ଟେଷ୍ଟ ଡ୍ରାଇଭ୍‌ ବେଳେ ଦୁର୍ଘଟଣା: ୪ ଶ୍ରମିକଙ୍କ ଉପରେ ଚଢ଼ିଗଲା କାର୍‌

ଭୁବନେଶ୍ୱର, ୨୫ା୫(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀ ବିହାର ଛକ ନିକଟରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଜଣେ ସରକାରୀ କର୍ମଚାରୀ ଟେଷ୍ଟ ଡ୍ରାଇଭ୍‌ କରୁଥିବାବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୪ଜଣ ଶ୍ରମିକଙ୍କ ଉପରେ କାର୍‌ ଚଢାଇ ଦେଇଛନ୍ତି। ଫଳରେ ଏହି ଶ୍ରମିକମାନେ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ସୀତାନାଥ ବସ୍ତିର ଶଙ୍କର ନାୟକ, ପଣ୍ଡାପାର୍କ ବସ୍ତିର ସୁକାନ୍ତ ନାୟକ, ରିକ୍ସା କଲୋନୀର ବାବୁନା ନାୟକ ଏବଂ ଅନ୍ୟ ଜଣଙ୍କ ପରିଚୟ ମିିଳିପାରିନାହିଁ। ସେମାନଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶଙ୍କରଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ତାଙ୍କର ଗୋଟିଏ ଗୋଡ ଭାଙ୍ଗିଯାଇଛି। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ବସ୍ତିବାସିନ୍ଦା ରାସ୍ତାରୋକୋ କରିଥିଲେ। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଫଳରେ ପରିସ୍ଥିତି ଜଟିଳ ହୋଇ ପଡ଼ିଥିଲା। ଆହତମାନଙ୍କୁ କ୍ଷତିପୂରଣ ଦେବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଯାଇ ରାସ୍ତାରୁ ହଟିବେ ବୋଲି ଆନ୍ଦୋଳନକାରୀ ଜିଦ୍‌ ଧରିଥିଲେ। ଦୀର୍ଘ ଏକ ଘଣ୍ଟା ଧରି ସେମାନେ ରାସ୍ତାରେ ବସିରହିଥିଲେ। ଏଥିଯୋଗୁ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିି ଅଟକି ରହିଥିଲା। ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଏବଂ ପୋଲିସ ସେମାନଙ୍କ ସହ ଆଲୋଚନା କରି କ୍ଷତିପୂରଣ ଦିଆଯିବ ବୋଲି କହିବା ପରେ ସେମାନେ ଆନ୍ଦୋଳନରୁ ଓହରିଯାଇଥିଲେ। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ପ୍ରତିଦିନ ଶ୍ରମିକମାନେ ବିଭିନ୍ନ ସ୍ଥାନକୁ କାମରେ ଯିବା ପାଇଁ ଶୈଳଶ୍ରୀ ବିହାର ଛକରେ ଛିଡ଼ା ହୁଅନ୍ତି। ଲୋକେ ସେଠାରେ କଥାବାର୍ତ୍ତା କରି ସେମାନଙ୍କୁ ମୁଲମଜୁରି ଲାଗି ନେଇଥାନ୍ତି। ଶୁକ୍ରବାର ସକାଳ ପ୍ରାୟ ୬.୩୦ ମିନିଟ୍‌ରେ ଶ୍ରମିକମାନେ ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ। ଜଣେ ସରକାରୀ କର୍ମଚାରୀ ଦୁଇଦିନ ତଳେ କିଣିଥିବା ନୂଆ କାର ଏହି ସମୟରେ ଟେଷ୍ଟ ଡ୍ରାଇଭିଂ କରୁଥିଲେ। ସେ କାର ନେଇ ଶୈଳଶ୍ରୀବିହାର ଛକରୁ ନୀଳାଦ୍ରି ବିହାର ଅଭିମୁଖେ ଯାଉଥିଲେ। ହେଲେ ଶୈଳଶ୍ରୀବିହାର ଛକ ନିକଟରେ ଏକ ଅଟୋ ତାଙ୍କ କାର ଆଗରେ ଚାଲିଯାଇଥିଲା। ଫଳରେ ସେ ନିୟନ୍ତ୍ରଣ ହରାଇ ଶ୍ରମିକମାନଙ୍କ ଉପରେ ଚଢାଇ ଦେଇଥିଲେ। ଏଥିରେ ୪ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟମାନେ ଭୟରେ ଦୌଡ଼ି ପଳାଇବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଶ୍ରମିକମାନଙ୍କୁ କାର୍‌ ଧକ୍କା ଦେବା ପରେ ରାସ୍ତାକଡ଼ ଡିଭାଇଡରରେ ପିଟି ହେଇଯାଇଥିଲା। ଅନ୍ୟ ଶ୍ରମିକମାନେ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ସେମାନଙ୍କୁ ହସ୍ପିଟାଲକୁ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri