ଟ୍ରାଫିକ ଛକରେ ବଢୁଛି ବେଆଇନ ପାର୍କିଂ : ୟୁ ଟନର୍ର୍ ରାସ୍ତା ଅବରୋଧ, ଲୋକେ ହଇରାଣ

କଟକ ରୋଡ,୨୯।୭(ଡି.ଏନ୍‌.ଏ.) : ରାଜଧାନୀର ଅଧିକାଂଶ ଅଞ୍ଚଳରେ ଟ୍ରାଫିକ ଜାମ ସମସ୍ୟା ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ଯାନବାହନ ସୁରୁଖୁରରେ ଯାତାୟାତ ପାଇଁ ରାସ୍ତା ସମ୍ପ୍ରସାରଣ କରାଯାଇଛି। ରାସ୍ତାରେ ଗାଡିମୋଟର ବେଆଇନ ପାର୍କିଂ ପରିସ୍ଥିତିକୁ ଜଟିଳ କରିଛି। ଏଭଳି ଘଟଣାକ୍ରମେ ଭୁବନେଶ୍ୱରରେ ଏକ ପ୍ରମୁଖ ଜନଗହଳି ଅଞ୍ଚଳ କୁହାଯାଉଥିବା କଟକ ରୋଡରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି। ରାସ୍ତାରେ ଗାଡି ପାର୍କିଂ ଯୋଗୁ ଲୋକେ ଯାତାୟାତର ଅସୁବିଧା ଭୋଗୁଛନ୍ତି। ବର୍ଷାଧିକକାଳ ଏଭଳି ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ କମିଶନରେଟ ପୋଲିସ କିମ୍ବା ଟ୍ରାଫିକ ବିଭାଗ ଦୃଷ୍ଟି ଦେଉନାହିଁ। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ଅଟୋଚାଳକ ରାସ୍ତା ଜାମ କରି ଗହଳି ଅଧିକ ବଢାଉଛନ୍ତି। ପୁରୁଣା ଷ୍ଟେଶନ ବଜାର ଛକରେ ଏହି ସମସ୍ୟା ରହିଥିଲେ ମଧ୍ୟ ଉକ୍ତ ପୋଷ୍ଟରେ ରହୁଥିବା କର୍ମଚାରୀ ଜାଣି ନ ଜାଣିବା ଭଳି ଅଭିନୟ କରିବା ନିତିଦିନିଆ ହୋଇଛି। ଲକ୍ଷ୍ମୀସାଗର ଟ୍ରାଫିକ ଛକ ସଙ୍କୁଚିତ ହୋଇ ପଡୁଥିବା ଲକ୍ଷ୍ୟ ରଖି ୨୦୧୫ ରେ ଏହି ଛକକୁ ଓସାର କରାଯାଇ ସ୍ଥାନ ବଢାଯାଇଥିଲା। ରାସ୍ତା ଓ ଛକ ସମ୍ପ୍ରସାରଣ ପରେ ଏଠାରେ ବେଆଇନ ପାର୍କିଂ ଲୋକଙ୍କୁ ନାକେଦମ କରିଛି। ଛକ ନିକଟରେ ଏକ ଘରୋଇ ହସ୍ପିଟାଲ, ବ୍ୟାଙ୍କ ସହ ବ୍ୟବସାୟ ପ୍ରତିଷ୍ଠାନ ଥିବା ବେଳେ ପାର୍କିଂ ବ୍ୟବସ୍ଥା ନ ଥିବା ହେତୁ ଟ୍ରାଫିକ ଛକରେ ୪ଚକିଆ ଯାନ ରାସ୍ତା ଅବରୋଧ କରୁଛନ୍ତି। ଝାରପଡ଼ା ଓଭରବ୍ରିଜ ଛକରୁ ଲକ୍ଷ୍ମୀସାଗର ଗ୍ରାମକୁ ଯିବାକୁ ଥିବା ୟୁ ଟର୍ନ ସମ୍ପୂର୍ଣ୍ଣ କବ୍‌ଜା ହେବା ଫଳରେ ଅନେକ ସମୟରେ ଅଗ୍ନିଶମ ଗାଡି, ଆମ୍ବୁଲାନ୍ସ, ସ୍କୁଲ ବସ ଆଦି ସଙ୍କୁଚିତ ରାସ୍ତାରେ ଅତିକ୍ରମ କରିବା କଷ୍ଟସାଧ୍ୟ ହେଉଛି। ଏପରିକି ରାସ୍ତା ଉପରେ ଲୋକେ ଲକ୍ଷ୍ମୀସାଗର, ଝାରପଡ଼ା, ଜିଜିପି କଲୋନୀ, ରସୁଲଗଡ଼ ଆଦି ଅଞ୍ଚଳକୁ ଯିବା ପାଇଁ ନିର୍ଭରଶୀଳ ହୋଇଥିବା ବେଳେ ସବୁ ସମୟରେ ଛକ ସ୍ଥାନକୁ ଗାଡି ଚାଳକ ମାଡି ବସିବା ଅସନ୍ତୋଷ ଦେଖାଯାଇଛି। ଟ୍ରାଫିକ ଛକ ସହ ୟୁ ଟନର୍ର୍ ରାସ୍ତା ବନ୍ଦ ହେବା ନେଇ ପୋଷ୍ଟରେ ଡିୟୁଟିରେ ଥିବା ଜଣେ କର୍ମଚାରୀ କୁହନ୍ତି, ୟୁ ଟନର୍ର୍ରେ ଗାଡି ନ ରଖିବା ପାଇଁ ବାରମ୍ବାର କହୁଛୁ। କିନ୍ତୁ ଲୋକେ ଶୁଣୁନାହାନ୍ତି। ଏପରିକି ରାସ୍ତା ମଝିରେ ଟ୍ରାଫିକ ପୋଷ୍ଟ ରହିବା ସହ ମେଡିଆନ ନ ରହିବା ଫଳରେ ପ୍ରାୟ ସମୟରେ ଲୋକେ ରଙ୍ଗ ରୁଟରେ ଯାଉଛନ୍ତି। କଟକ ରୋଡ ସହ ଏକାଧିକ ଛକ ସ୍ଥାନ ଅବରୋଧ ହେଉଥିବା ଟ୍ରାଫିକ କର୍ତ୍ତୃପକ୍ଷ ତଥା ସ୍ଥାନୀୟ ପୋଲିସ ଜାଣି କାହିଁକି ପଦକ୍ଷେପ ନେଉନାହିଁ ତାହା ମୁଖ୍ୟ ପ୍ରସଙ୍ଗ ହୋଇଛି। ଏ ସମ୍ପର୍କରେ ଟ୍ରାଫିକ ଏସିପି କିଶୋର କୁମାର ପାଣିଗ୍ରାହୀ କୁହନ୍ତି, ୟୁ ଟନର୍ର୍ ଅବରୋଧ ହେଉଥିବା ବାବଦରେ ଅନୁଧ୍ୟାନ କରିବା ସହ କିଭଳି ଲୋକେ ସେଠାରେ ଯିବା ଆସିବାରେ ଅସୁବିଧା ନ ହେବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri