ଠେଙ୍ଗା, ବାଡ଼ି ଧରି ତୀବ୍ର ବିରୋଧ, ହୋଇପାରିଲାନି ବସ୍ତି ଉଚ୍ଛେଦ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ସାମନ୍ତରାଳ ରାସ୍ତା ପାଇଁ ଉଚ୍ଛେଦବେଳେ ସାଲିଆସାହିରେ ବୁଧବାର ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି ପୋଲିସ ଓ ମିଳିତ ଉଚ୍ଛେଦକାରୀ ଟିମ୍‌। ୬ଶହ ବର୍ଗଫୁଟର ଜମି ପଟ୍ଟା ଓ ଜଙ୍ଗଲ ଜମିରୁ ବଳପୂର୍ବକ ଉଚ୍ଛେଦର ପ୍ରତିବାଦ କରି କିଛିଦିନ ଧରି ଆନ୍ଦୋଳନକୁ ଓହ୍ଲାଇଥିବା ୪ ବସ୍ତିର ବାସିନ୍ଦା ହାତରେ ଠେଙ୍ଗା, ବାଡ଼ି ଧରି ବାଟ ଓଗାଳିଛି। ଘର ଭାଙ୍ଗିବାକୁ ଯାଇଥିବା ବୁଲ୍‌ ଡୋଜର ଆଗରେ ଶୋଇ ରହି ବିକ୍ଷୋଭ ପ୍ରଦର୍ଶନ ସହ ନାନା ନାରାବାଜି ଦେଇଥିଲେ। ଅଧିକାରୀମାନେ ବୁଝାଶୁଝା କରିଥିଲେ ମଧ୍ୟ ବସ୍ତି ବାସିନ୍ଦାମାନେ ନିଜ ଜିଦ୍‌ରେ ଅଟଳ ରହି ଦୀର୍ଘ ସମୟ ଧରି ମୁହାଁମୁହିଁ ହୋଇଥିଲେ। ଶେଷରେ ମୁଣ୍ଡ ନୁଆଁଇଥିଲା ଉଚ୍ଛେଦକାରୀ ଟିମ୍‌। ଏହାକୁ ନେଇ ସକାଳୁ ଅପରାହ୍ନ ଯାଏ ସାଲିଆସାହିରେ ଉତ୍ତେଜନା ଲାଗି ରହିଥିଲା।
ସୂଚନାଯୋଗ୍ୟ, ଜୟଦେବ ବିହାରରୁ ବାରଙ୍ଗ ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ଦୂର କରିବା ପାଇଁ ରାସ୍ତାର ଦୁଇପାର୍ଶ୍ୱରେ ସାମନ୍ତରାଳ ଭାବେ ଦୁଇଟି ରାସ୍ତା ନିର୍ମାଣ ଚାଲିଛି। ସିଆର୍‌ପିଏଫ୍‌ ଛକରୁ ସାଲିଆସାହି ଓ ଇନଫୋସିସ୍‌ ଦେଇ ବାରଙ୍ଗ ବାମପାର୍ଶ୍ୱ ସାମନ୍ତରାଳ ରାସ୍ତା ସିଆର୍‌ପିଏଫ୍‌ ଛକରୁ ବାହାରି ସାଲିଆସାହି ଓ ଇନ୍‌ଫୋସିଟି ଦେଇ ବାରଙ୍ଗକୁ ଛୁଇଁବ। ଡାହାଣ ପାର୍ଶ୍ୱ ସାମନ୍ତରାଳ ରାସ୍ତା ଆଚାର୍ଯ୍ୟ ବିହାରରୁ ଭୁବନେଶ୍ୱର ନ୍ୟୁ ରେଲ୍‌ଓ୍ବେଷ୍ଟେଶନ ଦେଇ ବାରଙ୍ଗ ପର୍ଯ୍ୟନ୍ତ ଯିବ। ଏହି ୨ଶହ ଫୁଟିଆ ରାସ୍ତା ପାଇଁ ଏବେ ଜମି ଅଧିଗ୍ରହଣ ପ୍ରମୁଖ ସମସ୍ୟା ପାଲଟିଛି। ଇତିମଧ୍ୟରେ ବାମପାର୍ଶ୍ୱ ରାସ୍ତା ନିର୍ମାଣ ଅଧାରୁ ଅଧିକ ସରିଥିବାବେଳେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ କେତେକ ସ୍ଥାନରେ ଅଟକି ରହିଛି। ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବାବେଳେ ସରକାରୀ ଜମିରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ସାଲିଆସାହିର ଗୌଡ଼ ବସ୍ତି, ବୀରବସ ବସ୍ତି, ଶ୍ରୀକ୍ରିଷ୍ଣାନଗର ବସ୍ତି ଓ ଲକ୍ଷ୍ମୀପୁର ବସ୍ତି ଉଚ୍ଛେଦ ହେବାର ଆବଶ୍ୟକତା ରହିଛି। ତେଣୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ କମିଶନରେଟ ପୋଲିସର ମିଳିତ ଉଚ୍ଛେଦକାରୀ ଟିମ୍‌ ସୁରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବୁଧବାର ପୂର୍ବାହ୍ନରେ ଉଚ୍ଛେଦ ପାଇଁ ନାଲ୍‌କୋ ଛକ ଆଡୁ ଘଟଣାସ୍ଥଳ ଅଭିମୁଖେ ଯାଉଥିଲେ। କଳିଙ୍ଗ ହସ୍ପିଟାଲ ଦେଇ ହୋଟେଲ ସୂର୍ଯ୍ୟାଂଶୁ ନିକଟରେ ଉଚ୍ଛେଦ ହେବାକୁ ଥିବା ସାଲିଆସାହିର ୪ ବସ୍ତିର ବାସିନ୍ଦା ସେମାନଙ୍କୁ ଘେରିଯାଇଥିଲେ। ପ୍ରଥମେ ୬ଶହ ବର୍ଗପୁଟର ଜମିର ପଟ୍ଟା ଦିଅ, ତା’ପରେ ଆମକୁ ଉଚ୍ଛେଦ କର ବୋଲି କହି ବୁଲ୍‌ଡୋଜର ଆଗରେ ୫ଶହ ମହିଳା ଓ ପୁରୁଷମାନେ ସେମାନଙ୍କ ପିଲାଛୁଆ ଧରି ବସି ଯାଇଥିଲେ। ସେମାନେ ହାତର ଠେଙ୍ଗାବାଡ଼ି ଓ ହୋର୍ଡିଂ ଧରି ବିରୋଧ କରିଥିଲେ। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ, ଡିସିପି ଅନୁପ ସାହୁ, ଟ୍ରାଫିକ ଡିସିପି ସାଗରିକା ନାଥ, ବିଡିଏ ଅତିରିକ୍ତ କମିଶନର ହରିଶଚନ୍ଦ୍ର ନାୟକ, ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ପ୍ରମୁଖ ବରିଷ୍ଠ ପଦାଧିକାରୀ ପହଞ୍ଚତ୍ ବସ୍ତିବାସିନ୍ଦାଙ୍କୁ ବୁଝାଶୁଝା କରିଥିଲେ। ହେଲେ ସେମାନେ ଉଚ୍ଛେଦ କରାଇ ଦେବେନି ବୋଲି ଜିଦ୍‌ ଧରି ଥିଲେ। ଏହାପରେ ସେଠାରେ ବୈଠକ ବସି ଆଲୋଚନା ହୋଇଥିଲା। ବର୍ତ୍ତମାନ ପିଲାଙ୍କର ମାଟ୍ରିକ ପରୀକ୍ଷା ଚାଲିଛି। ତେଣୁ ବର୍ତ୍ତମାନ କୌଣସି ଘର ଭଙ୍ଗା ହେବନି। କେବଳ ଖାଲି ସ୍ଥାନ ଓ ଦୋକାନ ବଜାର ଭାଙ୍ଗିବାକୁ ସେମାନେ ସହମତି ପ୍ରକାଶ କରିଥିଲେ। ମାଟ୍ରିକ୍‌ ପରୀକ୍ଷା ସରିଲେ ବସ୍ତିବାସିନ୍ଦାଙ୍କୁ ସାଲିଆ ସାହିର ଅନ୍ୟତ୍ର ଥଇଥାନ କରାଯିବା ପରେ ଉଚ୍ଛେଦ ହେବ ବୋଲି ସହମତି ପ୍ରକାଶ ପାଇଥିଲା। ବିଏମ୍‌ସି କମିଶନର ଚୌଧାରୀ କହିଥିଲେ, ବିଏମ୍‌ସି ଦ୍ୱାରା କ୍ଷତିପୂରଣ ବାବଦକୁ ପରିବାର ପିଛା ୨୫ ହଜାର ଟଙ୍କା ଓ ୭ ଦିନର ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ୨୦/୩୦ ବର୍ଗପୁଟ ନୁହେଁ, ୨୨୩ ପରିବାରକୁ ୨୫/୧୨ ବର୍ଗଫୁଟ ଲେଖାଏ ଜମି ଦିଆଯିବ। ସଫଳ ଆଲୋଚନା ପରେ ବସ୍ତିବାସିନ୍ଦା ପ୍ରତିବାଦସ୍ଥଳରୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା କି ତୃତୀୟ ଲହର! ଭୀମସାର ୨ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ

ସମ୍ବଲପୁର ଅଫିସ,୧୪ା୮: ବୁର୍ଲା ବଡ଼ ଡାକ୍ତରଖାନାରେ ଦୁଇ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୮ ମାସର ଶିଶୁ ଥିବାବେଳେ ଆଉ...

ନିଶାଶକ୍ତ ଚାଳକଙ୍କ ଲାଇସେନ୍ସ ରଦ୍ଦ

ଦାରିଙ୍ଗବାଡ଼ି,୪।୭(ଡି.ଏନ.ଏ.)- ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଜଣେ କାର ଚାଳକଙ୍କୁ ଦାରିଙ୍ଗବାଡ଼ି ପୋଲିସ ଥାନାକୁ ଆଣିଛି। ଚାଳକ...

ରାଜ୍ୟରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୪ ଚିହ୍ନଟ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ...

ରାଜ୍ୟ ଖଣି ରାଜସ୍ବକୁ ଜେଏସ୍‌ଡବ୍ଲ୍ୟର ସର୍ବାଧିକ ଯୋଗଦାନ

କୁଜଙ୍ଗ,୨ା୪(ଡି.ଏନ୍‌.ଏ.): ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ବରେ ଜେଏସ୍‌ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ...

ନିର୍ବାଚନ ହୋଇପାରେ, ଫଳାଫଳ ପ୍ରକାଶ ହେବନି: ହାଇକୋର୍ଟ

ହାଟଡିହୀ,୨ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ଟି ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେଥିମଧ୍ୟରୁ ୨୮ଟି ପଞ୍ଚାୟତରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ...

ଅଟୋ-କାର ଧକ୍କା: ଜଣେ ମୃତ, ୧୫ ଆହତ

ଢେଙ୍କିକୋଟ,୨୭ା୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ. ଜାତୀୟ ରାଜପଥ ବରବେଡ଼ା ଗ୍ରାମ ନିକଟରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଗୋଟିଏ...

ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ ଅଫିସ, ୯ା୨: ପବିତ୍ର ମାଘ ପୂର୍ଣ୍ଣିମା ତିଥିରେ ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ...

ରାଜ୍ୟରେ ୩ କୋଟି ୮୮ ଲକ୍ଷ ୨୫ ହଜାର ୪୮୩ ଲୋକ ନେଲେଣି କରୋନା ଟିକା

ଭୁବନେଶ୍ୱର,୭ା୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଟିକାକରଣ ଅଭିଯାନରେ ଶନିବାର ୨୮ ଲକ୍ଷ ୩୧ ହଜାର ୪୩୭ ଜଣ ଟିକା ନେଇସାରିଲେଣି। ଏହାକୁ ମିଶାଇ ରାଜ୍ୟର...

Advertisement
Archives

Model This Week