ଟ୍ରାଭେଲ୍‌ ଟାଟୁ: ଦେଖାଯାଏ ଫ୍ୟାଶନେବଲ୍‌, ବଢ଼ାଏ ବୁଲିବାର କ୍ରେଜ୍‌

ଆଜିକାଲିର ମଡର୍ନ ଦୁନିଆରେ ଟାଟୁ କରିବାକୁ ନେଇ ଯୁବପିଢ଼ିଙ୍କ ଭିତରେ ବେଶ୍‌ କ୍ରେଜ୍‌ ରହୁଥିବା ଦେଖିବାକୁ ମିଳୁଛି। ଖାସ୍‌ କରି ଟ୍ରାଭେଲ୍‌ ଟାଟୁର ଡିମାଣ୍ଡ ଏବେ କାହିଁରେ କେତେ। ଏହି ଟାଟୁ କେବଳ ଫ୍ୟାଶନେବଲ୍‌ ଦେଖାଯାଏ ତାହା ନୁହେଁ, ବେଳେବେଳେ ଏହା ଭ୍ରମଣପ୍ରିୟ ଯୁବପିଢ଼ିଙ୍କ ବୁଲିବାର କ୍ରେଜ୍‌କୁ ବି ବଢ଼ାଇ ଦେଇଥାଏ। ସେମିତି କିଛି କ୍ରେଜି ଟ୍ରାଭେଲ୍‌ ଟାଟୁ ସମ୍ପର୍କରେ…
ପାଦରେ କରିବେ ଟ୍ରାଭେଲ୍‌ ଟାଟୁ: ଯଦି ଆପଣ ଖୁବ୍‌ ଭ୍ରମଣପ୍ରିୟ, ତା’ହେଲେ ଆପଣ ଚାହିଁଲେ ଟ୍ରାଭେଲ୍‌ ସିମ୍ବଲର ଯେକୌଣସି ଟାଟୁକୁ ପାଦରେ କରିପାରିବେ। ଖାସ୍‌କରି ଏରୋପ୍ଲେନ୍‌ ଉଡୁଥିବାର ଟାଟୁ ଏଥିପାଇଁ ଭଲ ଅପ୍ସନ। ଏହି ଟାଟୁ ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗିଥାଏ, ଠିକ୍‌ ସେମିତି ସ୍ମାର୍ଟ ଲୁକ୍‌ ବି ଦେଇଥାଏ।
କମ୍ପାସ୍‌ ଟାଟୁ: ଯେଉଁ ଯୁବପିଢ଼ିମାନଙ୍କୁ ସାଉଥ୍‌ ହେଉ କିମ୍ବା ନର୍ଥ ଏପରି କି ଦୁନିଆର ଯେକୌଣସି ସ୍ଥାନକୁ ଯାଇ ବୁଲିବା ପସନ୍ଦ, ସେମାନଙ୍କ ପାଇଁ ଏହି ଧରଣର ଟ୍ରାଭେଲ୍‌ ଟାଟୁ ପର୍‌ଫେକ୍ଟ ହୋଇଥାଏ। କମ୍ପାସ୍‌ ଟାଟୁର ଫ୍ୟାଶନ ଯେବେଠାରୁ ଆରମ୍ଭ ହେଲାଣି ସେବେଠାରୁ ଏହାକୁ ନେଇ ଲୋକଙ୍କ ଭିତରେ ବେଶ୍‌ କ୍ରେଜ୍‌ ରହୁଥିବା ଦେଖିବାକୁ ମିଳୁଛି। ଖାସ୍‌କରି ଭ୍ରମଣପ୍ରିୟ ବ୍ୟକ୍ତି ଏହି ଟାଟୁକୁ ଅଧିକ ପସନ୍ଦ କରିଥାନ୍ତି।
