ଟୁଇଟରକୁ ଫେରିଲେ ଅନୁରାଗ

ମୁମ୍ବାଇ: କିଛିଦିନ ତଳେ ଟୁଇଟରରୁ ଦୂରେଇ ଯାଇଥିବା ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପୁଣିଥରେ ଟୁଇଟରରେ ଯୋଗ ଦେଇଛନ୍ତି। ଦେଶର ପରିସ୍ଥିତିକୁ ଦେଖି ସେ ପୁଣି ଟୁଇଟର ଆକାଉଣ୍ଟ ଖୋଲିଥିବା କହିଛନ୍ତି। ଗତ ଅଗଷ୍ଟରେ ଟୁଇଟରରେ ତାଙ୍କୁ ବହୁବାର ଟ୍ରୋଲ୍‌ କରାଯିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ଧମକ ମିଳିବାରୁ ଯେ ଏଥିରୁ ଓହରି ଯାଇଥିଲେ। ଏବେ କିନ୍ତୁ ସେ କିଛି କହିବା ଜରୁରୀ ଭାବି ପୁଣି ଟୁଇଟରକୁ ଫେରିଛନ୍ତି ବୋଲି କହିଛନ୍ତି। ଅନେକ ସମୟରେ ନିଜର ବେକାବୁ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଅନୁରାଗ ପୁଣିଥରେ କ’ଣ ଟୁଇଟ୍‌ କରୁଛନ୍ତି ତା’ ଉପରେ ଏବେ ସମସ୍ତଙ୍କ ନଜର। ଅବଶ୍ୟ ପ୍ରଥମ ଟୁଇଟ୍‌ରେ ସେ ଲେଖିଛନ୍ତି ଦେଶର ପରିସ୍ଥିତି ଯାହା ହୋଇଛି ଏହି ସମୟରେ ଚୁପ୍‌ ରହିବା ଆଦୌ ଠିକ୍‌ ନୁହେଁ। କାରଣ କଥା ବହୁତ ଆଗକୁ ଚାଲିଗଲାଣି। ଏହି ସରକାର ସ୍ପଷ୍ଟଭାବେ ଫାସିବାଦି ବୋଲି ସେ କହିଛନ୍ତି। ହେଲେ ଯେଉଁମାନେ ପରିବର୍ତ୍ତନ ଆଣିପାରିବେ ସେମାନଙ୍କ ନିରବତା ତାଙ୍କୁ ଆହୁରି ଖରାପ ଲାଗୁଛି ବୋଲି ସେ କହିଛନ୍ତି। ଆଲୋଚନା ହେଉଛି କି ବର୍ତ୍ତମାନ ଦେଶର ପରିସ୍ଥିତିକୁ ଦେଖି ନିଶ୍ଚିତ ଭାବେ ଅନୁରାଗ କିଛି ଖଟାମିଠା ଶବ୍ଦ ବ୍ୟବହାର କରିପରାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବିନାଙ୍କୁ ଦେଖି ନିଜକୁ ହଜାଇ ଦେଲେ ରାଜକୁମାର

ମୁମ୍ବାଇ: ବଲିଉଡ୍‌ ନାୟିକା ରବିନା ଟଣ୍ଡନ ଏବେ ଆଉ ବଡ ପରଦାରେ ନଜର ଆସୁ ନାହାଁନ୍ତି। ହେଲେ ଟେଲିଭିଜନ ରିୟଲିଟି ଶୋ’ ‘ନଚ ବଲିୟେ’ରେ ରବିନାଙ୍କୁ...

ପ୍ରଥମ ବିବାହ ବାର୍ଷିକୀ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତିରେ ଅଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକାନ୍‌ ସିଙ୍ଗର ନିକ୍‌ ଜୋନସ୍‌ ଏବର୍ଷ ପାଳନ କରିବେ ତାଙ୍କର ପ୍ରଥମ ବିବାହ ବାର୍ଷିକୀ। ଏଥିପାଇଁ ଏହି...

ଶୁଟିଂ ସେଟ୍‌ରେ ବିକି କୌଶଲ ଆହତ: ମୁହଁରେ ପଡ଼ିଛି ୧୩ ଷ୍ଟିଚ୍‌

ମୁମ୍ବାଇ,୨୦।୪: ସଞ୍ଜୁ ଓ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ଅଭିନେତା ବିକି କୌଶଲ ଏବେ ସଫଳତାର ପାହାଚ...

କମେଡିଆନ୍‌ ସୁନୀଲ ଗ୍ରୋଭର ହେଲେ ହିନ୍ଦୀ ଶିକ୍ଷକ

ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏ ନେଇ ଗତ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେଣୁ ଏହି ସମୟରେ...

‘ହାପି ବର୍ଥ ଡେ’ ଅମୃତା: ଚାରି ଘଣ୍ଟା ସାକ୍ଷାତକାର ପରେ ମିଳିଥିଲା ‘ବିବାହ’ରେ କାମ କରିବାର ସୁଯୋଗ, ପଡ଼ିଥିଲେ ଆର୍‌ଜେଙ୍କ ପ୍ରେମରେ

ମୁମ୍ବାଇ: ବଲିଉଡ୍‌ର ସିମ୍ପଲ ଡିଭା ମଧ୍ୟରୁ ଅଭିନେତ୍ରୀ ଅମୃତା ରାଓ ଜଣେ। ଅନେକ ହିନ୍ଦୀ ଫିଲ୍ମ ସହ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରିଛନ୍ତି ସେ।...

ଆର୍‌ଡି ବର୍ମନଙ୍କୁ କାହିଁକି ଡାକୁଥିଲେ ପଞ୍ଚମ ଦା’, ଏହା ପଛରେ ରୋଚକ କାହାଣୀ

ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ୭୦ ଦଶକକୁ ସୁବର୍ଣ୍ଣ ଯୁଗ ଭାବେ ବିବେଚନା କରାଯାଏ। ଏହି ଯୁଗରେ ସବୁକିଛି କମାଲ ଥିଲା। ଚଳଚ୍ଚିତ୍ର, ଅଭିନେତା ଏବଂ ଗୀତ...

ଏକଦା ଗୋଟିଏ ବଖରା ଘରେ ସ୍ତ୍ରୀ,ପିଲାଙ୍କ ସହ ରହୁଥିଲେ ଏହି ଅଭିନେତା; ଏବେ ଆମିରଙ୍କ ଘର ନିକଟରେ କିଣିଲେ ବଙ୍ଗଳା

ବମ୍ବେ: ବଲିଉଡ୍‌ର ଏପରି କିଛି କଳାକାର ଅଛନ୍ତି , ଯେଉଁମାନେ ନିଜର ଅଭିନୟ ଚାତୁରୀରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ପଙ୍କଜ ତ୍ରିପାଠୀ...

କେଏଲ୍‌ ରାହୁଲଙ୍କୁ ଡେଟ୍‌ କରୁଥିବା କଥାକୁ ଅସ୍ବୀକାର କଲେ ସୋନଲ୍‌

ମୁମ୍ବାଇ: ବଲିଉଡ ନାୟିକାଙ୍କ ସହ ଭାରତୀୟ କ୍ରିକେଟ ଦଳର ଖେଳାଳୀଙ୍କ ସମ୍ପର୍କ କଥା କିଛି ନୂଆ ନୁହେଁ। ଅନୁଷ୍କା ଶର୍ମା-ବିରାଟ କୋହଲୀ, ସାଗରିକା ଘାଟକେ-ଜାହୀର ଖାନ୍‌,...

Play 250+ Trending Games
Archives

Model This Week

Why Dharitri