Posted inଖେଳ

ଟୋକିଓ ଅଲିମ୍ପିକ୍ସରେ ଭାରତ ଉନ୍ନତ ପ୍ରଦର୍ଶନ କରିବ: କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ, ୧୨।୧୨- ଆସନ୍ତା ବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ପୂର୍ବାପେକ୍ଷା ଭାରତ ଏଥର ଉନ୍ନତ ପ୍ରଦର୍ଶନ କରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଏଠାରେ ବୁଧବାର ଆୟୋଜିତ ହୋଇଥିବା ନବମ ଗ୍ଲୋବାଲ ସ୍ପୋଟର୍‌ସ ସମିଟ୍‌ – ଟର୍ଫ ୨୦୧୯ରେ ଯୋଗ ଦେଇ ସେ ଭାରତର ପ୍ରଦର୍ଶନ ନେଇ ଆଶାବାଦୀ ଥିବା କହିଛନ୍ତି। ଏହି ଅଲିମ୍ପିକ୍ସ ଉପରେ ସରକାରଙ୍କ ନଜର ରହିଛି। ତେବେ ରାତାରାତି କୌଣସି ଚାମ୍ପିୟନ ଖେଳାଳିଙ୍କୁ ସୃଷ୍ଟି କରାଯାଇପାରିବ ନାହିଁ। ଏଥିପାଇଁ ବର୍ଷବର୍ଷ ସମୟ ଆବଶ୍ୟକ ହୋଇଥାଏ। କ୍ରୀଡ଼ା ଭିତ୍ତିଭୂମୀ ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଓ ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନରେ କ୍ରମାଗତ ଭାବେ ଉନ୍ନତି ହେବ। ଅଲିମ୍ପିକ୍ସରେ ଭାରତକୁ ଏବେ କେହି ହେୟ ମନେ କରିବେ ନାହିଁ ବୋଲି ସେ କହିଛନ୍ତି। ଦେଶରେ ଭରପୂର କ୍ରୀଡ଼ା ପ୍ରତିଭା ରହିଛି। କ୍ରୀଡ଼ା ଏବେ ଗ୍ଲାମର ଓ ବିଜ୍‌ନେସରେ ପରିଣତ ହୋଇଛି। ଭାରତରେ କ୍ରୀଡ଼ାକୁ ନେଇ ଅସୀମିତ ସୁଯୋଗ ରହିଛି। ଦେଶର ପ୍ରତ୍ୟେକ ରାଜ୍ୟ କ୍ରୀଡ଼ା ବିକାଶ ପାଇଁ ଆଗଭର ହେବା ଉଚିତ ବୋଲି ସେ ମତ ଦେଇଛନ୍ତି।
ଦେଶରେ ଫିଟ୍‌ ଇଣ୍ଡିଆ ଅଭିଯାନ ସମସ୍ତଙ୍କୁ ପ୍ରଭାବିତ କରିଛି ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି। ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ଏଫ୍‌ଆଇସିସିଆଇ ଅଧ୍ୟକ୍ଷ ସନ୍ଦୀପ ସୋମାନୀ, କେନ୍ଦ୍ର ସରକାରଙ୍କ କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲନିୟା, ଆଫଗାନିସ୍ତାନ ସ୍ପୋଟର୍‌ସ ଫେଡେରେଶନ ପ୍ରତିଷ୍ଠାତା ଆଜମଲ ଘନୀ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri