ଟ୍ରାଫିକ ନିୟମର ବାର୍ତ୍ତା ବାଣ୍ଟିଲେ ପିଲା

ବେଗୁନିଆ, ୧୩ା୨ (ଡି.ଏନ୍‌.ଏ): ବେଗୁନିଆ ସଦର ମହକୁମାରେ ବୁଧବାର ଟ୍ରାଫିକ ନିୟମର ବାର୍ତ୍ତା ଛୋଟ ପିଲାମାନେ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା। ତେବେ ପିଲାମାନେ ବିଭିନ୍ନ ପ୍ରକାର କୋତୁକିଆ ପୋଷାକରେ ପିନ୍ଧି ରାସ୍ତା ଘାଟରେ ଯାତାୟାତ କରୁଥିବା ଲୋକମାନଙ୍କୁ ଅନେକ ଶିକ୍ଷଣୀୟ ବିଷୟରେ ସଚେତନ କରାଇଥିଲେ। ଏପରିକି ପିଲାମାନେ ପୋଲିସ, ଅଗ୍ନିଶମ ବିଭାଗର କର୍ତ୍ତବ୍ୟ ଓ ମୂଲ୍ୟବୋଧ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ। ଏଥିସହ ରାସ୍ତାରେ ଗମନାଗମନ କଲା ବେଳେ ଅନେକ ନିୟମ ରହିଛି। ସେଥିମଧ୍ୟରୁ ଟ୍ରାଫିକ ନିୟମ ହେଉଛି ଅନ୍ୟତମ। ହେ ଚାଳକ ମହାଶୟ ଆପଣମାନଙ୍କୁ ହସ୍ତ ଯୋଡି ଆମ୍ଭେ ନିବେଦନ କରୁଛୁ। ଟ୍ରାଫିକ ନିୟମକୁ ଆମ୍ଭେ ସମ୍ମାନ ଦେବା, ଯାହାଦ୍ୱାରା ଇଶ୍ୱର ଦତ୍ତ ଏହି ମୂଲ୍ୟବାନ ଧନ ଏବଯ ଜୀବନ ସୁରକ୍ଷିତ ରହିପାରିବ ବୋଲି ପିଲାମାନେ କହି ନିବେଦନ କରୁଥିଲେ। ବେଗୁନିଆ ନାଳନ୍ଦା ପବ୍ଲିକ ସ୍କୁଲର ଛାତ୍ରୀଛାତ୍ର, ପ୍ରଧାନ ଆଚାର୍ଯ୍ୟ ରାଜେଶ କୁମାର ସାହୁ, ପ୍ରତିଷ୍ଠାତା ଅଜୟ କୁମାର ସାହୁ, ଉପଦେଷ୍ଟା ଅଖିଳେଶ ମହାପାତ୍ର, ଗୁରୁମାଗୁରୁଜୀମାନେ ବାଣ୍ଟୁଥିବା ଏହି ସଚେତନତା ବାର୍ତ୍ତାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିରଞ୍ଜନ, ପଦ୍ମନାଭଙ୍କ ହ୍ୟାଟ୍ରିକ୍‌ ବିଜୟ

ସୋନପୁର,୨୪-୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ବିଜେଡିର ଦୁର୍ଗ ବୋଲି ପୁଣି ଥରେ ସାବ୍ୟସ୍ତ ହୋଇଛି। ସାଧାରଣ ନିର୍ବାଚନରେ ଦଳ କମାଲ କରିଛି। ମୋଦି ହାୱା ଏଠାରେ ଭାଜପାକୁ ବିଜୟୀ...

ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ

କର୍ଲାମୁଣ୍ଡା,୧୯ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମୋଟ୍‌ ୨ଟି ଜିଲା ପରିଷଦ ଆସନ ପାଇଁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା...

୨୭ରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି

ପୁରୀ ଅଫିସ,୧୮।୯:  ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବାକୁ ଦୀର୍ଘଦିନ ହେଲା ସାଧାରଣରେ ଦାବି ହୋଇଆସୁଛି। କେବେ ରତ୍ନଭଣ୍ଡାର ଖୋଲାଯିବ ଓ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ଗଣତି...

ସ୍କିଲ୍‌ ଗ୍ୟାପ୍‌ ହ୍ରାସ କରିବା ଉପରେ ଗୁରୁତ୍ୱ’

ଭୁବନେଶ୍ୱର,୯।୭(ବ୍ୟୁରୋ): ସ୍କିଲ ଗ୍ୟାପ ହ୍ରାସ ସହ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ...

ଉଚ୍ଛେଦ ପ୍ରତିବାଦରେ ଉଠାଦୋକାନୀଙ୍କ ବିକ୍ଷୋଭ

ବାଲେଶ୍ୱର ଅଫିସ,୧୭।୮: ବାଲେଶ୍ୱର ସହର ଓଟି ରୋଡ଼ ସମ୍ପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ଏହାକୁ ବିରୋଧ କରି ଉଠାଦୋକାନୀ ସଂଘ ବିିକ୍ଷୋଭ କରିଛନ୍ତି।...

ଚୋରି ଟଙ୍କା, ସୁନା ଜବତ: ୨ ଗିରଫ

ଦିଗପହଣ୍ଡି,୧୨ା୫(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ମଙ୍ଗଳବାର ପାଟପୁର ଥାନା ସାହସପୁର ଉତୁରାସି ବସ୍ତିର ବୁଦ୍ଧିଆ ପ୍ରଧାନ ଏବଂ ଟି. ସନ୍ତୋଷଙ୍କୁ ଏକ ଚୋରି ମାମଲାରେ ଗିରଫ କରିଛି।...

ଡାଇଭର୍ସନ ରାସ୍ତା ବିପଦସଙ୍କୁଳ

ଝୁମ୍ପୁରା, ୨।୬ (ଡି.ଏନ୍‌.ଏ.)-ଝୁମ୍ପୁରା ବଜାର ଅଞ୍ଚଳ ତଥା ସରକାରୀ କାର୍ଯ୍ୟାଳୟ, ବ୍ଲକ, ଡାକ୍ତରଖାନା, ସ୍କୁଲକୁ ସଂଯୋଗ କରୁଥିବା ୨ଟି ମୁଖ୍ୟରାସ୍ତା, ଝୁମ୍ପୁରା – ଉଖୁଣ୍ଡା ରାସ୍ତା...

ପୁଅର ଆତ୍ମହତ୍ୟା ପରେ ମିଳିଲା ବାପାଙ୍କ ମୃତଦେହ

ସାରସକଣା, ୨୮।୭(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ସୀମାନ୍ତ ନୂଆସାହି ଗାଁରେ ବାପ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତିରେ ପୁଅ ରାଜୁ...

Advertisement
Archives

Model This Week