ଟ୍ରେଣ୍ଡରେ ‘ଟି ଲେଙ୍ଗ୍‌ଥ ଡ୍ରେସ୍‌’

ଯେଉଁ ଡ୍ରେସ୍‌ର ଲମ୍ବା ଆଣ୍ଠୁ ତଳକୁ, ହେଲେ ଗୋଇଠି ଉପରକୁ ରହିଥାଏ, ତାକୁ ଟି ଲେଙ୍ଗ୍‌ଥ ଡ୍ରେସ୍‌ କୁହାଯାଏ। ଏହି ଡ୍ରେସ୍‌କୁ ପିନ୍ଧିଲେ କମ୍ଫଟେବଲ ଲାଗିବା ସହ କ୍ଲାସି ଲୁକ୍‌ ମଧ୍ୟ ମିଳିଥାଏ। ଖାସ୍‌ ସେଇଥିପାଇଁ ସାଧାରଣ ଯୁବତୀଙ୍କଠୁ ଆରମ୍ଭ କରି ବଲିଉଡ୍‌ ଡିଭାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଡ୍ରେସ୍‌ର ମାୟାରେ ପଡିଥିବା ଲକ୍ଷ୍ୟ କରାଯାଏ…

ଟି ଲେଙ୍ଗ୍‌ଥ ଏମିତି ଏକ ଡ୍ରେସ୍‌, ଯାହାର ଲମ୍ବା ସାଧାରଣତଃ ଆଣ୍ଠୁ ତଳକୁ ହେଲେ ଗୋଇଠି ଉପରକୁ ରହିଥାଏ। ଏହାର ଅନେକ ସ୍ବତନ୍ତ୍ରତା ରହିଛି, ଫଳରେ ଏହି ଡ୍ରେସ୍‌ର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ବିଶେଷ କରି ଏହାର ଏକ ଭଲ ଗୁଣ ହେଲା, ଏହା ନା ବେଶି ଓପନ୍‌ ହୋଇଥାଏ ନା ଶରୀରକୁ ସମ୍ପୂର୍ଣ୍ଣ କଭର୍‌ କରିକି ରଖିଥାଏ। ତା’ଛଡ଼ା ଏହି ଡ୍ରେସ୍‌ର ଲମ୍ବା ଗୋଇଠି ଉପରକୁ ରହୁଥିବାରୁ ଏହାର ତଳଭାଗରେ ସହଜରେ ମଇଳା ଲାଗେ ନାହିଁ। ଫଳରେ ଏହାକୁ ପିନ୍ଧିଲେ କମ୍ଫଟେବୁଲ ଲାଗିବା ସହ କ୍ଲାସି ଲୁକ୍‌ ମିଳିଥାଏ। ଏପରିକି ବର୍ଷାଦିନେ ବି ଚାହିଁଲେ ଏହାକୁ ଆରାମରେ ପିନ୍ଧିହୁଏ। ଖାସ୍‌ ଏହିସବୁ କାରଣ ପାଇଁ ବଲିଉଡ୍‌ ଡିଭାମାନଙ୍କୁ ମଧ୍ୟ ଅନେକ ଥର ଟି ଲେଙ୍ଗ୍‌ଥ ଡ୍ରେସ୍‌ ପିନ୍ଧି ଫଟୋ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଥାଏ। ତେବେ ଏହାର ଅନେକ ଭେରାଇଟି ଏବେ ମାର୍କେଟ୍‌ରେ ମିଳିଲାଣି। ତା’ହେଲେ ଆସନ୍ତୁ ଜାଣିବା ଟି ଲେଙ୍ଗ୍‌ଥ ଡ୍ରେସ୍‌ର କ’ଣ ସବୁ ଲାଟେଷ୍ଟ ଫ୍ୟାଶନ ଚାଲିଛି…

ସିମ୍ପଲ୍‌ ଟି ଲେଙ୍ଗ୍‌ଥ ଡ୍ରେସ୍‌: ମାର୍କେଟ୍‌ରେ ପିୟୋର୍‌ କଟନ୍‌ର ଖୁବ୍‌ ସୁନ୍ଦର ସୁନ୍ଦର ସିମ୍ପଲ ଟି ଲେଙ୍ଗ୍‌ଥ ଡ୍ରେସ୍‌ ମିଳୁଛି। ଏହାକୁ ଆପଣ ଚାହିଁଲେ ରେଗୁଲାର୍‌ ବ୍ୟବହାର କରିପାରିବେ ନଚେତ୍‌ ଅଫିସ୍‌କୁ ମଧ୍ୟ ପିନ୍ଧି ଯାଇପାରିବେ। ଏ ଷ୍ଟାଇଲ୍‌ର ଡ୍ରେସ୍‌ ସୋବର୍‌ ଲୁକ୍‌ ଦେଇଥାଏ।

ଫ୍ଲୋରାଲ୍‌ ପ୍ରିଣ୍ଟ: ଯଦି ଆପଣ ଅନେକ ଅପ୍ସନ ମଧ୍ୟରୁ କାହାକୁ ଗୋଟିଏ ଚଏସ୍‌ କରିବାକୁ ନେଇ ଦ୍ୱନ୍ଦ୍ୱରେ ଥାନ୍ତି, ତା’ହେଲେ ସବୁଠୁ ଭଲ ଫ୍ଲୋରାଲ୍‌ ପ୍ରିଣ୍ଟ ବାଲା ଟି ଲେଙ୍ଗ୍‌ଥ ଡ୍ରେସ୍‌ ବାଛନ୍ତୁ। କାରଣ ଏହା ଷ୍ଟାଇଲିଶ୍‌ ଲୁକ୍‌ ଦେବା ସହ ଟ୍ରେଣ୍ଡି ବି ଲାଗିଥାଏ। ତା’ଛଡ଼ା ଏହି ଡ୍ରେସ୍‌ ପିନ୍ଧି ଆପଣ କାଜୁଆଲ୍‌ ଆଉଟିଂରେ କିମ୍ବା ଶପିଂ ପାଇଁ ବି ଯାଇପାରିବେ।

ଓ୍ବାନ୍‌ ସୋଲ୍ଡର୍‌ : ଯଦି କୌଣସି ପାର୍ଟି ଫଙ୍କଶନ୍‌କୁ ସର୍ଟ ଲେଙ୍ଗ୍‌ଥ ଡ୍ରେସ୍‌ ପିନ୍ଧିକି ଯିବାକୁ ଆଣପଙ୍କୁ ପସନ୍ଦ ନ ଥାଏ, ତା’ହେଲେ ବ୍ରାଇଟ୍‌ କଲର୍‌ର ଓ୍ବାନ ସୋଲ୍ଡର୍‌ ଟି ଲେଙ୍ଗ୍‌ଥ ଡ୍ରେସ୍‌ ଆପଣଙ୍କ ପାଇଁ ଭଲ ହେବ। ଏହା କମ୍ଫଟେବୁଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ବି ଲାଗିବ।

ଅଫ୍‌ ସୋଲ୍ଡର୍‌: ଅଫ୍‌ ସୋଲ୍ଡର୍‌ର ଟି ଲେଙ୍ଗ୍‌ଥ ଡ୍ରେସ୍‌ ଯୁବତୀଙ୍କୁ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ। ଏହା ସହିତ ଆପଣ ଚାହିଁଲେ ଟିକେ ଗର୍ଜିୟସ୍‌ ଇୟର ରିଂକୁ ମ୍ୟାଚିଂ କରି ପିନ୍ଧିପାରିବେ।

ବଡି ଫିଟିଙ୍ଗ୍‌: ଯଦି ଆପଣଙ୍କର ସ୍ଲିମ୍‌ ଟ୍ରିମ୍‌ ପର୍ସନାଲିଟି ରହିଛି, ତା’ହେଲେ ବଡି ଫିଟିଙ୍ଗ୍‌ ଟି ଲେଙ୍ଗ୍‌ଥ ଡ୍ରେସ୍‌ ଆପଣଙ୍କୁ ସ୍ମାର୍ଟ ଲୁକ୍‌ ନିଶ୍ଚୟ ଦେବ। ବିଶେଷକରି ସାଙ୍ଗସାଥୀ କିମ୍ବା ପରିବାର ସଦସ୍ୟଙ୍କ ସହିତ କୁଆଡେ ଆଉଟିଂରେ ଗଲାବେଳେ ଏହି ଡ୍ରେସ୍‌କୁ ଟ୍ରାଏ କରନ୍ତୁ, ଦେଖିବେ କେତେ କମ୍ଫଟେବୁଲ୍‌ ଲାଗିବ।

ସମର୍‌ ଫ୍ରେଣ୍ଡଲି: ଯଦି ଆପଣଙ୍କୁ କାଜୁଆଲ୍‌ ଲୁକ୍‌ ପସନ୍ଦ, ତା’ହେଲେ ସମର୍‌ ଫ୍ରେଣ୍ଡଲି ଷ୍ଟ୍ରାଇପ୍‌ ପ୍ରିଣ୍ଟ ବାଲା ଟି ଲେଙ୍ଗ୍‌ଥ ଡ୍ରେସ୍‌ ଆପଣଙ୍କ ପାଇଁ ପରଫେକ୍ଟ ହେବ। ଏହା ମଧ୍ୟ କାଜୁଆଲ୍‌ ଆଉଟିଂ ପାଇଁ ବେଷ୍ଟ ଅପ୍ସନ ହୋଇପାରେ। ତା’ଛଡ଼ା ଏ ଷ୍ଟାଇଲ୍‌ର ଡ୍ରେସ୍‌କୁ ଖରା, ବର୍ଷା ସବୁବେଳେ ପିନ୍ଧିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଥିବା ଏହି ୮ ଜିନିଷ କରିଦେବ କାଙ୍ଗାଳ; ଯେତେଶୀଘ୍ର ପାରୁଛନ୍ତି କରନ୍ତୁ ଏପରି…

ଗ୍ରହର ଆମ ଜୀବନରେ ମହତ୍ୱ ଅଧିକ। କାରଣ ଏହାର ଚଳନ ବ୍ୟକ୍ତିର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ଦଶା ଠିକ୍‌ ନ ରହିଲେ ହେଉଥିବା...

ଡାଇବେଟିସ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଏଥିରୁ ଅଧାକପ୍‌…

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସକାଳେ ଖାଲିପେଟରେ ଅଧାକପ୍‌ ଜିରା ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ। ପେଟରେ ଅଧିକ ଚର୍ବି ଜମି ଯାଇଥିଲେ ଜିରାପାଣି...

ସାଥୀଙ୍କ ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ

ନୂଆବର୍ଷ ଲାଗି ସମସ୍ତଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥାଏ। ବର୍ଷ ଆରମ୍ଭରୁ ବିଭିନ୍ନ ପ୍ରକାର ସଙ୍କଳ୍ପ ନେଇଥାନ୍ତି ଲୋକେ। ପ୍ରେମିଯୁଗଳ ମଧ୍ୟ ସାଥୀଙ୍କୁ ଖୁସି...

ବିଶ୍ୱ ବ୍ରହ୍ମାଣ୍ଡର ବିସ୍ମୟ କୃଷ୍ଣ ଗର୍ତ୍ତ

‘ମତେ ମୃତ୍ୟୁକୁ ଜମା ଭୟ ଲାଗେ ନାହିଁ କିମ୍ବା ମୁଁ ଏତେ ଶୀଘ୍ର ମରିବାକୁ ଚାହେଁ ନାହିଁ। କାରଣ ମୁଁ ମରିବା ପୂର୍ବରୁ ମୋ ଜୀବନରେ...

ଅପମାନର ପ୍ରତିଶୋଧ ନେବା ପାଇଁ ଏହାକୁ ସବୁଠାରୁ ବଡ଼ ଅସ୍ତ୍ର କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା...

ଘରେ ସୁଖ-ସମୃଦ୍ଧି ଆଣେ ଏସବୁ ଗଛ; ଲଗାଇବା ପରେ ଆପଣାଛାଏଁ ଦୂର ହୁଏ ସମସ୍ୟା

ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ ବୋଲି ସମସ୍ତେ ଚାହାନ୍ତି। ଏଥିପାଇଁ ଦିନରାତ୍ରୀ ପରିଶ୍ରମ କରିବାକୁ...

ରୋଗଣା ମନ

ପ୍ରତିବର୍ଷ ଆମ ଭିତରୁ ପ୍ରତି ଚାରିଜଣରେ ଜଣେ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିରୁ ବିଶେଷ ନିରାପଦ ରହିପାରୁନାହାନ୍ତି। ସେହି ଜଣକ ବି ହୋଇପାରନ୍ତି ଆମ ପରିବାରର ସଦସ୍ୟ,...

ଏସବୁ ସମସ୍ୟା ଦୂର କରେ କଳାଜିରା

ସାଧାରଣତଃ କଳାଜିରା ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହାର ବହୁ ଉପକାରୀ ଗୁଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।...

Advertisement
Archives

Model This Week