ଟ୍ରମ୍ପ୍‌,ପୁଟିିନଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ହେଲେ ମୋଦି

ନୂଆଦିଲ୍ଲୀ, ୨୧।୬: କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଲ୍‌ଓ୍ବା ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ରୁଷ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ ଏବଂ ଚାଇନା ରଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ପଛରେ ପକାଇ ମୋଦି ବିଶ୍ୱର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ହୋଇଛନ୍ତି। ବ୍ରିଟିଶ୍‌ ହେରାଲ୍ଡ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରେ ବିଶ୍ୱର ୨୫ଜଣ ବ୍ୟକ୍ତି ସାମିଲ ହୋଇଥିଲେ। ଏଥିରେ ମୋଦିଙ୍କୁ ସର୍ବାଧିକ ୩୦.୯ ପ୍ରତିଶତ ଭୋଟ ମିଳିଥିଲା। ପୁଟିନଙ୍କୁ ୨୯.୯ ପ୍ରତିଶତ ଭୋଟ ମିଳିଥିବାବେଳେ ଟ୍ରମ୍ପ୍‌ଙ୍କୁ ୨୧.୯ ପ୍ରତିଶତ, ଜିନପିଙ୍ଗ୍‌ଙ୍କୁ ୧୮.୧ ପ୍ରତିଶତ ଭୋଟ ମିଳିଛି। ବ୍ରିଟିଶ୍‌ ହେରାଲ୍ଡ ମାମଗାଜିନ୍‌ର ଜୁଲାଇ ସଂସ୍କରଣର କଭର୍‌ ପେଜ୍‌ରେ ମୋଦିଙ୍କ ଫଟୋ ସ୍ଥାନିତ ହେବ। ଏହି ମାଗାଜିନ୍‌ ଜୁଲାଇ ୧୫ରେ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ମୋଦି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ସାରା ବିଶ୍ୱରେ ତାଙ୍କ ଲୋକପ୍ରିୟତା ଅହେତୁକ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପରିବାରର ମୁଖ୍ୟ ପରି ଛାତ୍ରମାନଙ୍କ କଥା ଶୁଣିଥିଲେ ପ୍ରଧାନମନ୍ତ୍ରୀ ମୋଦି,’ ଆଣ୍ଟି ପେପର ଲିକ ବିଲକୁ ନେଇ ଏମିତି କହିଲେ ରାଘବ ଚଢା, ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୭: ରାଜ୍ୟ ସଭାରେ ସାଧାରଣ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ, 2026 ଉପରେ ଆଲୋଚନା ସମୟରେ, ଆମ ଆଦମୀ ପାର୍ଟିରୁ ଭାଜପାରେ ଯୋଗ ଦେଇଥିବା ସାଂସଦ…

ଫୁଲୁଛି ବିରୂପା, ନଦୀକୂଳିଆ ଗାଁ ଲୋକେ ଆତଙ୍କିତ

ଡେରାବିଶ,୩୧ା୭(ବେବର୍ତ୍ତା ଅଜୟ ଦାସ): ବିରୂପା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏହାକୁ ନେଇ ଡେରାବିଶ ବ୍ଲକ ଅଧିନ ବେଣିପୁର, ମଙ୍ଗଳପୁର ଓ ଛୋଟି ପଞ୍ଚାୟତର ନଦୀକୂଳିଆ ଅଧିବାସୀ…

ପାକିସ୍ତାନ ଯିବେ ମୋଦି? ପ୍ରସ୍ତୁତି କଲାଣି ଇସଲାମାବାଦ! ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୩୧।୭: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଶାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ କି…

ଷଣ୍ଢକୁ ବଞ୍ଚାଇବା ପାଇଁ ହଠାତ୍‌ ଟ୍ରେନ୍‌ ଅଟକାଇଲେ ଲୋକ ପାଇଲଟ: ଆଉ ତା’ପରେ ଘଟିଲା..

ନୂଆଦିଲ୍ଲୀ,୩୧।୭:ମାନବିକତା ଏବଂ ବୁଦ୍ଧିର ଉପସ୍ଥିତିକୁ ପ୍ରତିପାଦିତ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ଲୋକୋ ପାଇଲଟ କେବଳ ଏକ ପ୍ରାଣୀର ଜୀବନ…

CJP ଆନ୍ଦୋଳନରେ ଆହତ ପୋଲିସଙ୍କ ପରିବାର ବଖାଣିଲେ ଦୁଃଖ, ‘ଭିଡ଼ ପ୍ରାୟ ବାପାଙ୍କୁ ମାରିଦେଇଥାନ୍ତା’

ନୂଆଦିଲ୍ଲୀ,୩୧।୭: NEET ପେପର ଲିକ୍ ବିରୋଧରେ କକ୍ରୋଚ ଜନତା ପାର୍ଟି’ ଦ୍ୱାରା ଆୟୋଜିତ ‘ସଂସଦ ଚଲୋ ମାର୍ଚ୍ଚ’ ସମୟରେ ଜୁଲାଇ ୨୦ ରେ ହୋଇଥିବା ହିଂସାତ୍ମକ ସଂଘର୍ଷ…

ଗୋଟିଏ ସ୍ତ୍ରୀ ସହିତ ୩ ଦିନ, ଅନ୍ୟ ସ୍ତ୍ରୀ ସହ ସ୍ବାମୀ ୩ ଦିନ ବିତାଇବା ପରେ ଘଟିଲା ଏପରି କାଣ୍ଡ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ରାମପୁର ଜିଲାର ଦଢ଼ିୟାଲ ଚୌକି ଅଞ୍ଚଳରୁ ଏକ ଅଜବ ପାରିବାରିକ ବିବାଦ ସାମ୍ନାକୁ ଆସିଛି। ପୁଅ ପାଇଁ ଦୁଇଥର ବିବାହ କରିଥିବା ଜଣେ ବ୍ୟକ୍ତିଙ୍କ…

ପାକିସ୍ତାନରେ ନୂଆ ‘କକ୍ରୋଚ ପାର୍ଟି’ର ଏଣ୍ଟ୍ରି: ମୁନିର-ଶେହବାଜଙ୍କ ଚିନ୍ତା ବଢ଼ାଇବା ଲୋକ କିଏ? ଜାଣନ୍ତୁ…

ଇସଲାମାବାଦ,୩୧।୭: ଭାରତରେ ଯେପରି ‘କକ୍ରୋଚ ଜନତା ପାର୍ଟି’ (CJP) ରହିଛି, ସେହି ଢାଞ୍ଚାରେ ବର୍ତ୍ତମାନ ପାକିସ୍ତାନରେ ଏକ ନୂତନ ଅନଲାଇନ ରାଜନୈତିକ ଗୋଷ୍ଠୀ ଦ୍ରୁତ ଗତିରେ ଚର୍ଚ୍ଚାରେ…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri