ଠକେଇ ଅଭିଯୋଗରେ ୪ ନକଲି ଖବରଦାତା ଗିରଫ : ବିଭିନ୍ନ ସାମଗ୍ରୀ ଜବତ

ବରଗଡ଼ ଅଫିସ,୧୯ା୬ : ନିଜକୁ ଖବରଦାତାର ପରିଚୟ ଦେଇ ବରଗଡ଼ ଜିଲା ଶିଳ୍ପକେନ୍ଦ୍ରର ଭାରପ୍ରାପ୍ତ ସାଧାରଣ ପରିଚାଳକ ମନୋଜ କୁମାର ଶତପଥୀଙ୍କୁ ପିସ୍ତଲ ଦେଖାଇ ଠକେଇ କରିଥିବା ଅଭିଯୋଗରେ ୪ ଗିରଫ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ, ଉତ୍ତରପ୍ରଦେଶ ରାଜ୍ୟ ନୋଇଡ଼ା ସେକ୍ଟର-୬୩ ଥାନା ଅଞ୍ଚଳର ଅନୁଜ ଅଗ୍ରୱାଲ(୩୫), ବୁଲାନସହର ଜିଲା ନଗର କୁଟୱାଲି ଥାନା ଅଞ୍ଚଳର ବିଶାଲ ଗମ୍ଭୀର(୪୩), ଗାଜିଆବାଦ ଜିଲା ସଦ୍ରା କୁଟୱାଲିର ଇମ୍ରାନ ଖାଁ(୪୪) ଏବଂ ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଭକରସାହିର ତପନ କୁମାର ସାହୁ(୫୭)। ପୋଲିସ ସେମାନଙ୍କ ପାଖରୁ ଏକ କାର୍‌ (ସିଜି ୦୪ ଏମ୍‌ଜେ ୦୨୨୯), ଏକ ଭିଡିଓ କ୍ୟାମେରା, ଗୋଟିଏ ଲାପଟପ୍‌, ଗୋଟିଏ ଆଇପଡ୍‌, ୪ଟି ନକଲି ସାମ୍ବାଦିକ ପରିଚୟପତ୍ର, ନଗଦ ୧୯ ହଜାର ୬୮୦ ଟଙ୍କା ଏବଂ ୮ଟି ମୋବାଇଲ ଜବତ କରିଛି। ସେମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ବିଭିନ୍ନ ଦଫାରେ ୨୫ ଆର୍ମସ୍‌ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି ।
ବୁଧବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ କ୍ଷୀରସାଗର ନାଏକ ସୂଚନା ଦେଇ କହିଥିଲେ, ଗତ ୧୧ ତାରିଖରେ ଅଭିଯୁକ୍ତମାନେ ଜିଲା ଶିଳ୍ପକେନ୍ଦ୍ରର ଭାରପ୍ରାପ୍ତ ସାଧାରଣ ପରିଚାଳକ ଶତପଥୀଙ୍କ ନିକଟକୁ ଆସିଥିଲେ । ସେତେବେଳେ ସେମାନେ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଫ୍ଲାଇଆସ୍‌ ଇଟା ତିଆରି ଶିଳ୍ପ କରିବାକୁ ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଏବଂ ସେହି ପ୍ରକଳ୍ପ ମଞ୍ଜୁର ପାଇଁ ଟଙ୍କା ଯାଚିବା ସହିତ ଗୋପନୀୟ ଭାବେ ସେହି ସମୟର ଭିଡିଓ ରେକର୍ଡ଼ିଂ କରିଥିଲେ । ଏହା ସହିତ ଶତପଥୀଙ୍କଠାରୁ ଏକ ଫୋନ ନମ୍ବର ନେଇ ୧୨ ତାରିଖରେ ସେଠାରେ ପହଞ୍ଚିଥିଲେ। ଗତ ୧୧ ତାରିଖ ରେକର୍ଡ଼ିଂ ହୋଇଥିବା ଏକ ଭିଡିଓ କ୍ଲିପିଂକୁ ଦେଖାଇ ଟଙ୍କା ଦାବି କରିବା ସହିତ ତାଙ୍କୁ ସ୍ଥାନୀୟ ଏକ ବ୍ୟାଙ୍କର ବଜାର ବ୍ରାଞ୍ଚ ଏଟିଏମ ପାଖକୁ ପିସ୍ତଲ ଦେଖାଇ ଟାଣି ନେଇଥିଲେ। ଭୟଭୀତ ହୋଇ ସେହି ଏଟିଏମରୁ ଶତପଥୀ ୨୦ ହଜାର ଟଙ୍କା କାଢ଼ି ଅଭିଯୁକ୍ତମାନଙ୍କୁ ଦେଇଥିଲେ। ମାତ୍ର ସେତିକିରେ ଅଭିଯୁକ୍ତମାନେ ସନ୍ତୁଷ୍ଟ ନ ହୋଇ ଆହୁରି ୩ ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ସେତେବେଳେ ବ୍ୟାଙ୍କକୁ ଯାଇଥିଲେ ମଧ୍ୟ ଟଙ୍କା କାଢ଼ିବା ସମ୍ଭବ ହୋଇପାରି ନ ଥିଲା। ତେଣୁ ଅଭିଯୁକ୍ତମାନେ ଫେରି ଯାଇଥିଲେ ।
ମଙ୍ଗଳବାର ଅଭିଯୁକ୍ତମାନେ ପୁଣି ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ଶତପଥୀଙ୍କ ପାଖରେ ପହଞ୍ଚି ଟଙ୍କା ଦାବି କରିଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ସେମାନଙ୍କୁ କାବୁ କରି ନେଇଥିଲେ। ତେବେ ଧରାପଡ଼ିବା ପରେ ଅଭିଯୁକ୍ତମାନେ ନିଜକୁ ନିର୍ଦ୍ଦିଷ୍ଟ ଏକ ଖବର ସରବରାହ ସଂସ୍ଥାର ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ। ପୋଲିସ ତନାଘନା କରି ସେମାନେ ଏକ ଠକ ଗ୍ୟାଙ୍ଗ ବୋଲି ଜାଣି ପାରିଥିଲା । ଏହାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ଉପରୋକ୍ତ ସାମଗ୍ରୀ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?