ସନ୍‌ସେଟ୍‌ ଟାଟୁ: ଏହା ବି ଏକପ୍ରକାର ଟ୍ରେଣ୍ଡି ଟ୍ରାଭେଲ୍‌ ଟାଟୁର ଅନ୍ତର୍ଭୁକ୍ତ। ଯେଉଁମାନଙ୍କୁ ସମୁଦ୍ର ତଟରେ ବସି ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବାକୁ ଭଲ ଲାଗେ, ସେମାନେ ଚାହିଁଲେ ତାଙ୍କ ଶରୀରରେ ଏହି ଟାଟୁ କରିପାରିବେ। ସେହିଭଳି ଯେଉଁମାନଙ୍କୁ ଭ୍ରମଣର ଅନୁଭୂତିକୁ ନିଜ ଫୋନ୍‌ର କ୍ୟାମେରାରେ କ୍ୟାପ୍‌ଚର କରି ରଖିବାକୁ ଭଲ ଲାଗେ, ସେମାନେ ଚାହିଁଲେ ଏ ଧରଣର ଟାଟୁକୁ ନିଜ ବାହୁରେ ବି କରିପାରିବେ।
ବିଚ୍‌ ଟାଟୁ: ବେଳାଭୂମିରେ ବୁଲିବାର ଦୃଶ୍ୟକୁ ନେଇକି ବି ଆପଣ ଶରୀରରେ ଟାଟୁ କରିପାରିବେ। ଏହା ମଧ୍ୟ ଖୁବ୍‌ ଆକର୍ଷଣୀୟ ଦେଖାଯାଇଥାଏ।
ଗ୍ଲୋବ୍‌ ଟାଟୁ: ଭ୍ରମଣପ୍ରିୟ ବ୍ୟକ୍ତିମାନେ ଶରୀରରେ ଏହି ଟାଟୁ କଲେ ତାଙ୍କ ମନରେ ସର୍ବଦା ଗୋଟିଏ ଧାରଣା ଆସିଥାଏ ଯେ, ତାଙ୍କୁ କେବଳ ବୁଲିବାର ଅଛି। ଦୁନିଆର ପ୍ରତି କୋଣକୁ ତାଙ୍କୁ ଯିବାର ଅଛି ଆଉ ଜୀବନକୁ ଭରପୂର ଉପଭୋଗ କରିବାର ଅଛି।
ଟ୍ରାଭେଲ୍‌ ଶବ୍ଦର ଟାଟୁ:  ଯଦି ଆପଣ ଅତି ସିମ୍ପଲ ଷ୍ଟାଇଲ୍‌ର କୌଣସି ଟ୍ରାଭେଲ୍‌ ଟାଟୁ କରିବାକୁ ଚାହୁଁଥାନ୍ତି, ତା’ହେଲେ ଟ୍ରାଭେଲ୍‌ ସ୍ପେଲିଙ୍ଗ୍‌ର ଇଂଲିଶ ଶବ୍ଦକୁ ଏଥିରେ ସାମିଲ କରିପାରିବେ। ଏହି ଟାଟୁକୁ ଆପଣ ହାତରେ, କାନ୍ଧରେ, ବାହୁରେ ନଚେତ୍‌ କାନ ପଛରେ ବି କରିପାରିବେ।
ଏସବୁ ବ୍ୟତୀତ କୌଣସି ଦେଶର ମ୍ୟାପ୍‌ , ହଟ୍‌ ଏୟାର୍‌ ବେଲୁନ୍‌ କିମ୍ବା ବସ୍‌, ଟ୍ରେନ୍‌ ତଥା ବୋଟ୍‌ ଇତ୍ୟାଦିର ଟାଟୁକୁ ଶରୀରରେ କଲେ ଏହା ବ୍ୟକ୍ତିଙ୍କର ଭ୍ରମଣ ପ୍ରିୟର ମନୋଭାବକୁ ସ୍ପଷ୍ଟ ସୂଚାଇ ଦେଇଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri