ଠିକାଦାର ଦିଲୀପ, ଇସ୍କନ ବିରୋଧରେ ପୃଥକ୍‌ ମାମଲା

ପୁରୀ ଅଫିସ,୭।୨: ଭୁବନେଶ୍ୱର ବିମାନବନ୍ଦରରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ିବା ଘଟଣାରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଠିକାଦାର ଦିଲୀପ ଖଟେଇଙ୍କ ବିରୋଧରେ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଗୁରୁବାର ଏସ୍‌ଡିିଜିଏମଙ୍କ କୋର୍ଟରେ ଅଭିଯୋଗ କରିଛନ୍ତି। ଏନେଇ ୱାନସିସି କେସ୍‌ ନଂ. ୬୯/୨୦୨୦ ରୁଜୁ ହୋଇଛି। ସେହିପରି ମୁମ୍ବାଇରେ ଅଦିନିଆ ରଥଯାତ୍ରା ଆୟୋଜନ କରିଥିବା ଇସ୍କନ ବିରୋଧରେ ମଧ୍ୟ ପଟ୍ଟନାୟକ କୋର୍ଟରେ ଅଭିଯୋଗ କରିଛନ୍ତି। ଏନେଇ ୱାନସିସି କେସ୍‌ ନଂ. ୬୯/୨୦୨୦ ରୁଜୁ ହୋଇଛି।
୨୦୧୫ ନବକଳେବର ସମୟରୁ ଗୁରୁବାର ପର୍ଯ୍ୟନ୍ତ ପୁରୀରେ କାର୍ଯ୍ୟ କରିଥିବା ଠିକାଦାର ଦିଲୀପଙ୍କ ସମସ୍ତ କାର୍ଯ୍ୟର ଭିଜିଲାନ୍ସ କିମ୍ବା କ୍ରାଇମ୍‌ବ୍ରାଞ୍ଚ ସ୍ତରୀୟ ତଦନ୍ତ ଲାଗି ପଟ୍ଟନାୟକ କୋର୍ଟରେ ପ୍ରାର୍ଥନା କରିଛନ୍ତି। ସେ ଦର୍ଶାଯାଇଛନ୍ତି ଯେ, ୨୦୧୫ ନବକଳେବର ସମୟରେ ୨ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ହରିଲୁଟ୍‌ କରାଯାଇଛି। ଶ୍ରୀମନ୍ଦିର ଜଗମୋହନ ମରାମତି ଲାଗି ୧୦କୋଟି, ନବକଳେବର ନୂତନ କାର୍ଯ୍ୟାଳୟ ଲାଗି ୫କୋଟି, ଭକ୍ତଙ୍କ ଲାଗି ଉଦ୍ଦିଷ୍ଟ ନୂତନ ଟେଣ୍ଟ, ଟାଉନ ଥାନା ଅଧୀନ ନୀଳାଚଳ ଭକ୍ତ ନିବାସ ପାଇଁ ୧୫କୋଟି, ଅନ୍ୟାନ୍ୟ ନିର୍ମାଣ ଲାଗି ୫୦କୋଟି, ହବିଷ୍ୟାଳି କୋଠା ନିର୍ମାଣ ପାଇଁ ୩୩କୋଟି, ପୁରୁଣା ଜେଲ ରୋଡ ଭକ୍ତ ନିବାସ ଲାଗି ୨୦କୋଟି, ବହୁତଳ ପାର୍କିଂ ଲାଗି ୧୧୩ କୋଟି, ମ୍ୟୁନିସିପାଲିଟି ମାର୍କେଟ କମ୍ପେକ୍ସ ନିର୍ମାଣ ଲାଗି ୪୪କୋଟି ଟଙ୍କାର କାର୍ଯ୍ୟାଦେଶ ଠିକାଦାର ଦିଲୀପ ବିନା ଟେଣ୍ଡରରେ ପାଇଛନ୍ତି। ଦିଲୀପ ଓ କେତେଜଣ ସରକାରୀ କର୍ମଚାରୀ ମିଳିମିଶି ସରକାରୀ ଅର୍ଥ ତୋସରପାତ କରିଛନ୍ତି ବୋଲି ପଟ୍ଟନାୟକ କୋର୍ଟରେ ଦାଖଲ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଭୁବନେଶ୍ୱର ବିମାନବନ୍ଦରର ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରୁ ସନ୍ଦେହ ହେଉଛି ଯେ, ଦିଲୀପ ଅତୀତରେ ଶ୍ରୀକ୍ଷେତ୍ରରେ କରିଥିବା ଅନେକ ସରକାରୀ କାର୍ଯ୍ୟ ମଧ୍ୟ ନିମ୍ନମାନର ହୋଇଥାଇପାରେ। ଏବେ ପୁଣି ତାଙ୍କୁ ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ଲାଗି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେବାକୁ ସରକାରୀ ସ୍ତରରେ ମସୁଧା ଚାଲିଛି। ଦିଲୀପ ବଡ଼ ନେତାଙ୍କ ଛତ୍ରଛାୟା ରହିିଛନ୍ତି। ଫଳରେ ପୂର୍ବରୁ ତାଙ୍କ ବିରୋଧରେ ସିଂହଦ୍ୱାର, ଟାଉନଥାନା, କୁମ୍ଭାରପଡ଼ା ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇନାହିଁ। ତେଣୁ ଦିଲୀପଙ୍କ ସମସ୍ତ କାର୍ଯ୍ୟର ଭିଜିଲାନ୍ସ ଅଥବା କ୍ରାଇମବ୍ରାଞ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ପଟ୍ଟନାୟକ କୋର୍ଟକୁ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ଇସ୍କନ ବିରୋଧରେ ଆଇନଜୀବୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ, ଇସ୍କନ ପକ୍ଷରୁ ଗତ ଜାନୁୟାରୀ ୩୦ରେ ମୁମ୍ବାଇରେ ଅଦିନିଆ ରଥଯାତ୍ରା ଆୟୋଜନ ହୋଇଥିଲା। ଏହା କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ତେଣୁ ଇସ୍କନ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଲାଗି ସେ କୋର୍ଟକୁ ନିବେଦନ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ରୀତିନୀତି, ଶାସ୍ତ୍ର, ପୁରାଣ ଅନୁଯାୟୀ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆଷାଢ଼ ଶୁକ୍ଲ ଦ୍ୱିତୀୟା ତିଥିରେ ହୋଇଥାଏ। କିନ୍ତୁ ଇସ୍କନ ପକ୍ଷରୁ ବିଭିନ୍ନ ସମୟରେ ରଥଯାତ୍ରା କରାଯାଉଛି। ଏହାଦ୍ୱାରା ଗୋଷ୍ଠୀ ଏବଂ ଧାର୍ମିକ ସଂଘର୍ଷ ଘଟିବା ଆଶଙ୍କା ରହିଛି। ପୂର୍ବରୁ ଏ ନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ତେବେ ଏହା ବାହାର ରାଜ୍ୟରେ ହୋଇଥିବାରୁ ପୋଲିସ କୌଣସି ପଦକ୍ଷେପ ନେବାକୁ କୁଣ୍ଠାବୋଧ କରୁଛିି। ତେଣୁ ଇସ୍କନ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଲାଗି ପଟ୍ଟନାୟକ କୋର୍ଟଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri