ଠେଙ୍ଗା, ବାଡ଼ି ଧରି ତୀବ୍ର ବିରୋଧ, ହୋଇପାରିଲାନି ବସ୍ତି ଉଚ୍ଛେଦ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ସାମନ୍ତରାଳ ରାସ୍ତା ପାଇଁ ଉଚ୍ଛେଦବେଳେ ସାଲିଆସାହିରେ ବୁଧବାର ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି ପୋଲିସ ଓ ମିଳିତ ଉଚ୍ଛେଦକାରୀ ଟିମ୍‌। ୬ଶହ ବର୍ଗଫୁଟର ଜମି ପଟ୍ଟା ଓ ଜଙ୍ଗଲ ଜମିରୁ ବଳପୂର୍ବକ ଉଚ୍ଛେଦର ପ୍ରତିବାଦ କରି କିଛିଦିନ ଧରି ଆନ୍ଦୋଳନକୁ ଓହ୍ଲାଇଥିବା ୪ ବସ୍ତିର ବାସିନ୍ଦା ହାତରେ ଠେଙ୍ଗା, ବାଡ଼ି ଧରି ବାଟ ଓଗାଳିଛି। ଘର ଭାଙ୍ଗିବାକୁ ଯାଇଥିବା ବୁଲ୍‌ ଡୋଜର ଆଗରେ ଶୋଇ ରହି ବିକ୍ଷୋଭ ପ୍ରଦର୍ଶନ ସହ ନାନା ନାରାବାଜି ଦେଇଥିଲେ। ଅଧିକାରୀମାନେ ବୁଝାଶୁଝା କରିଥିଲେ ମଧ୍ୟ ବସ୍ତି ବାସିନ୍ଦାମାନେ ନିଜ ଜିଦ୍‌ରେ ଅଟଳ ରହି ଦୀର୍ଘ ସମୟ ଧରି ମୁହାଁମୁହିଁ ହୋଇଥିଲେ। ଶେଷରେ ମୁଣ୍ଡ ନୁଆଁଇଥିଲା ଉଚ୍ଛେଦକାରୀ ଟିମ୍‌। ଏହାକୁ ନେଇ ସକାଳୁ ଅପରାହ୍ନ ଯାଏ ସାଲିଆସାହିରେ ଉତ୍ତେଜନା ଲାଗି ରହିଥିଲା।
ସୂଚନାଯୋଗ୍ୟ, ଜୟଦେବ ବିହାରରୁ ବାରଙ୍ଗ ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ଦୂର କରିବା ପାଇଁ ରାସ୍ତାର ଦୁଇପାର୍ଶ୍ୱରେ ସାମନ୍ତରାଳ ଭାବେ ଦୁଇଟି ରାସ୍ତା ନିର୍ମାଣ ଚାଲିଛି। ସିଆର୍‌ପିଏଫ୍‌ ଛକରୁ ସାଲିଆସାହି ଓ ଇନଫୋସିସ୍‌ ଦେଇ ବାରଙ୍ଗ ବାମପାର୍ଶ୍ୱ ସାମନ୍ତରାଳ ରାସ୍ତା ସିଆର୍‌ପିଏଫ୍‌ ଛକରୁ ବାହାରି ସାଲିଆସାହି ଓ ଇନ୍‌ଫୋସିଟି ଦେଇ ବାରଙ୍ଗକୁ ଛୁଇଁବ। ଡାହାଣ ପାର୍ଶ୍ୱ ସାମନ୍ତରାଳ ରାସ୍ତା ଆଚାର୍ଯ୍ୟ ବିହାରରୁ ଭୁବନେଶ୍ୱର ନ୍ୟୁ ରେଲ୍‌ଓ୍ବେଷ୍ଟେଶନ ଦେଇ ବାରଙ୍ଗ ପର୍ଯ୍ୟନ୍ତ ଯିବ। ଏହି ୨ଶହ ଫୁଟିଆ ରାସ୍ତା ପାଇଁ ଏବେ ଜମି ଅଧିଗ୍ରହଣ ପ୍ରମୁଖ ସମସ୍ୟା ପାଲଟିଛି। ଇତିମଧ୍ୟରେ ବାମପାର୍ଶ୍ୱ ରାସ୍ତା ନିର୍ମାଣ ଅଧାରୁ ଅଧିକ ସରିଥିବାବେଳେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ କେତେକ ସ୍ଥାନରେ ଅଟକି ରହିଛି। ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବାବେଳେ ସରକାରୀ ଜମିରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ସାଲିଆସାହିର ଗୌଡ଼ ବସ୍ତି, ବୀରବସ ବସ୍ତି, ଶ୍ରୀକ୍ରିଷ୍ଣାନଗର ବସ୍ତି ଓ ଲକ୍ଷ୍ମୀପୁର ବସ୍ତି ଉଚ୍ଛେଦ ହେବାର ଆବଶ୍ୟକତା ରହିଛି। ତେଣୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ କମିଶନରେଟ ପୋଲିସର ମିଳିତ ଉଚ୍ଛେଦକାରୀ ଟିମ୍‌ ସୁରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବୁଧବାର ପୂର୍ବାହ୍ନରେ ଉଚ୍ଛେଦ ପାଇଁ ନାଲ୍‌କୋ ଛକ ଆଡୁ ଘଟଣାସ୍ଥଳ ଅଭିମୁଖେ ଯାଉଥିଲେ। କଳିଙ୍ଗ ହସ୍ପିଟାଲ ଦେଇ ହୋଟେଲ ସୂର୍ଯ୍ୟାଂଶୁ ନିକଟରେ ଉଚ୍ଛେଦ ହେବାକୁ ଥିବା ସାଲିଆସାହିର ୪ ବସ୍ତିର ବାସିନ୍ଦା ସେମାନଙ୍କୁ ଘେରିଯାଇଥିଲେ। ପ୍ରଥମେ ୬ଶହ ବର୍ଗପୁଟର ଜମିର ପଟ୍ଟା ଦିଅ, ତା’ପରେ ଆମକୁ ଉଚ୍ଛେଦ କର ବୋଲି କହି ବୁଲ୍‌ଡୋଜର ଆଗରେ ୫ଶହ ମହିଳା ଓ ପୁରୁଷମାନେ ସେମାନଙ୍କ ପିଲାଛୁଆ ଧରି ବସି ଯାଇଥିଲେ। ସେମାନେ ହାତର ଠେଙ୍ଗାବାଡ଼ି ଓ ହୋର୍ଡିଂ ଧରି ବିରୋଧ କରିଥିଲେ। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ, ଡିସିପି ଅନୁପ ସାହୁ, ଟ୍ରାଫିକ ଡିସିପି ସାଗରିକା ନାଥ, ବିଡିଏ ଅତିରିକ୍ତ କମିଶନର ହରିଶଚନ୍ଦ୍ର ନାୟକ, ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ପ୍ରମୁଖ ବରିଷ୍ଠ ପଦାଧିକାରୀ ପହଞ୍ଚତ୍ ବସ୍ତିବାସିନ୍ଦାଙ୍କୁ ବୁଝାଶୁଝା କରିଥିଲେ। ହେଲେ ସେମାନେ ଉଚ୍ଛେଦ କରାଇ ଦେବେନି ବୋଲି ଜିଦ୍‌ ଧରି ଥିଲେ। ଏହାପରେ ସେଠାରେ ବୈଠକ ବସି ଆଲୋଚନା ହୋଇଥିଲା। ବର୍ତ୍ତମାନ ପିଲାଙ୍କର ମାଟ୍ରିକ ପରୀକ୍ଷା ଚାଲିଛି। ତେଣୁ ବର୍ତ୍ତମାନ କୌଣସି ଘର ଭଙ୍ଗା ହେବନି। କେବଳ ଖାଲି ସ୍ଥାନ ଓ ଦୋକାନ ବଜାର ଭାଙ୍ଗିବାକୁ ସେମାନେ ସହମତି ପ୍ରକାଶ କରିଥିଲେ। ମାଟ୍ରିକ୍‌ ପରୀକ୍ଷା ସରିଲେ ବସ୍ତିବାସିନ୍ଦାଙ୍କୁ ସାଲିଆ ସାହିର ଅନ୍ୟତ୍ର ଥଇଥାନ କରାଯିବା ପରେ ଉଚ୍ଛେଦ ହେବ ବୋଲି ସହମତି ପ୍ରକାଶ ପାଇଥିଲା। ବିଏମ୍‌ସି କମିଶନର ଚୌଧାରୀ କହିଥିଲେ, ବିଏମ୍‌ସି ଦ୍ୱାରା କ୍ଷତିପୂରଣ ବାବଦକୁ ପରିବାର ପିଛା ୨୫ ହଜାର ଟଙ୍କା ଓ ୭ ଦିନର ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ୨୦/୩୦ ବର୍ଗପୁଟ ନୁହେଁ, ୨୨୩ ପରିବାରକୁ ୨୫/୧୨ ବର୍ଗଫୁଟ ଲେଖାଏ ଜମି ଦିଆଯିବ। ସଫଳ ଆଲୋଚନା ପରେ ବସ୍ତିବାସିନ୍ଦା ପ୍ରତିବାଦସ୍ଥଳରୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri