Posted inଖେଳ

ଡବଲ୍ସ ଖେଳିବେ ସେରେନା-ଓଜନିଆକି

ଅକ୍‌ଲାଣ୍ଡ, ୨୪ା୧୨ (ଏପି)-ଦୀର୍ଘ ଦିନର ବାନ୍ଧବୀ ସେରେନା ଓ୍ବିଲିୟମ୍ସ ଓ କାରୋଲିନ୍‌ ଓଜନିଆକି ପ୍ରଥମ ଥର ପାର୍ଟନର ହୋଇ ଡବଲ୍ସ ମ୍ୟାଚ ଖେଳିବେ। ଜାନୁୟାରୀ ୬ରେ ଅକ୍‌ଲାଣ୍ଡଠାରେ ଆରମ୍ଭ ହେବାକୁଥିବା ଡବ୍ଲ୍ୟୁଟିଏ ଟୁର୍‌ ଅନ୍ତର୍ଗତ ଏଏସ୍‌ବି କ୍ଲାସିକ୍‌ ଟେନିସଥ ଟୁର୍ନାମେଣ୍ଟରେ ସେମାନଙ୍କ ଖେଳ ଦେଖିବାକୁ ମିଳିବ। ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଓଜନିଆକି ୨୦୧୫ ମସିହାଠାରୁ ଏହି ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ତାଙ୍କ ସିଜନ ଆରମ୍ଭ କରି ଆସୁଛନ୍ତି। ୨୦୧୮ରେ ଅଷ୍ଟ୍ରେଲିଆନ୍‌ ଓପନ ଜିତିବାପରଠାରୁ ୨୯ ବର୍ଷୀୟ ଓଜନିଆକିଙ୍କର ସ୍ନାୟୁଗତ ସମସ୍ୟା ଦେଖାଦେଇଛି। ଆସନ୍ତା ମାସରେ ମୋଲବୋର୍ନଠାରେ ଶେଷଥର ପାଇଁ ସେ ଅଷ୍ଟ୍ରେଲିଆନ ଓପନ ଖେଳିବେ। ୨୩ ଗ୍ରାଣ୍ଡସ୍ଲାମ ବିଜୟିନୀ ସେରେନା ୨୦୧୫ରେ ଫେଡକପ୍‌ ଓ୍ବାଲର୍‌ଡ ଗ୍ରୁପ୍‌ ପ୍ଲେ-ଅଫ୍‌ ପରଠାରୁ ଭଉଣୀ ଭେନସଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳିଙ୍କ ସହିତ ପାର୍ଟନର ହୋଇ ଡବଲ୍ସ ଖେଳି ନାହାନ୍ତି। ୨୦୦୨ରେ ଏକ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟରେ ଶେଷ ଥର ପାଇଁ ଭେନସଙ୍କ ବିନା ଡବଲ୍ସ ଖେଳିଥିଲେ। ଓଜନିଆକି ୩ ବର୍ଷରୁ ଅଧିକ ସମୟ ହେଲା ଡବଲ୍ସ ମ୍ୟାଚ ଖେଳି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଲି ହେବେ ଅଷ୍ଟ୍ରେଲିଆ ଦଳର ଚୟନକର୍ତ୍ତା

ବେଲବୋର୍ନ,୨୫।୧୧(ପି.ଟି.)- ପୂର୍ବତନ ସୀମିତ ଓଭର କ୍ରିକେଟର ଅଧିନାୟକ ଜର୍ଜ ବେଲି ଅଷ୍ଟ୍ରେଲିଆର ନୂଆ ଜାତୀୟ ଚୟନକର୍ତ୍ତା ହେବାକୁ ଯାଉଛନ୍ତି। ତାଙ୍କ ସହ ଚୟନ କମିଟିରେ କୋଚ୍‌...

ଗୋଟିଏ ହୋଟେଲରେ ରହୁଥିଲେ କନିକା କାପୁର, ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଖେଳାଳି

ନୂଆଦିଲ୍ଲୀ,୨୨।୩- ଏକ ହଜାର ସ୍ଥାନୀୟ ପ୍ରଶାସକ ଓ ଉତ୍ତର ପ୍ରଦେଶ (ୟୁପି) ସ୍ବାସ୍ଥ୍ୟ ବିଭାଗୀୟ କର୍ମକର୍ତ୍ତାଙ୍କୁ ନେଇ ଗଠିତ ୧୦୦ ଦଳକୁ ବଲିଉଡ କଣ୍ଠଶିଳ୍ପୀ କନିକା...

ବିଜୟ ହଜାରେ ଟ୍ରଫି: ଶାନ୍ତନୁଙ୍କ ଚମତ୍କାର ବୋଲିଂ, ଓଡ଼ିଶା ବିଜୟୀ

କଟକ ଅଫିସ,୧୩ା୧୦- ଭଦୋଦରାର ମୋତିବାଗ୍‌ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ୩୧ ରନରେ ବିଦର୍ଭକୁ ପରାସ୍ତ କରିଛି...

ବିରାଟ ଧମାଲ୍‌:ଚୌକା ମାରି ଶତକ ପୂରଣ କଲେ କୋହଲି

ପୁଣେ, ୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି। ସେ ଚୌକା ମାରି ଟେଷ୍ଟରେ ୨୬ତମ...

ଆଇପିଏଲ୍‌ ୨୦୨୦: ମୁମ୍ବାଇ ପାଇଁ ଖେଳିବେ ବୋଲ୍ଟ

ନୂଆଦିଲ୍ଲୀ, ୧୩।୧୧ (ପି.ଟି.): ନ୍ୟୁଜିଲାଣ୍ଡ ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୨୦୨୦ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ...

ଦଳରେ ସନ୍ତୁଳନ ରହିଛି: କୋଚ୍‌ ଗ୍ରାହମ ରିଡ୍‌

ଭୁବନେଶ୍ୱର,୨୮।୫(ସ୍ପୋଟର୍‌ସ ବ୍ୟୁରୋ)- ଏହି ଟୁର୍ନାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରି ଶୀର୍ଷରେ ରହିବ ବୋଲି ହେଡ୍‌ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି। କୋଚ୍‌ ହିସାବରେ ପ୍ରଥମଥର...

ପ୍ରଥମ ଟି୨୦; ବାୟୁ ପ୍ରଦୂଷଣ ନେଇ ସମସ୍ୟା ନାହିଁ: ରୋହିତ

ନୂଆଦିଲ୍ଲୀ, ୧।୧୧ (ପି.ଟି.)- ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି ଓ ଏନେଇ ଗଣମାଧ୍ୟମଗୁଡିକରେ ବେଶ୍‌ ଚର୍ଚ୍ଚା ଚାଲିଛି। ଆସନ୍ତା ୩...

କୋହଲିଙ୍କ ଚିତା ଫଟୋ ଭାଇରାଲ

ବେଙ୍ଗାଲୁରୁ,୨୦।୧- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ଚମତ୍କାର କ୍ୟାଚ୍‌ ନେଇ ମାର୍ନୁସ ଲାବୁସେନଙ୍କୁ ଆଉଟ୍‌ କରିଥିଲେ।...

Play 250+ Trending Games
Archives

Model This Week

Why Dharitri