.ଟି.)- ଅଭିଜ୍ଞ ଟେନିସ ତାରକା ଲିଆଣ୍ଡର ପେସ୍‌ ଗତ ୧୯ ବର୍ଷ ପ୍ରଥମଥର ପାଇଁ ବିଶ୍ୱ ଡବଲ୍ସ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ-୧୦୦ରୁ ବାଦ୍‌ ପଡିଛନ୍ତି। ୫ଟି ସ୍ଥାନ ତଳକୁ ଖସି ସେ ୧୦୧ତମ ସ୍ଥାନରେ ରହିଛନ୍ତି। ୮୫୬ ପଏଣ୍ଟ ସହ ପେସ୍‌ ଏବେ ର଼୍ୟାଙ୍କିଙ୍ଗ୍‌ରେ ଚତୁର୍ଥ ଶ୍ରେଷ୍ଠ ଭାରତୀୟ ସାବ୍ୟସ୍ତ ହୋଇଛନ୍ତି। ଡବଲ୍ସ ତାଲିକାରେ ଅନ୍ୟତମ ଭାରତୀୟ ଖେଳାଳି ରୋହନ ବୋପାନ୍ନା ୩୮, ଦିଭିଜ ଶରନ ୪୬ ଓ ପୁରବ ରାଜା ୯୩ତମ ସ୍ଥାନରେ ରହିଛନ୍ତି। ରାଜା ୮ଟି ସ୍ଥାନ ଉପରକୁ ଉଠି ୯୩ତମ ସ୍ଥାନରେ ରହି ପୁଣି ଟପ୍‌-୧୦୦ରେ ସ୍ଥାନ ପାଇଛନ୍ତି।
୯୦ ଦଶକର ଶେଷ ଭାଗରେ ଓ ୨୦୦୦ର ପ୍ରାରମ୍ଭରେ ପେସ ନିଜ ଦେଶର ମହେଶ ଭୂପତିଙ୍କ ସହ ସାଥି ହୋଇ ବିଶ୍ୱ ଡବଲ୍ସ ଟେନିସରେ ସଫଳତାର ଶୀର୍ଷକୁ ଛୁଇଁଥିଲେ ଓ ଆଧିପତ୍ୟ ଜାହିର କରିଥିଲେ। ୨୦୧୪ ଅଗଷ୍ଟରେ ପେସ୍‌ ଟପ୍‌-୧୦ରୁ ବାଦ୍‌ ପଡିଥିଲେ। ଏହାର ଦୁଇ ବର୍ଷ ପରେ ପେସ୍‌ ଟପ୍‌- ୫୦ରୁ ବାଦ୍‌ ପଡିଥିଲେ। ୧୮ଟି ଗ୍ରାଣ୍ଡସ୍ଳାମ ଟାଇଟଲ ଜିତିଥିତ୍ବା ପେସ୍‌ ସେପ୍ଟେମ୍ବରରେ ୟୁଏସ୍‌ ଓପନ୍‌ ଅଂଶଗ୍ରହଣ କରିବାପରେ ଆଉ ଖେଳିନାହାନ୍ତି। ଆଗାମୀ ପାକିସ୍ତାନ ବିପକ୍ଷ ଡେଭିସ କପ୍‌ ପାଇଁ ସେ ଉପଲବ୍ଧ ହେବ ବୋଲି କହିଛନ୍ତି।
ଅପରପକ୍ଷରେ ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ପ୍ରାଜନେସ ଗୁଣେଶ୍ୱରନ ଗୋଟିଏ ସ୍ଥାନ ତଳକୁ ଖସି ୯୫ତମ ସ୍ଥାନରେ ରହିଥିଲେ ମଧ୍ୟ ଶ୍ରେଷ୍ଠ ଭାରତୀୟ ସାବ୍ୟସ୍ତ ହୋଇଛନ୍ତି। ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ସେହିପରି ସୁମିତ ନାଗାଲ ଦୁଇଟି ସ୍ଥାନ ଉପରକୁ ଉଠି ୧୨୭, ରାମକୁମାର ରାମନାଥନ ୯ଟି ସ୍ଥାନ ଉପରକୁ ଉଠି ୧୯୦, ଶଶି କୁମାର ମୁକୁନ୍ଦ ୨ଟି ସ୍ଥାନ ଉନ୍ନତି କରି ୨୫୦ ଓ ସାକେତ ମିନେନି ଗୋଟିଏ ସ୍ଥାନ ତଳକୁ ଖସି ୨୬୭ ତମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?