ଟ୍ରାଫିକ୍‌ ନିୟନ୍ତ୍ରଣକୁ ଧ୍ୟାନ ଦେଉନି ପୋଲିସ

ବ୍ରହ୍ମପୁର ଅଫିସ,୨୪|୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଅବଧି ସରି ଆସୁଥିବା ବେଳେ ଲୋକମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ସ୍ଥାନରୁ ଲୋକମାନେ ମା’ଙ୍କ ଅସ୍ଥାୟୀ ପୀଠକୁ ଦର୍ଶନ ପାଇଁ ଆସୁଛନ୍ତି। ଏହା ସହିତ ଦକ୍ଷିଣ ଓଡ଼ିଶା, ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ପୁରୀ ଓ ଭୁବନେଶ୍ୱର ଆଦି ଅଞ୍ଚଳରୁ ମଧ୍ୟ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଆସୁଛନ୍ତି। ମିନାବଜାରରେ ମଧ୍ୟ ଭିଡ ଦେଖିବାକୁ ମିଳୁଛି ା ସେହି ରାସ୍ତା ଦେଇ ସାଧାରଣ ଲୋକଙ୍କ ସମେତ ଅନେକ ଗାଡ଼ି ଯିବାଆସିବା କରୁଛି। ଏଭଳି କ୍ଷେତ୍ରରେ ମୀନା ବଜାରକୁ ଆସୁଥିବା ଲୋକେ ପାର୍କିଂ ସୁବିଧା ନ ପାଇ ରାସ୍ତା କଡ଼ରେ ଗାଡ଼ି ରଖୁଛନ୍ତି । ଫଳରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାସ୍ତା ଜାମ୍‌ ରହୁଛି। ଏନେଇ ପୋଲିସକୁ ଅଭିଯୋଗ କଲେ କୌଣସି ପଦକ୍ଷେପ ନିଆଯାଉନାହିଁ। ଅନ୍ୟପଟେ କେତେକ ଅସାମାଜିକ ବ୍ୟକ୍ତି ପୋଲିସକୁ ହାତ କରି ରାସ୍ତା କଡ଼ ପାର୍କିଂ ଆଳରେ ମନଇଚ୍ଛା ଚାନ୍ଦା ଆଦାୟ କରୁଛନ୍ତି। ଲୋକେ ନିରୁପାୟ ହୋଇ ସେମାନଙ୍କୁ ପଇସା ଦେବାକୁ ବାଧ୍ୟ ହେଉଛନ୍ତି । ଗୋଟିଏ ପଟେ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ଅନ୍ୟପଟେ ରାମଲିଙ୍ଗମ ପୋଖରୀ ସୌନ୍ଦର୍ଯ୍ୟକରଣ ରାସ୍ତା କାମ ଚାଲିଛି। ଏଭଳି ସ୍ଥିତିରେ ଏହି ରାସ୍ତା କଡ଼ରେ ଯାନବାହନ ପାର୍କିଂ କରିବା ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସ୍ବାଭାବିକ। ଅନ୍ୟପଟେ ମୀନାବଜାର ଯେଉଁ ଦୁଇଟି ସ୍ଥାନରେ ହୋଇଛି ସେହି ରାସ୍ତା ଦେଇ ଯିବା ଓ ଆସିବା ବେଳେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ବେଳେ ୧୦୦ ମିଟର ରାସ୍ତା ଅତିକ୍ରମ କରିବା ସମସ୍ୟା ହେଉଛି। ତା’ ବଦଳରେ ଲୋକମାନଙ୍କୁ ୧ କି.ମି.ରୁ ପ୍ରାୟ ୨ କି.ମି. ରାସ୍ତା ବୁଲିକରି ଯିବାକୁ ପଡ଼ୁଛି । ସେଠାରେ ମୀନା ବଜାର କରିବା ପାଇଁ କିଏ ଅନୁମତି ଦେଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ଗତ କିଛିଦିନ ହେଲା ଏସ୍‌ଏସ୍‌ଭିଟି ସିନେମା ହଲ ପଡ଼ିଆ ସମ୍ମୁଖ ରାସ୍ତା ଓ ପଛପଟେ ଥିବା ଅନ୍ୟ ଏକ ମିନାବଜାର ଯୋଗୁ ସେହି ରାସ୍ତାଗୁଡ଼ିକ ସନ୍ଧ୍ୟା ବେଳେ ଭିଡ ରହୁଛି। ଟାଉନ ଥାନା ନିକଟରେ ଏଭଳି ଟ୍ରାଫିକ ସମସ୍ୟା ଦେଖା ଦେଉଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉନାହିଁ । ମୀନାବଜାରଠାରୁ ଟାଉନ ଥାନାର ଦୂରତା ମାତ୍ର ୫୦ ମିଟର ହୋଇଥିବା ବେଳେ ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରିବାରେ ଅବହେଳା କରୁଥିବା ଅଭିଯୋଗ ହେଉଛି ।

ନିୟମାନୁସାରେ, ଏଭଳି ମିନାବଜାର ଖୋଲା ସ୍ଥାନରେ କିମ୍ବା ସହର ବାହାରେ କରିବା କଥା। କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ୨୦୧୭ ଠାକୁରାଣୀ ଯାତ୍ରା ସମୟରେ ପିଭିଏନ ରାଓ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଚର୍ଚ୍ଚ ପଡ଼ିଆରେ ମୀନା ବଜାର ଖୋଲିଥିଲା। କିନ୍ତୁ ଟ୍ରାଫିକ୍‌ ସମସ୍ୟା ଯୋଗୁ ପୋଲିସ ଏହାକୁ ବନ୍ଦ କରି ଦେଇଥିଲା। ତେବେ ଟାଉନ ଥାନା ନିକଟରେ ଏସ୍‌ଏସ୍‌ଭିଟି ସିନେମା ହଲ ପଡ଼ିଆରେ ଏକ ମୀନାବଜାର ଖୋଲିଥିବା ବେଳେ ରୁକ୍କଣୀ ସିନେମା ହଲ ପାର୍ଶ୍ୱରେ ଥିବା ଧର୍ମନଗର ଛକ  ପଡ଼ିଆରେ ଆଉ ଏକ ମୀନାବଜାର ଖୋଲିଛି। ଏହି ରାସ୍ତା ଦେଇ ହଜାର ହଜାର ଭକ୍ତ ମା’ଙ୍କ ଅସ୍ଥାୟୀ ମନ୍ଦିରକୁ ଯାଉଛନ୍ତି। ସେପଟେ ମୀନବଜାର ଗହଳି ସାଙ୍ଗକୁ ଭକ୍ତଙ୍କ ଗହଳି ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ଏ କ୍ଷେତ୍ରରେ ଟାଉନ ଥାନା ପୋଲିସ ଚୁପ୍‌ ହୋଇ ରହିବା ପଛରେ କାରଣ କଣ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଅନ୍ୟପଟେ ୩ୟ ପର୍ଯ୍ୟାୟ ମତଦାନ ପାଇଁ ବ୍ରହ୍ମପୁର ପୋଲିସ ଜିଲାରୁ ୨୫୦ କନଷ୍ଟେବଳ ଏବଂ ୫ ଥାନାଧିକାରୀ ପୁରୀ ଜିଲାର ବିଭିନ୍ନ ସ୍ଥାନକୁ ଯାଇଛନ୍ତି । ଏହାର ଆଳ ଦେଖାଇ ଷ୍ଟାଫ ନ ଥିବା କହି ପୋଲିସ ନିଜ ଦାୟିତ୍ୱରୁ ଓହରିଯାଉଛି। ତୁରନ୍ତ ବରିଷ୍ଠ ପୋଲିସ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଏସଏସଭିଟି ସିନେମା ହଲ ପଡ଼ିଆ ରାସ୍ତା ଓ ଧର୍ମନଗର ଛକ ରୁକ୍କଣୀ ସିନେମା ହଲ ପାର୍ଶ୍ୱରେ ଥିବା ମୀନା ବଜାର ଅଞ୍ଚଳରେ ଟ୍ରାଫିକ ସମସ୍ୟାର ସମାଧାନ କରନ୍ତୁ । ନ ଚେତ ଦୁଇଟି ଯାକ ମୀନା ବଜାର ବନ୍ଦ କରି ସହର ବାହାରେ ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

ଟ୍ରାଫିକ ସମସ୍ୟା ନେଇ ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି କୁହନ୍ତି, ମୀନା ବଜାର ପାଇଁ ଅନୁମତି ମିଳିଥିବା କଥା ସେ ଶୁଣିଛନ୍ତି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ୩ୟ ପର୍ଯ୍ୟାୟ ମତଦାନ ପାଇଁ ଜିଲାରୁ ୨୫୦ କନଷ୍ଟେବଳ ଓ ୫ ଥାନାଧିକାରୀ ପୁରୀ ଜିଲାକୁ ଯାଇଛନ୍ତି। ଆମ ପାଖରେ ଥିବା ଓଆର କନଷ୍ଟେବଳ ଓ ଷ୍ଟୁଡେଣ୍ଟ ଭଲଣ୍ଟିୟରଙ୍କୁ ନେଇ ମା’ଙ୍କ ଯାତ୍ରାସ୍ଥଳ ଓ ଅନ୍ୟ ଅଞ୍ଚଳରେ ଦେଖା ଦେଉଥିବା ଟ୍ରାଫିକ ସମସ୍ୟା  ସମାଧାନ କରାଯିବ ବୋଲି ସେ କହିଛନ୍ତି । ଏପରିକି ମିନାବଜାର ଯୋଗୁ ଟ୍ରାଫିକ ସମସ୍ୟା ଯଦି ଗୁରୁତର ହେବ,ତା’ହେଲେ ସେ ଦିଗରେ ବିକଳ୍ପ ପଦକ୍ଷେପ ସ୍ବରୂପ ମୀନା ବଜାର ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?