Posted inଜାତୀୟ

ଟ୍ରାକ୍‌କୁ ଫେରୁଛି ରାଜଧାନୀ

ନୂଆଦିଲ୍ଲୀ,୨୯ା୨: ପାଞ୍ଚଦିନ ପରେ ଦିଲ୍ଲୀବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ସାମ୍ପ୍ରଦାୟିକ ଦଙ୍ଗାରେ ୪୩ ଜଣଙ୍କ ଜୀବନ ଚାଲିଯିବା ଉତ୍ତାରୁ କେତେକ ଅଞ୍ଚଳରେ ଧୀରେ ଧୀରେ ଶାନ୍ତି ଫେରୁଥିବା ପରିଲକ୍ଷିତ ହୋଇଛି। ସମୟ ଗଡ଼ିଚାଲିବା ସହ ଟ୍ରାକ୍‌କୁ ଫେରୁଛି ଜାତୀୟ ରାଜଧାନୀ। ଲୋକେ ନିଜ ନିଜ କର୍ମକ୍ଷେତ୍ରକୁ ବାହାରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ରାସ୍ତାଘାଟରେ ଦେଖିବାକୁ ମିଳୁଛି ଧ୍ୱଂସର ବିଭୀଷିକା। ଦଙ୍ଗାକାରୀମାନେ କେଉଁଠି ଘର, ସ୍କୁଲ ଓ ଯାନବାହାନ ଆଦି ପୋଡ଼ି ଦେଇଥିବାବେଳେ ଆଉ କେଉଁ ସ୍ଥାନରେ ଦଙ୍ଗାରେ ବ୍ୟବହାର ପାଇଁ ରଖାଯାଇଥିବା ଟେକାପଥର, ପେଟ୍ରୋଲ ବୋମା ଓ ଅନ୍ୟ ମାରଣାସ୍ତ୍ର ଦେଖିବାକୁ ମିଳିଛି। ସିସିଟିଭି ଓ ଡ୍ରୋନ୍‌ କ୍ୟାମେରାରୁ ସଂଗୃହୀତ ଦୃଶ୍ୟର ଫୁଟେଜକୁ ଛାନଭିନ କରାଯାଉଛି। ଦଙ୍ଗା ପୀଡ଼ିତମାନେ କାନ୍ଦି କାନ୍ଦି ନିଜ ନିଜ ଦୁଃଖର କାହାଣୀ ବଖାଣୁଥିବାବେଳେ ବିଗତ ୬୦ ଘଣ୍ଟା ମଧ୍ୟରେ କେଉଁଠି ବି ହିଂସା ଘଟି ନ ଥିବା ଦାବି କରିଛି ଦିଲ୍ଲୀ ପୋଲିସ। ବର୍ତ୍ତମାନ ଦିଲ୍ଲୀକୁ ପୂର୍ବ ଭଳି ଶାନ୍ତ କରିବା ଓ ଦଙ୍ଗା ପ୍ରଭାବିତ ଲୋକଙ୍କ ପୁନର୍ବାସ ଓ ଥଇଥାନ ପୋଲିସ ପ୍ରଶାସନ ପାଇଁ ପାଲଟିଛି ସବୁଠୁ ବଡ଼ ଚ୍ୟାଲେଞ୍ଜ।
ରାଜଧାନୀ ଦିଲ୍ଲୀରେ ଏପରି ଦଙ୍ଗା ୩ ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳି ନ ଥିଲା। ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ସଂଘର୍ଷ, ହିଂସା ଓ ଜଳାପୋଡ଼ାରେ କେତେ କ୍ଷୟକ୍ଷତି ହୋଇଛି ତା’ ଉପରୁ କ୍ରମଶଃ ଧୂଆଁର ବାଦଲ ଉଠୁଛି। ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ମସ୍‌ଜିଦଗୁଡ଼ିକର ଇମାମ ଓ ମୌଲବୀମାନଙ୍କୁ ଭେଟୁଛନ୍ତି। ଶୁକ୍ରବାର ମସ୍‌ଜିଦଗୁଡ଼ିକରେ ପ୍ରାର୍ଥନା ଅବସରରେ କଡ଼ା ନଜର ରଖାଯାଇଛି। ସେମାନେ ଖୁବ୍‌ଶୀଘ୍ର ଶାନ୍ତି ଫେରାଇ ଆଣିବାର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ଇତିମଧ୍ୟରେ ପ୍ରାୟ ୧୫୦ ମାମଲା ରୁଜୁ କରାଯାଇଥିବାବେଳେ ୬୩୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି କିମ୍ବା ଅଟକ ରଖାଯାଇଛି। ବରିଷ୍ଠ ଆଇପିଏସ୍‌ ଅଫିସର ଏସ୍‌.ଏନ୍‌. ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଦିଆଯାଉଛି। ଅବସର ନେବାକୁ ଯାଉଥିବା ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ତାଙ୍କୁ ଅବସ୍ଥାପିତ କରାଯାଇଛି। ଶ୍ରୀବାସ୍ତବ ପୋଲିସ କମିଶନର ସହ ସ୍ବତନ୍ତ୍ର ସିପି ଭାବେ ଅତିରିକ୍ତ ଦାୟିତ୍ୱ ବହନ କରିବାକୁ ଯାଉଛନ୍ତି। କେତେକ ସ୍ଥାନରେ ଦୋକାନ ବଜାର ଖୋଲିଥିବାବେଳେ ରାସ୍ତାରେ ଅଟୋ ଓ ରିକ୍ସା ଗଡ଼ିଛି। ମସ୍‌ଜିଦଗୁଡ଼ିକ ପକ୍ଷରୁ ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍ଭାବନା ଲାଗି ଗୁଜବକୁ ବିଶ୍ୱାସ ନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି। କୌଣସି ପ୍ରକାର ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ଲାଗି ଉତ୍ତର-ପୂର୍ବ ଦିଲ୍ଲୀ, ପୂର୍ବ ଦିଲ୍ଲୀ ଓ ଶାହଦରା ଅଞ୍ଚଳରେ ୭ ହଜାର ଅର୍ଦ୍ଧସାମରିକ ବଳ ଯବାନଙ୍କୁ ମୁତୟନ କରାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତ ପୂର୍ବରୁ ଗୁରୁବାର ରାତିରେ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ।
ସେହିପରି ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲ ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ସେ ମୌଜପୁର, ଜାଫରାବାଦ ଓ ଗୋକୁଲପୁରୀ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ୩ ସ୍ଥାନ ସହ ଚାନ୍ଦବାଗ, ଖୁଜେରି ଓ ଭଜନପୁରା ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ସରକାର ଦଙ୍ଗା ପ୍ରଭାବିତ ଲୋକଙ୍କ ରହିବା ଖାଇବା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ୯ଟି ଆଶ୍ରୟସ୍ଥଳୀ ଓ ସ୍ଥାନୀୟ କମ୍ୟୁନିଟି ସେଣ୍ଟର ଖୋଲାଯାଇଛି। ଯେଉଁମାନଙ୍କ ଘରଦ୍ୱାର ସମ୍ପୂର୍ଣ୍ଣ ଭାଙ୍ଗିରୁଜି କିମ୍ବା ପୋଡ଼ିଯାଇଛି, ସେମାନେ ଏହି ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇପାରିବେ। ଅନେକ ସ୍ଥାନରେ ଲୋକଙ୍କ ପାଇଁ ଖାଦ୍ୟ ବଣ୍ଟନ ଚାଲିଛି ବୋଲି କେଜ୍‌ରିଓ୍ବାଲ ସୂଚନା ଦେଇଛନ୍ତି। ସେପଟେ ଦଙ୍ଗା ଅଞ୍ଚଳ ପରିଦର୍ଶନ ପାଇଁ କଂଗ୍ରେସ ପକ୍ଷରୁ ଏକ ୫ ଜଣିଆ ପ୍ରତିନିଧି ଦଳ ଗଠନ କରାଯାଇଛି। ଏଥିରେ ବରିଷ୍ଠ ନେତା ମୁକୁଲ ଓ୍ବାସ୍‌ନିକ, ତାରିକ୍‌ ଅନ୍‌ଓ୍ବର, ସୁସ୍ମିତା ଦେବ, ଶକ୍ତିସିଂ ଗୋହିଲ ଓ କୁମାରୀ ସେଲ୍‌ଜା ସାମିଲ ଅଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତଥା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଘୃଣା ମନ୍ତବ୍ୟ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଏର ହୋଇଛି। ହାଇକୋର୍ଟ ଏନେଇ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ଓ ଦିଲ୍ଲୀର ଏଏପି ସରକାରଙ୍କୁ ଜବାବ ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri