Posted inଖେଳ

ଟି୨୦ ସିରିଜ ଜିତିଲା ଭାରତ

ପୁଣେ,୧୦।୧(ପି.ଟି.)- ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଘରୋଇ ଭାରତ ୨-୦ରେ ବିଜୟୀ ହୋଇଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ବୃହତ୍‌ ୭୮ ରନରେ ଶ୍ରୀଲଙ୍କାକୁ ପରାସ୍ତ କରି ସିରିଜ ହାତେଇଛି। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୨୦୧ ରନ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ୧୫.୫ ଓଭରରେ ୧୨୩ ରନକରି ଅଲଆଉଟ ହୋଇ ଆତ୍ମସମର୍ପଣ କରିଥିଲା। ଦ୍ରୁତ ଅପରାଜିତ ୨୨ ରନ କରିବା ସହ କଞ୍ଜୁସ ବୋଲିଂ କରି ମୂଲ୍ୟବାନ ୨ଟି ଉଇକେଟ ଅକ୍ତିଆର କରିଥିବା ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୧୫ଟି ବଲ ବାକି ରଖି ୭ ଉଇକେଟରେ ବିଜୟୀ ହୋଇଥିଲା।
୨୦୨ ରନ କଷ୍ଟସାଧ୍ୟ ଟାର୍ଗେଟର ପିଛା କରି ଶ୍ରୀଲଙ୍କା ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦଳ ତରଫରୁ ଧନଞ୍ଜୟ ଡି ସିଲଭା ସର୍ବାଧିକ ୫୭ ରନ (୩୬ ବଲ, ୮ ଚୌକା, ୧ ଛକା) ରନର ଅର୍ଦ୍ଧଶତକୀୟ ପାଳି ଖେଳିଥବା ବେଳେ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ୩୧ ରନକରି ଆଉଟ ହୋଇଥିଲେ। ବାକି ୯ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ ଦ୍ରୁତ ବୋଲର ନବଦୀପ ସଇନି ସର୍ବାଧିକ ୩, ଶାର୍ଦ୍ଦୁଳ ଠାକୁର ଓ ଓ୍ବାଶିଂଟନ ସୁନ୍ଦର ୨ଟି ଲେଖାଏ, ଯଶପ୍ରୀତ ବୁମ୍‌ରା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଭାରତ ଆରମ୍ଭରୁ ଦମ୍‌ଦାର ବ୍ୟାଟିଂ କରିଥିଲା। ଦୁଇ ଓପନର ଶିଖର ଧାଓ୍ବନ ଓ ଲୋକେଶ ରାହୁଲ ଆଉଟ ହେବା ପୂର୍ବରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୬୫ଟି ବଲ ଖେଳି ୯୭ ରନ ସଂଗ୍ରହ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ତେବେ ୩୬ ବଲରୁ ୭ ଚୌକା ଓ ୧ ଛକା ସହ ୫୨ ରନର ଅର୍ଦ୍ଧଶତକୀୟ ପାଳି ଖେଳି କ୍ରିଜ୍‌ରେ ଜମିଆସୁଥିବା ବେଳେ ଧାଓ୍ବନ ବାମହାତୀ ଚାଇନାମ୍ୟାନ ଲକ୍ଷଣ ସନ୍ଦାକନଙ୍କ ବଲ୍‌କୁ ଜୋରରେ ସୁଇପ୍‌ କରି ମିଡ୍‌ ଉଇକେଟରେ ଦନୁଷ୍କା ଗୁଣତିଲକାଙ୍କ ହାତରେ ଧରାପଡିଥିଲେ। ଏହାପରେ ମାତ୍ର ୨୫ ରନ ମଧ୍ୟରେ ୩ଟି ଉଇକେଟର ପତନ ହୋଇଥିଲା। ଦୀର୍ଘଦିନ ପରେ ଖେଳିବାର ସୁଯୋଗ ପାଇଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ବ୍ୟାଟିଂ କରିବାକୁ ଆସି ପ୍ରଥମ ବଲ୍‌ରେ ଛକା ମାରି ଇନିଂସ ଆରମ୍ଭ କରିଥିଲେ ମଧ୍ୟ ଦ୍ୱିତୀୟ ବଲ୍‌ରେ ଆଉଟ ହୋଇଥିଲେ। ସେ ଲାଇନ ମିସ୍‌ କରି ଧନଞ୍ଜୟ ଡି ସିଲଭାଙ୍କ ଦ୍ୱାର ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ରାହୁଲ ୩୬ଟି ବଲ୍‌ ଖେଳି ୫ ଚୌକା ଓ ୧ଛକା ସହ ୫୪ ରନର ଅର୍ଦ୍ଧଶତକୀୟ ପାଳି ଖେଳି ସନ୍ଦାକନଙ୍କ ବଲ୍‌ରେ କୁଶଲ ପେରେରାଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହୋଇଥିଲେ। ଯୁବ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ୪ ରନ କରି ସନ୍ଦକାନଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ଆୟାରଙ୍କ ପରେ ପାଳି ପଡିଥିଲା ଅଧିନାୟକ ବିରାଟ କୋହଲିଙ୍କର। ୧୭ଟି ବଲର ସମ୍ମୁଖୀନ ହୋଇ କୋହଲି ୨ ଚୌକା ଓ ୧ ଛକା ସହ ୨୬ ରନ କରିଥିବା ବେଳେ ଦୁଇ ରନ ନେବାକୁ ପ୍ରୟାସ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଡିପ୍‌ ସ୍କୋୟାର ଲେଗ୍‌ରୁ ଗୁଣତିଲକାଙ୍କ ଥ୍ରୋରେ ସେ ଉଇକେଟକିପର କୁଶଲ ପେରେରାଙ୍କ ଦ୍ୱାରା ରନଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାର ଠିକ୍‌ ପର ବଲ୍‌ରେ ଓ୍ବାଶିଂଟନ ସୁନ୍ଦର ଖାତା ଖୋଲିବା ପୂର୍ବରୁ ଲାହିରୁ କୁମାରାଙ୍କ ବଲ୍‌ରେ ଥାର୍ଡ ମ୍ୟାନ୍‌ରେ ସନ୍ଦାକନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ମନୀଷ ପାଣ୍ଡେ ଓ ଶାର୍ଦ୍ଦୁଳ ଠାକୁର ଆଉ କୌଣସି କ୍ଷତି ହେବାକୁ ନ ଦେଇ ସପ୍ତମ ଉଇକେଟରେ ମାତ୍ର ୧୪ଟି ବଲରୁ ଦ୍ରୁତ ୩୭ ରନକରି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ପାଣ୍ଡେ ୧୮ ବଲରୁ ୪ ଚୌକା ସହ ୩୧ ଓ ଠାକୁର ୮ ବଲରୁ ୧ ଚୌକା ଓ ୨ ଛକା ସହ ୨୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ସନ୍ଦକାନ ୩, କୁମାରା ଓ ଡି ସଲଭା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଭାରତୀୟ ଦଳରେ ୩ଟି ପରିବର୍ତ୍ତନ କରାଯାଇଥିଲା। ଶିବମ୍‌ ଦୁବେ, ରିଷଭ ପନ୍ତ ଓ କୁଲଦୀପ ଯାଦବଙ୍କୁ ବାଦ ଦିଆଯାଇ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ, ସଞ୍ଜୁ ସାମସନ ଓ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ସେହିପରି ଶ୍ରୀଲଙ୍କା ଦଳରେ ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ଭାନୁକା ରାଜପାକସା ଓ ଇସୁରୁ ଉଡାନାଙ୍କ ବଦଳରେ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ଓ ଲକ୍ଷନ ସନ୍ଦକାନଙ୍କୁ ଦଳରେ ସାମିଲ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୨୦୧/୬
(ରାହୁଲ-୫୪, ଧାଓ୍ବନ- ୫୨, ପାଣ୍ଡେ- ୩୧*, କୋହଲି- ୨୬, ଠାକୁର- ୨୨*, ସନ୍ଦାକନ- ୩/୩୫, କୁମାରା- ୧/୪୬, ଡି ସିଲ୍‌ଭା- ୧/୨୭)।
ଶ୍ରୀଲଙ୍କା ୧୫.୫ ଓଭରରେ ୧୨୩ ରନରେ ଅଲଆଉଟ
(ଡି ସିଲଭା- ