Posted inଜାତୀୟ

ଟ୍ରମ୍ପ୍‌ଙ୍କ ୩ ଘଣ୍ଟା ପାଇଁ ଖର୍ଚ୍ଚ ହେବ ୧୦୦ କୋଟି

ନୂଆଦିଲ୍ଲୀ,୧୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ୨୪ରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ହାଇପ୍ରୋଫାଇଲ ଗସ୍ତ ପାଇଁ ସରକାର ବିପୁଳ ଅର୍ଥ ବ୍ୟୟ କରୁଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ ୨୪ରେ ଟ୍ରମ୍ପ୍‌ ଅହମଦାବାଦ ଗସ୍ତରେ ଯାଇ ସେଠାରେ ୩ ଘଣ୍ଟା ବିତାଇବେ। ତାଙ୍କୁ ସ୍ବାଗତ କରିବା ପାଇଁ ଗୁଜରାଟ ସରକାର ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏଥିପାଇଁ ପ୍ରସ୍ତୁତି ପୂରାଦମ୍‌ରେ ଚାଲିଛି। ଟ୍ରମ୍ପ୍‌ଙ୍କ ସ୍ବାଗତ କାର୍ଯ୍ୟକ୍ରମରେ ଅର୍ଥ ବାଧକ ହେବା ଉଚିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି। ଅହମଦାବାଦରେ ରାସ୍ତା ମରାମତି ଓ ସହର ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ମ୍ୟୁନିସିପାଲ କର୍ପୋରେଶନ ଏବଂ ଅହମଦାବାଦ ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ଏୟୁଡିଏ)କୁ ଦିଆଯାଇଛି। ୧୭ଟି ରାସ୍ତାର ମରାମତି ଓ ବିମାନବନ୍ଦରରୁ ମୋଟେରା ଷ୍ଟାଡିୟମ୍‌ ୧.୫ କିଲୋମିଟର ରାସ୍ତା ସୌନ୍ଦର୍ଯ୍ୟକରଣ ପାଇଁ ୬୦ କୋଟି ମଞ୍ଜୁର ହୋଇଛି। ଏହାବ୍ୟତୀତ ଅନ୍ୟ ରାସ୍ତା ପାଇଁ ୨୬ କୋଟି ବ୍ୟୟ ହେବ। ସବୁ ବିଭାଗକୁ ଠିକ୍‌ ସମୟରେ ପ୍ରସ୍ତୁତି ଶେଷ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ଫାର୍ମାସିଷ୍ଟଙ୍କ ସାହସକୁ ଚାରିଆଡୁ ପ୍ରଶଂସା

ଗୁଣପୁର,୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଜଣେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଛନ୍ତି।…

ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର…

ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୩ା୮: ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ…

ମୋଦି ସରକାରଙ୍କୁ ନେଇ ବଡ଼ କଥା କହିଲେ ତସଲିମା

କୋଲକାତା,୩।୮: ବାଂଲାଦେଶରୁ ବହିଷ୍କୃତ ଏବଂ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଥିବା ଲେଖିକା ତସଲିମା ନାସରିନ ବଙ୍ଗ ସରକାରଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ନାସରିନ…

Bankipur Bypoll Result 2026: ବାଙ୍କିପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଫଳାଫଳ ପୂର୍ବରୁ ‘ଲଡୁ’ ତିଆରି କଲେଣି ଭାଜପା କର୍ମୀ

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନ ପାଇଁ ଗୁରୁବାର (୩୦ ଜୁଲାଇ, ୨୦୨୬) ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି (ସୋମବାର) ଘୋଷଣା କରାଯିବ। ଏହି ଆସନ ପାଇଁ…

ପଛକୁ ହଟିଲେ ଟ୍ରମ୍ପ: ସାରା ବିଶ୍ୱରେ ଯୋର ଧରିଲାଣି ଚର୍ଚ୍ଚା, ପୁଣି ଇରାନ ସହ ହେବ ଶାନ୍ତି ବାର୍ତ୍ତା

ତେହରାନ/ଓ୍ବାଶିଂଟନ,୩।୮: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ହ୍ରାସ ପାଉଛି। ଉଭୟ ରାଷ୍ଟ୍ର ପୁଣି ଏକ ଚୁକ୍ତିନାମା ଆଡକୁ ଅଗ୍ରସର ହେଉଛନ୍ତି, କିନ୍ତୁ ଏହା ମଧ୍ୟରେ,…

ଆଜି ଆସୁଛନ୍ତି ରାଷ୍ଟ୍ରପତି, ଟ୍ରେନ୍‌ରେ ଯାତ୍ରା କରି…

ଭୁବନେଶ୍ୱର,୩ା୮(ତ୍ରିନାଥ ମହାନ୍ତି): ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ ଲୋକଭବନରେ କିଛି ସମୟ ବିତାଇବେ। ଏହାପରେ…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri