ଟ୍ରମ୍ପଙ୍କ ନୂଆ ଭିଜା କଟକଣା

ଓ୍ବାଶିଂଟନ, ୨୪ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ନୂଆ ଭିଜା କଟକଣା ଲଗାଇଛନ୍ତି। ପ୍ରଚଳିତ ଏଚ୍‌-୧ବି ଭିଜା ସମେତ ଅନ୍ୟ ଭିଜାକୁ ସେ ଅସ୍ଥାୟୀ ଭାବେ ରଦ୍ଦ କରିଛନ୍ତି। ଫଳରେ ବିଦେଶରେ ରହୁଥିବା ଅନେକ ଲୋକ ଏହାଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ତେବେ ଉପଯୁକ୍ତ ଭିଜାଧାରୀ କିମ୍ବା ଅନ୍ୟ ଆମେରିକୀୟ ଟ୍ରାଭେଲ ଡକ୍ୟୁମେଣ୍ଟ, ଆଡ୍‌ଭାନ୍ସ ପାରୋଲ ଥାଇ ବାହାରେ ଥିବା ଲୋକଙ୍କର କୌଣସି ଅସୁବିଧା ହେବନାହିଁ ବୋଲି କୁହାଯାଇଛି। ଜୁନ୍‌ ୨୪ରୁ ଏହି ଭିଜା କଟକଣା ଲାଗୁ କରାଯାଉଥିବା ବେଳେ ବର୍ଷକ ଲାଗି ଏହା ବଳବତ୍ତର ରହିବ। ଉପଯୁକ୍ତ ଭିଜା ନ ଥାଇ ଆମେରିକା ବାହାରେ ଥିବା ଛାତ୍ରୀଛାତ୍ର, ଶିକ୍ଷକ କିମ୍ବା ଛୁଟି କଟାଇବାକୁ ଯାଇଥିବା ଲୋକ ଏହାଦ୍ୱାରା ବିଶେଷ ପ୍ରଭାବିତ ହେବେ ବୋଲି ଜଣାପଡ଼ିଛି। ଏହା ସହ ନୂଆ ନିଯୁକ୍ତି କ୍ଷେତ୍ରରେ ଭିଜା ମିଳିବା କଷ୍ଟକର ହୋଇପଡ଼ିବ ବୋଲି ଜଣାପଡ଼ିଛି। ଏବେ ପ୍ରାୟ ୩ ଲକ୍ଷ ଭାରତୀୟଙ୍କ ପାଖରେ ଏଚ୍‌-୧ବି ଭିଜା ରହିଛି। ଆମେରିକାରେ କୁଶଳୀ କାରିଗରଙ୍କ ଆବଶ୍ୟକତା ପଡ଼ିଲେ, ଭାରତରୁ ଅଧିକ ଲୋକଙ୍କୁ ସେଠାକୁ ଯିବାକୁ ପଡ଼ପାରେ। ଫଳରେ ଏଭଳି କଟକଣା ଭାରତ ଉପରେ ସେଭଳି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି। ଆମେରିକା ବାର୍ଷିକ ୮୫ ହଜାର ଏଚ୍‌-୧ବି ଭିଜା ପ୍ରଦାନ କରିଥାଏ। ଏଥିରୁ ପ୍ରାୟ ୬୦ ହଜାର ଭିଜା ଭାରତୀୟଙ୍କୁ ମିଳିଥାଏ। ଏଥର ବେରୋଜଗାରୀ ସଂଖ୍ୟା ଅଧିକ ଯୋଗୁ ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ପ୍ରଥମେ ଆମେରିକୀୟଙ୍କୁ ଅଗ୍ରାଧିକାର ଦିଆଯିବା ସ୍ବାଭାବିକ। ହେଲେ ଆଇଟି, ବିଜ୍ଞାନ ଓ କାରିଗରି କ୍ଷେତ୍ର ହେଉ କିମ୍ବା ଅନ୍ୟ କୁଶଳୀ କାରିଗରଙ୍କ କଥା ବିଚାରକୁ ନିଆଯାଏ, ଆମେରିକା ଭାରତ ଉପରେ ନିର୍ଭର କରିବା ସ୍ବାଭାବିକ। ତେଣୁ ଅଧିକରୁ ଅଧିକ ଭାରତୀୟଙ୍କୁ ଆମେରିକା ସାମିଲ କରିବାକୁ ବାଧ୍ୟ ହେବ। ଅନ୍ୟପକ୍ଷରେ ଆମେରିକାର ଏଭଳି କଟକଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ। ସେ କଛଛନ୍ତି, ପ୍ରବାସୀଙ୍କ ଦ୍ୱାରା ଆମେରିକା ଅଧିକ ଲାଭବାନ ହେଉଥିଲା। ଆମରିକାକୁ ବିଶ୍ୱର ପ୍ରମୁଖ ଶକ୍ତି ଭାବେ ଗଢ଼ି ତୋଳିବାରେ ବାହାର ଲୋକଙ୍କ ଅବଦାନ ଅଧିକ ଥିଲା। ଏଭଳି ଟ୍ରାଭେଲ ବ୍ୟାନ୍‌ କେବେ ବି ଠିକ୍‌ ପଦକ୍ଷେପ ନୁହେଁ। ଏହା ଦ୍ୱାରା ଅନେକେ ନିଯୁକ୍ତିଭିତ୍ତିକ ଭିଜା ପାଇବାରୁ ଭାରତୀୟମାନେ ବଞ୍ଚିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍କିପକ୍ସ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷିତ…

ଜେନେଭା, ୨୩।୭ : ପୃଥିବୀରେ ମଙ୍କିପକ୍ସ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଶଷ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍କିପକ୍ସ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି...

ଜଣଙ୍କ ଶରୀରରେ ୨ ଭାରିଆଣ୍ଟ

ବ୍ରସେଲ୍ସ, ୧୨ା୭: ଏକା ଥରକରେ କରୋନା ଭୂତାଣୁର ଆଲ୍‌ଫା ଏବଂ ବିଟା ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ବେଲ୍‌ଜିୟମର ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା...

ଉହାନ ଡାକ୍ତରଖାନା ପରିଦର୍ଶନ କଲେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବିଶେଷଜ୍ଞ ଦଳ

ଉହାନ,୩୦।୧: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଏକ ବିଶେଷଜ୍ଞ ଦଳ ଚାଇନାର ଉହାନ ସହରରେ ପହଞ୍ଚି ପ୍ରଥମ କରୋନା ଭୁତାଣୁ ରୋଗୀ ଚିହ୍ନଟ ହୋଇଥିବା ଡାକ୍ତରଖାନା ପରିଦର୍ଶନ...

କରୋନା ମହାମାରୀ ପାଇଁ ବାଇଡେନ ଦାୟୀ !

ଓ୍ବାଶିଂଟନ,୨୯ା୧: ତିନି ଚତୁର୍ଥାଂଶ ଆମେରିକୀୟ କରୋନା ମହାମାରୀରେ ଥକି ଯାଇଛନ୍ତି। ୭୭ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ଅଧିକାଂଶ ଲୋକ ଏହି ମହାମାରୀର ଶିକାର...

ଫାଇଜର ଟିକାକୁ ସିଙ୍ଗାପୁରରେ ମଞ୍ଜୁରୀ

ସିଙ୍ଗାପୁର,୧୫।୧୨: ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକାକୁ ସିଙ୍ଗାପୁରରେ ଦିଆଯିବା ଲାଗି ମଞ୍ଜୁରୀ ମିଳିଛି। ଚଳିତ ମାସରେ ପ୍ରଥମ ଅର୍ଡର...

‘ଯୁଦ୍ଧରେ ମଲେଣି ୧୨,୫୦୦ରୁ ଅଧିକ ରୁଷୀୟ ସୈନ୍ୟ; ୩୭୪ ଟ୍ୟାଙ୍କ୍‌, ୭୪ ବିମାନ ଧ୍ୱଂସ’

କ୍ୱିଭ୍‌,୧୩।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୧୮ ତମ ଦିନ। ରୁଷିଆର ଭୟଙ୍କର ଆକ୍ରମଣରେ ୟୁକ୍ରେନର ଅନେକ ସହର ନଷ୍ଟ...

ଚାଇନାକୁ କୂଟନୈତିକ ଝଟକା

ସୁବା/ବେଜିଂ,୩୧ା୫: ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନିଜ ଆଧିପତ୍ୟ ଜାହିର କରିବା ନିମନ୍ତେ ପ୍ରୟାସ କରୁଥିବା ଚାଇନାକୁ ବଡ଼ ଝଟକା ଲାଗିଛି। ପାସିଫିକ୍‌ ଦ୍ୱୀପଦେଶ ବେଜିଂ ଜାଲରେ...

ଓ୍ବାନ୍‌ ଡବ୍ଲ୍ୟୁଟିସିରେ ଝଲସିବ ତ୍ରିରଙ୍ଗା

ଓ୍ବାଶିଂଟନ,୧୪ା୮: ଅଗଷ୍ଟ ୧୫ରେ ଭାରତ ୭୫ତମ ସ୍ବାଧୀନତା ଦିବସ ପାଳନ କରିବ। ଏହି ଅବସରରେ ଆମେରିକାର ନ୍ୟୁୟର୍କ ସହରସ୍ଥିତ ଓ୍ବାନ୍‌ ଓ୍ବାଲର୍‌ଡ ଟ୍ରେଡ୍‌ ସେଣ୍ଟର (ଡବ୍ଲ୍ୟୁଟିସି)ରେ...

Advertisement
Archives

Model This Week