ଉମରକୋଟ, ୧୧।୨ (ଡି.ଏନ୍.ଏ.)- ଅନଲାଇନ ଧାନ କିଣା ବ୍ୟବସ୍ଥାରେ ଫସିଲେ ଚାଷୀ । ପୂର୍ବରୁ ରେଜିଷ୍ଟ୍ରେଶନ କରିବା ଅନୁସାରେ ମଣ୍ଡିରେ ଯେତେ ପରିମାଣରେ ଧାନ କିଣିବା କଥା ସେହି ପରିମାଣରେ ଧାନ ବିକ୍ରି କରୁଥିଲେ। ନୂଆ ବ୍ୟବସ୍ଥା ଅନୁଯାୟୀ ଲ୍ୟାମ୍ପସ ଅନଲାଇନରେ ଚାଷୀଙ୍କୁ ପଞ୍ଜିକୃତ କଲେ ମୋବାଇଲରେ ମେସେଜ ଆସିବା ପରେ ଚାଷୀ ମଣ୍ଡିରେ ଧାନବିକ୍ରି କରିବେ। କିନ୍ତୁ ଏ ପର୍ଯ୍ୟନ୍ତ ବହୁ ଚାଷୀଙ୍କ ମୋବାଇଲକୁ ମେସେଜ ଆସି ନାହିଁ । ଫଳରେ ଅମଳ ହୋଇଥିବା ଧାନକୁ ବିକ୍ରି କରି ନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳର ଚାଷୀ । ବାରମ୍ବାର ଲ୍ୟାମ୍ପକୁ ଯାଇ ଚାଷୀ ହତାଶ ହୋଇ ଫେରୁଛନ୍ତି। ଟୋକନ ପାଇଁ କହିଲେ ମେସେଜ ଆସିନି କହି ଚାଷୀଙ୍କୁ ଫେରାଇ ଦେଉଛନ୍ତି । ମଣ୍ଡି ସମାପ୍ତ ହେବା ପାଇଁ ତାରିଖ ସ୍ଥିର ହୋଇ ନଥିଲେ ମଧ୍ୟ ଆଉ ଅଳ୍ପଦିନ ମଧ୍ୟରେ ମଣ୍ଡି ବନ୍ଦ ହୋଇଯିବ । ଚାଷୀଙ୍କୁ ଏହି ଚିନ୍ତା ଘାରିଥିଲାବେଳେ ଏପଟ ବର୍ତ୍ତମାନ ଚାଲିଥିବା ଅଦିନିଆ ବର୍ଷା ଯୋଗୁ ଧାନଖଲାରେ ପଡିରହିଥିବା ଧାନସବୁ ନଷ୍ଟ ହେବାରେ ଲାଗିଛି । ଫଳରେ ଚାଷୀ ଧାନ ଅମଳ ପରେ ବିକ୍ରି କରି ନପାରି କ୍ଷତି ସହୁଛନ୍ତି । ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳ ଲଛିନ୍ଦ୍ର ଭତ୍ରା, ରବି ସମରଥ ଭଳି ଅନେକ ଧାନ ଚାଷୀ ଏ ସମ୍ପର୍କରେ ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ୧୬୩୦ ଚାଷୀଙ୍କ ସିଫ୍ଟିଂ କରାଯାଇଥିଲା । ୧୦୦୦ରୁ ଅଧିକା ଚାଷୀ ଧାନ ବିକ୍ରୟ କରିସାରିଲେଣି ଟୋକନ ଆସିଲେ ବଳକା ଚାଷୀଙ୍କ ଧାନ କ୍ରୟ କରାଯିବ । ଲ୍ୟାମ୍ପ ପକ୍ଷରୁ ସମସ୍ତ ସିଫ୍ଟି ହୋଇଥିବା ଚାଷୀଙ୍କ ଧାନ କ୍ରୟ କରିବାକୁ ପ୍ରୟାସ କରାଯାଉଛି ବୋଲି ଲ୍ୟାମ୍ପ ଏମଡି ଅସିତ ରାୟ ପ୍ରକାଶ କରିଛନ୍ତି।
ମହାନଦୀରେ ବନ୍ୟାଜଳ: ପ୍ରଭାବିତ ହେଉଛନ୍ତି ମତ୍ସ୍ୟଜୀବୀ
ମହାକାଳପଡ଼ା,୩ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବାହାକୁଦ ପିତାପାଟ ଗ୍ରାମ ସଂଲଗ୍ନ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ…
କରେଣ୍ଟ କଟିଲେ ଠପ ହୋଇଯାଉଛି ମୋବାଇଲ ସେବା
କେସିଙ୍ଗା,୩।୮,(ତୁମେଶ୍ୱର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ଥିବା ଜିଓ ଟାୱାର ବିଦ୍ୟୁତ ଚାଲିଗଲେ ଠପ ହୋଇଯାଉଛି । ଯାହାଦ୍ୱାରା ମୋବାଇଲ ସେବା…
ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ଫାର୍ମାସିଷ୍ଟଙ୍କ ସାହସକୁ ଚାରିଆଡୁ ପ୍ରଶଂସା
ଗୁଣପୁର,୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଜଣେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଛନ୍ତି।…
ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…
କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର…
ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…
ଭୁବନେଶ୍ୱର,୩ା୮: ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ…
ଆଜି ଶ୍ରାବଣ ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ଏହି କାରଣରୁ…
ଭୁବନେଶ୍ୱର,୩ା୮: ଆଜି ଶ୍ରାବଣର ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହୋଇଛି। ପୂଜାପଣ୍ଡା ସେବାୟତ-ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ନୀତିକାନ୍ତି ବନ୍ଦ ହୋଇଥିବା…
ଆଜି ଆସୁଛନ୍ତି ରାଷ୍ଟ୍ରପତି, ଟ୍ରେନ୍ରେ ଯାତ୍ରା କରି…
ଭୁବନେଶ୍ୱର,୩ା୮(ତ୍ରିନାଥ ମହାନ୍ତି): ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ ଲୋକଭବନରେ କିଛି ସମୟ ବିତାଇବେ। ଏହାପରେ…
ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ
ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…
Archives

