Posted inଜାତୀୟ

ଟ୍ରେନରେ ନେତାଙ୍କ ମିମିକ୍ରି କରି ଗିରଫ ହେଲେ ଯୁବକ

ସୁରଟ,୧।୬: ଗୁଜରାଟର ସୁରଟରୁ ଅବିନାଶ ଦୁବେ ନାମକ ଜଣେ ଯୁବକଙ୍କୁ ରେଲଓ୍ବେ ପୋଲିସ ଗିରଫ କରିଛି। ଅବିନାଶ ଉପରେ ଟ୍ରେନରେ ଅବୈଧ ଢ଼ଙ୍ଗରେ ପଶିବା, ଜୋରରେ ଶବ୍ଦ କରିବା ଓ ଅଭଦ୍ର ଭାଷାର ପ୍ରୟୋଗ କରିବା ସହ ଅନ୍ୟାନ୍ୟ ମାମଲାରେ ଆରପିଏଫ୍‌ ପକ୍ଷରୁ ଏଫ୍‌ଆଇଆର ଦିଆଯାଇଛି। ଏଥିସହ ଅବୈଧ ରୂପରେ ଖେଳନା ବିକ୍ରି କରିବା ନେଇ ମଧ୍ୟ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଅବିନାଶ ବାରଣାସିର ହୋଇଥିବା ବେଳେ ଗୁଜରାଟ ବଲସାଡରେ ରହୁଥିଲେ। କିଛି ଦିନ ହେଲା ସେ ସୁରଟର ଯେକୌଣସି ଟ୍ରେନର ଏସି ବଗିରେ ଚଢ଼ି ନେତାଙ୍କ ମିମିକ୍ରି କରିବା ସହ ଖେଳନା ବିକ୍ରି କରୁଥିଲେ। ନେତାଙ୍କ ମିମିକ୍ରି କରୁଥିବା ବେଳେ କୌଣସି ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ୬ମିନିଟର ଏହି ଭିଡିଓରେ ଅବିନାଶ ବହୁ ମଜାଳିଆ ଢ଼ଙ୍ଗରେ ନେତାଙ୍କ ମିମିକ୍ରି କରୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାରୁକ୍‌ଙ୍କ ଉପରେ ଇଡ଼ି ଛାଟ: ୧୧୩ କୋଟି ଦୁର୍ନୀତି ନେଇ ପଚରାଉଚରା ଆରମ୍ଭ

ନୂଆଦିଲ୍ଲୀ, ୧୯।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଉପରେ ଏବେ ଇଡ଼ିର ଛାଟ ଆରମ୍ଭ ହୋଇଛି। ରାଜ୍ୟର କ୍ରିକେଟ ଆସୋସିଏଶନ୍‌ରେ ଘଟିଥିବା ୧୧୩ କୋଟି...

ଝୁଲନ୍ତା ଅବସ୍ଥାରେ ମିଳିଲା ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ

ଭୋପାଳ, ୨୩।୮: ମଧ୍ୟପ୍ରଦେଶର ଟିକମଗଡ଼ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ...

ଜେଲରୁ ହଟିଲା ଭିଆଇପି ସେଲ୍‌

ଚଣ୍ଡିଗଡ଼,୧୪।୫: ପଞ୍ଚାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜେଲରେ ଥିବା ଭିଆଇପି ସେଲକୁ ଭଗୱନ୍ତ ହଟାଇ ଦେଇଛନ୍ତି। ଜେଲରେ ଥିବା...

ତ୍ରାଲ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୨।୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ତ୍ରାଲ୍‌ରେ ରବିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କିଛି ଆତଙ୍କବାଦୀ...

‘ମୋ କାମକୁ କେହି ଜଣେ ଚିହ୍ନିଲେ’

ନୂଆଦିଲ୍ଲୀ,୨୨।୩: ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଲୋକଙ୍କୁ ଦେଶ ଚିହ୍ନୁଛି। ସେମାନଙ୍କୁ ସମ୍ମାନିତ କରୁଛି। ଏପରିକି ମୋ କାମକୁ କିଏ ଜଣେ ଚିହ୍ନି ପ୍ରଶଂସା...

ଅଯୋଗ୍ୟ ମାମଲାର ଶୁଣାଣି ଟଳିଲା, ନିଷ୍ପତ୍ତି ନେବାକୁ ଦୁଇପକ୍ଷଙ୍କୁ ରୋକିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୭ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦଳଙ୍କୁ ସୁପ୍ରିମକୋର୍ଟରେ ବଡ଼ ଆଶ୍ୱସ୍ତି ମିଳିଛି।ଶିନ୍ଦେଙ୍କ ଦଳର ୧୬ ଜଣ ବିଧାୟକଙ୍କ ଅଯୋଗ୍ୟତା...

ଆଇସିୟୁରେ ଭର୍ତ୍ତି ହେଲେ ମୁଲାୟମ

ନୂଆଦିଲ୍ଲୀ,୧୧।୬: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂ ଯାଦବଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁଗ୍ରାମ୍‌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ରବିବାର...

ଭୟରେ କଶ୍ମୀରୀ ପଣ୍ଡିତଙ୍କ ଶିବିର ସିଲ୍‌

ଶ୍ରୀନଗର, ୨ା୬: କଶ୍ମୀରରେ ଟାର୍ଗେଟ କିଲିଂ ଥମୁ ନ ଥିବାରୁ ଉପତ୍ୟକା ଛାଡ଼ିବାକୁ କଶ୍ମୀରୀ ପଣ୍ଡିତମାନେ ଚେତାବନୀ ଦେବା ପରେ ସ୍ଥାନୀୟ ପ୍ରଶାସନ ସେମାନଙ୍କ ଟ୍ରାଞ୍ଜିଟ୍‌...

Advertisement
Archives

Model This Week