Posted inଜାତୀୟ

ଟ୍ରେନରେ ବଢୁଛି ଯାତ୍ରୀଙ୍କ ସାମଗ୍ରୀ ଚୋରି ୧୦ ବର୍ଷରେ ୧.୭୧ ଲକ୍ଷ ମାମଲା ଦାଏର

ନୂଆଦିଲ୍ଲୀ,୨୯-୪: ଟ୍ରେନରେ ଯାତ୍ରୀଙ୍କ ସାମଗ୍ରୀ ଚୋରି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆର୍‌ପିଏଫ୍‌ ଓ ଜିଆର୍‌ପି ଥାଇ ମଧ୍ୟ ଚୋରି ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ ହୋଇଛି। ରେଳ ମନ୍ତ୍ରଣାଳୟ ଦ୍ୱାରା ଜାରି ଆର୍‌ଟିଆଇ ତଥ୍ୟରୁ ଜଣାପଡିଛି ଯେ, ଗତ ୧୦ ବର୍ଷ ମଧ୍ୟରେ ଟ୍ରେନ ଯାତ୍ରୀମାନେ ସେମାନଙ୍କ ସାମଗ୍ରୀ ଚୋରି ହେବା ନେଇ ୧.୭୧ ଲକ୍ଷ ମାମଲା ଦାଏର କରିଛନ୍ତି। ରେଳଓ୍ବେର ସୁରକ୍ଷା ବ୍ୟବସ୍ଥା ଢ଼ିଲା ଥିବା ଉକ୍ତ ତଥ୍ୟ କହୁଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଗତ ଏକ ଦଶନ୍ଧି ଭିତରେ ୨୦୧୮ରେ ସର୍ବାଧିକ ୩୬,୫୮୪ ଚୋରି ମାମଲା ଦାଏର ହୋଇଥିଲା। ୨୦୧୭ରେ ଏହା ୩୩,୦୪୪, ୨୦୧୬ରେ ୨୨,୧୦୬, ୨୦୧୫ରେ ୧୯,୨୧୫ ମାମଲା ଦାଏର କରାଯାଇଛି। ଏଭଳି ଭାବେ ୨୦୧୪ରେ ୧୪,୩୦୧, ୨୦୧୩ରେ ୧୨,୨୬୧, ୨୦୧୨ରେ ୯,୨୯୨, ୨୦୧୧ରେ ୯୬୫୩, ୨୦୧୦ରେ ୭୫୪୯ ଏବଂ ୨୦୦୯ରେ ୭୦୧୦ ମାମଲା ଦାଏର ହୋଇଥିଲା। ୨୦୦୯ରୁ ୨୦୧୮ ମଧ୍ୟରେ ଟ୍ରେନରେ ଚୋରି ମାମଲା ୫ଗୁଣା ବଢ଼ିଛି। ମୋଟ୍‌ରେ ଦେଖିଲେ ଏହି ଅବଧିରେ ୧,୭୧,୦୧୫ ଚୋରି ମାମଲା ଦାଏର ହୋଇଛି। ରେଳଯାତ୍ରୀମାନେ ବିଭିନ୍ନ ସମୟରେ ସୁରକ୍ଷାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ କରୁଥିବା ବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ମମତାଙ୍କ ବିରୋଧରେ FIR; ବଢ଼ିଲା ଅଡୁଆ!

କୋଲକାତା,୨୬।୫: ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ…

ଏହି ବଡ଼ ସହରରେ ଆଜିଠୁ ୧୪ ଦିନିଆ ‘କର୍ଫ୍ୟୁ’: କଣ ଖୋଲା, କଣ ବନ୍ଦ? ଲାଗିଲା କଡ଼ା କଟକଣା

ନୂଆଦିଲ୍ଲୀ,୨୬।୫: ମହାରାଷ୍ଟ୍ରର ପୁଣେ ସହରରେ ୧୪ ଦିନ ପାଇଁ କର୍ଫ୍ୟୁ ଲାଗୁ କରାଯାଉଛି। ଏହି ସମୟ ମଧ୍ୟରେ ଅନେକ କଟକଣା ବଳବତ୍ତର ରହିବ। ମେ ୨୬ ତାରିଖ…

ମାତ୍ର ୫ ଟଙ୍କାରେ ମିଳିବ ମାଛ-ଭାତ, ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା

କୋଲକାତା,୨୬।୫: ପଶ୍ଚିମବଙ୍ଗର ସାଧାରଣ ଜନତା ଏବଂ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର। ରାଜ୍ୟ ସରକାର ଜନସାଧାରଣଙ୍କୁ ଶସ୍ତାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

ଆଶ୍ଚର୍ଯ୍ୟ! ବାହାଘର ରିଟର୍ନ ଗିଫ୍ଟ ଦେଖି ଛାନିଆ ହେଲେ ଗାଁ ଲୋକେ, ଯିଏ ଶୁଣିଲା…

ମୁମ୍ବାଇ,୨୬।୫: ବିବାହରେ ଅତିଥିମାନଙ୍କୁ ପ୍ରତିଦାନ(ରିଟର୍ନ) ଉପହାର ଦେବାର ପ୍ରଥା ଏକ ବହୁ ପୁରୁଣା ପରମ୍ପରା । ତେବେ ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରେ ସମ୍ପ୍ରତି ଅନୁଷ୍ଠିତ ଏକ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri