ଟ୍ରମ୍ପଙ୍କ ସହ ଡିନର୍‌ କଲେ ଏହି ସେଲିବ୍ରିଟି, ଭାଇରାଲ ହେଉଛି ଫଟୋ

ବମ୍ବେ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଡିନର୍‌(ରାତ୍ରଭୋଜନ)ର ଆୟୋଜନ କରାଯାଇଥିଲା। ଏଥିରେ ସାମିଲ ହୋଇଥିଲେ କିଛି ସେଲିବ୍ରିଟି। ସେମାନଙ୍କ ମଧ୍ୟରେ ରହିଥିଲେ ଖ୍ୟାତନାମା ଗାୟକ ଏଆର୍‌ ରେହମାନ ଏବଂ ଶେଫ୍‌ ବିକାଶ ଖନ୍ନା। ଉଭୟ ଏହି ଭବ୍ୟ ଆୟୋଜନରେ ଭାଗ ନେବା ବେଳର କିଛି ଫଟୋ ପ୍ରଶଂସକମାନଙ୍କ ସହ ଶେୟାର କରିଛନ୍ତି। ଫଟୋଗୁଡ଼ିକ ଏବେ  ଭାଇରାଲ ହେଉଛି। ଅନେକେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି।

ରେହମାନ ଖଇରିଆ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ବିକାଶ ପିନ୍ଧିଥିଲେ ସୁଟବୁଟ୍‌। ପାର୍ଟିରେ ଉଭୟଙ୍କ ଲୁକ୍‌ ସହ ଡିନର ଟେବୁଲ ଏବଂ ଅତିଥି ତାଲିକା ଚର୍ଚ୍ଚାରେ ରହିଥିଲା। ଦୁଇଦିନିଆ ଗସ୍ତରେ ଆସିଥିବା ଟ୍ରମ୍ପଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ସ୍ବାଗତ କରିଥିଲେ। ପରେ ରାତିରେ ତାଙ୍କ ପାଇଁ ରାତ୍ରଭୋଜନର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱସ୍ତରରେ ଲୋକପ୍ରିୟ ବଲିଉଡ୍‌ କଳାକାର: ତାଲିକାରେ ବଚ୍ଚନ ପରିବାରର ୨ ସଦସ୍ୟ

ସାରା ବିଶ୍ୱରେ ପ୍ରଶଂସିତ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ କରୁଥିବା ସଂସ୍ଥା ‘ୟୁଗଭ୍‌’ ଚଳିତବର୍ଷ ମଧ୍ୟ ପ୍ରଶଂସିତ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ...

ସମ୍ମୁଖକୁ ଆସିଲା ‘ହିରୋପନ୍ତି-୨’ର ପ୍ରଥମ ଲୁକ୍‌

ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ସଫଳ ଫିଲ୍ମ ‘ହିରୋପନ୍ତି’ର ଦ୍ୱିତୀୟ ପାର୍ଟ ନିର୍ମାଣ ହେବାକୁ ଯାଉଛି।...

ସାଇକେଲ୍‌ ମେକାନିକ୍‌ଙ୍କଠାରୁ କରଜ କରିଛନ୍ତି ଭାଇଜାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁଙ୍କ କଥା କିଏ ବା ନ ଜାଣେ। ବଲିଉଡ୍‌ ହେଉ କି ତାଙ୍କ ପ୍ରଶଂସକ ସମସ୍ତଙ୍କ ହୃଦୟରେ ସେ ରାଜ...

ଆମାଜନ ଫିଲ୍ମ ଫେୟାର ଆଓ୍ବାର୍ଡରେ ବାଜି ମାରିଲା ‘ଗଲି ବୟ’

ମୁମ୍ବାଇ: ୬୫ ତମ ଆମାଜନ ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୦ରେ ବାଜି ମାରିଛି ଜୋୟା ଅଖତରଙ୍କ ଫିଲ୍ମ ‘ଗଲି ବୟ’। ଏହି ଫିଲ୍ମରେ ଆଲିଆ ଭଟ୍ଟ...

କମାଣ୍ଡୋ ଷ୍ଟାରଙ୍କ ବଡ଼ ଉପଲବ୍ଧି: ପୁଟିନ୍‌-ବେୟର ଗ୍ରିଲ୍ସ କ୍ଲବରେ ସାମିଲ ହେଲା ନାମ

ବମ୍ବେ: ଅନ୍ତରାଷ୍ଟ୍ରୀୟସ୍ତରରେ ଭାରତକୁ ଗୌରବାନ୍ବିତ କରିଥିବା ଅନ୍ୟତମ ଅଭିନେତା ପାଲଟିଛନ୍ତି ବିଦ୍ୟୁତ ଜାମଓ୍ବାଲ। ପୂର୍ବରୁ ତାଙ୍କୁ ଜ୍ୟାକି ଚାନ୍‌ ଆକ୍ସନ ମୁଭି ଆଓ୍ବାର୍ଡ ମିଳିସାରିଛି। ଏବେ...

ପିତାଙ୍କ ସହ ଖୁବ୍‌ ନାଚିଲେ କିଆରା

ମୁମ୍ବାଇ: କରୋନା ଭାଇରସକୁ ନେଇ ଦେଶରେ ଚାଲିଛି ଲକ୍‌ଡାଉନ୍‌। ଏହି ସମୟରେ ବଲିଉଡ୍‌ର ପ୍ରାୟ ସମସ୍ତ ସେଲିବ୍ରିଟି ଘରେ ଥିବା ବେଳେ ଏମାନେ ବିଭିନ୍ନ ସମୟରେ...

ସରକାରଙ୍କୁ ରିଷି କପୁରଙ୍କ ଅନୁରୋଧ: ସନ୍ଧ୍ୟାରେ ଖୋଲାଯାଉ ମଦ ଦୋକାନ

ମୁମ୍ବାଇ,୨୮।୩: କରୋନା ଭାଇରସର ଭୟାବହତାକୁ ଦେଖି ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଏହାକୁ ନେଇ ସମୟ ସମୟରେ ବଲିଉଡ୍‌ର ଭେଟେରାନ କଳାକାର ରିଷି କପୁର...

ଆଉ ୫ ବର୍ଷ ଆକ୍ସନ ଫିଲ୍ମ କରିବେ ଖୀଲାଡି ହିରୋ

ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଏଥିରେ ଖୀଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳୁଛି। ଫିଲ୍ମରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *