ଟ୍ରକ୍‌ କରିଡର ଏବେ ମରଣଯନ୍ତା :ହାତ ଟେକିଦେଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ

ପାରାଦୀପ,୨୧।୧୦(ଡି.ଏନ୍‌.ଏ.): ପାରାଦୀପର ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ୪ କି.ମି. ଟ୍ରକ୍‌ କରିଡର (ଟ୍ରକ୍‌ ଚଳାଚଳ କରୁଥିବା ରାସ୍ତା) ଏବେ ମରଣଯନ୍ତା ପାଲଟିଛି। ରାସ୍ତାଟି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହାର ମରାମତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ରାସ୍ତାରେ ପ୍ରାୟତଃ କେବଳ ଟ୍ରକ୍‌ ଚଳାଚଳ କରିଥାଏ। ରାସ୍ତାରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ପ୍ରତ୍ୟେହ ୧୦ରୁ ଅଧିକ ଟ୍ରକ୍‌ର ଚେସିସ୍‌ ପତି ଭାଙ୍ଗୁଛି। ତେଣୁ ଉକ୍ତ ରାସ୍ତା ମରାମତି କରିବା ପାଇଁ ପାରାଦୀପର ସମସ୍ତ ୭ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ଏକାଧିକବାର ୫ନଂ(କ) ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରାଗଲାଣି। ମାତ୍ର ଏହାର କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଉକ୍ତ ରାସ୍ତାର ଇତିହାସ ଓ ମାଲିକାନା ଏତେ ଦ୍ୱନ୍ଦ୍ୱାତ୍ମକ ଯେ ତାହା କିଏ ମରାମତି କରିବ ତାହା ନିର୍ଣ୍ଣୟ କରିହେନି। ଅପରପକ୍ଷେ ରାସ୍ତା ଦୂରାବସ୍ଥାକୁ ନେଇ ଟ୍ରକ୍‌ ଚାଳକ ଓ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। କୌଣସି ଦିନ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଟ୍ରକ ମାଲିକମାନେ ରାଜପଥରେ ଗାଡ଼ି ରଖି ଆନ୍ଦୋଳନ କରିପାରନ୍ତି ବୋଲି କୁହନ୍ତି ଜଗନ୍ନାଥ ଟ୍ରକ୍‌ ମାଲିକ ସଂଘର ଉପସଭାପତି ପ୍ରକାଶ ଜେନା। ସୂଚନାଯୋଗ୍ୟ ଯେ, ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ୫ ନଂ(କ) ଜାତୀୟ ରାଜପଥର ୪ଲେନ୍‌ ରାସ୍ତା ବ୍ୟତିରେକ ଆଉ ଏକ ଲେନ୍‌ ବା ଟ୍ରକ୍‌ କରିଡର ରାସ୍ତା ରାଜପଥ କର୍ତ୍ତୃପକ୍ଷ ଓ ପରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ବୁଝାମଣା ଭିତରେ ନିର୍ମାଣ ହୋଇଥିଲା। ଉକ୍ତ ରାସ୍ତା ପାଇଁ ସେତେବେଳେ ପାରାଦୀପ ବନ୍ଦର ଅର୍ଥ ଦେଇଥିଲା। ରାଜପଥ କର୍ତ୍ତୃପକ୍ଷ ରାସ୍ତା ତିଆରି କରିଥିଲେ। ଉକ୍ତ ରାସ୍ତା ହେବା ପରେ ସେଥିରେ କେବଳ ଚଣ୍ଡିଖୋଲ ପଟୁ ଆସୁଥିବା ଲୁହାପଥର ଟ୍ରକ୍‌ ଲାଇନ୍‌ରେ ବନ୍ଦର ଭିତରକୁ ପ୍ରବେଶ କରୁଛି। କହିବାକୁ ଗଲେ ଉକ୍ତ ଟ୍ରକ୍‌ କରିଡର କେବଳ ପ୍ରବେଶ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାନ ବେଳେ ୪ଲେନ୍‌ ରାସ୍ତାରେ ଟ୍ରକ୍‌ ଯାଇଥାଏ। ରାସ୍ତା ନିର୍ମାଣ ବେଳେ ମରାମତି ପ୍ରସଙ୍ଗକୁ ଦୁଇ କର୍ତ୍ତୃପକ୍ଷ ଧ୍ୟାନ ଦେଇ ନ ଥିଲେ। ଏବେ ସେହି ରାସ୍ତା ମରାମତି ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ମରାମତି ପାଇଁ ୫୦ ଲକ୍ଷରୁ ୧ କୋଟି ଟଙ୍କା ଲାଗିପାରେ ବୋଲି ଜନୈକ ଯନ୍ତ୍ରୀ କହିଛନ୍ତି। ଏବେ ସେହି ପ୍ରସଙ୍ଗ ଉଠିବାରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କହୁଛନ୍ତି ଯେ ଉକ୍ତ ରାସ୍ତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମରାମତି କରିବେ। କାରଣ ତାହା ତାଙ୍କ ରାସ୍ତା। ରାଜପଥ କର୍ତ୍ତୃପକ୍ଷ କହୁଛନ୍ତି ଯେ, ୪ ଲେନ ବିଶିଷ୍ଟ ରାସ୍ତା ତାଙ୍କ ଅଧୀନରେ ରହିଛି। କରିଡ଼ର ରାସ୍ତା ପାଇଁ ତାଙ୍କର ସେଭଳି କିଛି ବଜେଟ ନାହିଁ। ଏମିତି ସ୍ଥିତିରେ ଟ୍ରକ୍‌ ମାଲିକମାନେ ଏପାଖ ସେପାଖ ହେଉଛନ୍ତି। ଆନ୍ଦୋଳନ ଧମକ ପରେ ପାରାଦୀପ ଏଏସ୍‌ପି ଶନିବାର ଦୁଇ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି। ଏଏସ୍‌ପି ବିଷ୍ଣୁଚରଣ ମିଶ୍ରଙ୍କ କହିବାନୁସାରେ ବନ୍ଦର କର୍ତ୍ତୃପକ୍ଷ କିଛି ମାତ୍ରାରେ ରାଜି ହୋଇଛନ୍ତି। ଏ ନେଇ ତାଙ୍କୁ ବିଧିବଦ୍ଧ ଭାବେ ଲିଖିତ ଭାବେ ଜଣାଇଲେ ସେ ବିଚାର କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବାଥୁଡି ସମ୍ପ୍ରଦାୟର ୩ ବିଧାୟକ

ପାଟଣା,୨୧।୬(ବୀର କିଶୋର ଦାଶ): ଭୁବନେଶ୍ୱର ଷ୍ଟେଟ ଗେଷ୍ଟ ହାଉସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାଜପାର ନବନିର୍ବାଚିତ ୩ ବାଥୁଡି ସମ୍ପ୍ରଦାୟର ବିଧାୟକ ଭେଟି ଶୁଭେଚ୍ଛା...

ସ୍ନାନଯାତ୍ରା ନେଇ ପ୍ରସ୍ତୁତି ଚୁଡ଼ାନ୍ତ: ଜଗିବେ ୬୮ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ,୨୧ା୬: ଶନିବାର ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା। ସ୍ନାନବେଦିରେ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ହେବ ପ୍ରବଳ ଭିଡ଼ । ଶୃଙ୍ଖଳିତ ଦର୍ଶନ ନେଇ ଜିଲା...

ସରିନି ଧାନବିକ୍ରି, ବର୍ଷା ସାଜିଲା କାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। ଜିଲାରେ ବର୍ତ୍ତମାନ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ପ୍ରାୟତଃ ଶେଷ ପର୍ଯ୍ୟାୟରେ...

ଯୋଗ ଦିବସରେ ଏଭଳି ବାର୍ତ୍ତା ଦେଲେ ଏନ୍‌ଏସି ଅଧ୍ୟକ୍ଷ

କେସିଙ୍ଗା୨୧।୬(ତୁମେଶର ସାହୁ): କେସିଙ୍ଗା ବ୍ଲକ ପ୍ରଶାସନ ଏବଂ ଏନ୍‌ଏସିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଖେଳ ଭବନଠାରେ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳନ...

ଦାରିଙ୍ଗବାଡ଼ିରେ ପ୍ରାକ୍‌ ମୌସମୀ ବର୍ଷା

ଦାରିଙ୍ଗବାଡି,୨୧।୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପ୍ରାକ୍‌ ମୌସମୀ ବର୍ଷା ହୋଇଛି। ବର୍ଷା ଯୋଗୁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ...

‘ସୁସ୍ଥ ରହିବା ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ: ପ୍ରଦୀପ ପାଣିଗ୍ରାହୀ’

ଛତ୍ରପୁର,୨୧।୬(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ରାଜ୍ୟରେ ଯୋଗ ଦିବସକୁ ବ୍ୟାପକ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ୧୦ତମ...

ଯୋଗ ଶରୀରକୁ ନିରୋଗ ରଖେ: ମନ୍ତ୍ରୀ

ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶୁକ୍ରବାର ସାରା ବିଶ୍ୱରେ ପାଳିତ ହେଉଛି ୧୦ତମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ପରିପ୍ରେକ୍ଷୀରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିସି ହାଟ...

ଦୀପାଳିଙ୍କ ଆବେଦନ ECIରେ ଗୃହୀତ

ଝାରସୁଗୁଡ଼ା,୨୧ା୬: ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ପରାଜିତ ପ୍ରାର୍ଥିନୀ ଦୀପାଳି ଦାସଙ୍କ ଆବେଦନକୁ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି। ନିର୍ବାଚନ ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଦୀପାଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri