ଠେଲାପେଲା କରିବା ଯୋଗୁ ମହିଳାଙ୍କ ଗର୍ଭପାତ ହୋଇଥିବା ଅଭିଯୋଗ: ସୁନ୍ଦରଗଡ଼ ଏସ୍‌ପିଙ୍କ ନାଁରେ ମାମଲା

ସୁନ୍ଦରଗଡ଼, ୧୮।୮ (ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କନିକା ଗ୍ରାମରେ ଜୁଲାଇ ୪ରେ ଏକ ଦୁର୍ଘଟଣାକୁ କେନ୍ଦ୍ରକରି ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ପୋଲିସ ସେତେବେଳେ ଫାଣ୍ଡି ଭଙ୍ଗାରୁଜା ଘଟଣାରେ ୧୪ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲାବେଳେ ବର୍ତ୍ତମାନ ୨ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ପୋଲିସର ମାତ୍ରାଧିକ କାର୍ଯ୍ୟକୁ ନେଇ କୋର୍ଟରେ ଅଭିଯୋଗ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ ଏସ୍‌ପି ସୌମ୍ୟା ମିଶ୍ରାଙ୍କ ବିରୋଧରେ ହେମଗିର ଥାନାରେ ୨ଟି ମାମଲା ରୁଜୁ ହୋଇଛି।

କନିକାର ଜଣେ ବରିଷ୍ଠ ନାଗରିକ ଦିଲୀପ ପଟ୍ଟନାୟକ ଗତ ଜୁଲାଇ ୧୧ରେ ସୁନ୍ଦରଗଡ ଏସ୍‌ଡିଜେଏମ୍‌ କୋର୍ଟରେ ଏସ୍‌ପି ମିଶ୍ରାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଜୁଲାଇ ୨୫ରେ ହେମଗିର ଥାନାରେ ଏସ୍‌ପିଙ୍କ ବିରୋଧରେ ପ୍ରଥମ ମାମଲା ରୁଜୁ ହୋଇଥିଲା। ଏହା ପରେ ଅନ୍ୟ ଜଣେ ମହିଳା ପ୍ରିୟା ଦେ ଅଗଷ୍ଟ ୫ରେ ଏସ୍‌ପିଙ୍କ ବିରୋଧରେ ଏସ୍‌ଡିଜେଏମ୍‌ କୋର୍ଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଗତ ଜୁଲାଇ ୪ ରାତିରେ ସ୍ବାମୀ ଉତ୍ତମ ଦେ ଫାର୍ମ ହାଉସରେ ଶୋଇଥିବା ବେଳେ ଏସ୍‌ପି ତାଙ୍କ ଘର ଭିତରେ ପଶି ଠେଲାପେଲା କରି ଗାଳିଗୁଲଜ କରିଥିଲେ। ଫଳରେ ମହିଳାଙ୍କ ଗର୍ଭପାତ ହୋଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏସ୍‌ପିଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଗ୍ରହଣ କରି କୋର୍ଟ ହେମଗିର ପୋଲିସକୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ହେମଗିର ଥାନାରେ ଏସ୍‌ପିଙ୍କ ବିରୋଧରେ ନଂ.୭୪ ରେ ଏକ ମାମଲା ରୁଜୁ ହୋଇଛି। ଅପରପକ୍ଷେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପକୁ ଏସ୍‌ପି ମିଶ୍ରା ଦୃଢ ଭାବେ ଖଣ୍ଡନ କରିବା ସହ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାଯର୍ର୍‌ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଷ୍ଠୀ ଶୌଚାଳୟରୁ ଫିଟୁନି ତାଲା

କୋରୁକୋଣ୍ଡା, ୫।୫(ଡି.ଏନ୍‌.ଏ.) : ନିର୍ମାଣ ପରଠାରୁ ମାତ୍ର ୧୫ ଦିନ ଲୋକଙ୍କ ସେବାରେ ଲାଗିଛି। ତା’ପରଠାରୁ ତାଲା ପଡ଼ି ରହିଛି ଗୋଷ୍ଠୀ ଶୌଚାଳୟ। ଜନକଲ୍ୟାଣ ଉଦ୍ଦେଶ୍ୟରେ ବିଭିନ୍ନ...

ଏମ୍‌କେସିଜିକୁ ଆସିଲା ବ୍ୟାଟେରିଚାଳିତ ରୋଗୀବୁହା ଗାଡ଼ି

ବ୍ରହ୍ମପୁର ଅଫିସ,୧୭।୨: ବ୍ରହ୍ମପୁର ବଡ ମେଡିକାଲକୁ ମିଳିଛି ଆଉ ଏକ ବ୍ୟାଟେରି ଚାଳିତ ରୋଗୀବୁହା ଗାଡ଼ି। ସେହିପରି ନୂତନ ୮ଟି ଭେଣ୍ଟିଲେଟର ମଧ୍ୟ ଏମ୍‌କେସିଜିକୁ ଆସିଥିବା...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୭।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...

ଆସନ୍ନ ମରୁଡ଼ି ଆଶଙ୍କା

ରତନ ନାୟାର   ଢେଙ୍କାନାଳ ଅଫିସ, ୧୮।୮ – ସରିବାକୁ ବସିଲାଣି ଶ୍ରାବଣ। ଭଲ ବର୍ଷା ହୋଇଥିଲେ ଚାଷ କାର୍ଯ୍ୟରୁ ତର ପାଇ ନ ଥାନ୍ତା ଚାଷୀପୁଅ।...

ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ; ଶାଶୁ, ଶ୍ୱଶୁର ଏବଂ ସ୍ବାମୀ ଅଟକ

ସିଂହପୁର,୧।୧୨(ଡି.ଏନ୍‌.ଏ.) : ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରି ପଞ୍ଚାୟତ ଜରି ଗ୍ରାମର ଜଣେ ମହିଳାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ବାପଘର ପକ୍ଷରୁ...

ଦାୟିତ୍ୱ ନେଲେ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧ା୩(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଦୀପ କୁମାର ଜେନା ବୁଧବାର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ...

୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୪୮ଘଣ୍ଟା ପ୍ରବଳ ବର୍ଷା ହେବ। ସୋମବାର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ...

ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଦାୟିତ୍ୱ ନେଲେ ଜଷ୍ଟିସ ବିଜୟ ପଟେଲ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲ ମଙ୍ଗଳବାର ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚ୍‌ଆରସି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ...

Advertisement
Archives

Model This Week