ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୯ା୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରାଠାରେ ରବିବାର ସନ୍ଧ୍ୟାରେ ବିଲରେ ହଳ କରୁଥିବାବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଉକ୍ତ ଗ୍ରାମର କାହ୍ନୁ ଦାଶ। ପ୍ରକାଶ ଯେ, କାହ୍ନୁ ରବିବାର ସନ୍ଧ୍ୟାରେ ଦାରୁଭଦ୍ରା ଗ୍ରାମର ଏକ ବିଲରେ ହଳ କରିଥିଲେ। ଭାରସାମ୍ୟ ହରାଇବାରୁ ଟା୍ରକ୍ଟରଟି ଓଲଟି ପଡିଥିଲା। ଫଳରେ ସେ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ। ସେଠାରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ବୈଦ୍ୟନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁହୋଇ ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଝାରସୁଗୁଡ଼ା ଅଫିସ,୩୦।୧୨: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।...

ପୁରୁଷୋତ୍ତମପୁର କୋର୍ଟରେ ନୂତନ ବିଚାରପତିଙ୍କ ଯୋଗଦାନ

ପୁରୁଷୋତ୍ତମପୁର, ୨୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ନୂତନ ବିଚାରପତି ଭାବେ ଦିଲ୍ଲୀପ କୁମାର ବାରିକ ମଙ୍ଗଳବାର କାର୍ଯ୍ୟରେ ଯୋଗ...

ଶିଳ୍ପୀ ଅଣଦେଖା

ଭୁବନେଶ୍ୱର,୫।୨(ବ୍ୟୁରୋ): ରାଜ୍ୟ ଶିଳ୍ପୀ ମହାସଂଘ ପକ୍ଷରୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ କାରିଗର...

ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମ୍‌ ପିଲା ଥିବା ପ୍ରାୟ ୧୫ହଜାର ସରକାରୀ ସ୍କୁଲ ବନ୍ଦ ଓ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ...

ରାସ୍ତାକଡ଼ରୁ ଛାତ୍ରୀଙ୍କ ମୃତଦେହ ଜବତ

ରସୁଲପୁର/ବାରିପଦା ଅଫିସ,୨୭ା୧: ଯାଜପୁର ଜିଲା ରସୁଲପୁର ବ୍ଲକ ମୂଳାପାଳ ଛକ ନିକଟସ୍ଥ ରାଜେନ୍ଦ୍ରପୁର-ଦିଆଲଖଣ୍ଡି ଗ୍ରାମରାସ୍ତା ପାର୍ଶ୍ୱରୁ ବୁଧବାର କୁଆଖିଆ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର...

ରାଜଧାନୀରେ ମାଡିଲା କରୋନା: ଆଜି ଚିହ୍ନଟ ହେଲେ ୧୦୧ ଆକ୍ରାନ୍ତ; ଖଣ୍ଡଗିରିରୁ ସର୍ବାଧିକ

ଭୁବନେଶ୍ୱର,୬।୪(ବ୍ୟୁରୋ): ବେଳକୁ ବେଳ ଅସମ୍ଭାଳ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି। ଏହି କ୍ରମରେ ରାଜ୍ୟରେ ମୋଟ...

ଧୀରେ ଧୀରେ ସ୍ବାଭାବିକ ହେବ ଟ୍ରେନ୍‌: ସୋମବାର ୪ଟାରୁ ଆଇଆର୍‌ସିଟିସିରେ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୦।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଛି। ତେବେ ଏହି ସେବା ଆସନ୍ତା ମଙ୍ଗଳବାରଠାରୁ ଦେଶ ମଧ୍ୟରେ ଧୀରେ...

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ: ହେବିଓ୍ବେଟଙ୍କୁ ଦାୟିତ୍ୱ ଦେଲେ ସୁପ୍ରିମୋ

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ: ହେବିଓ୍ବେଟଙ୍କୁ ଦାୟିତ୍ୱ ଦେଲେ ସୁପ୍ରିମୋ ଭୁବନେଶ୍ୱର,୧।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁରୁବାର...

Advertisement
Archives

Model This Week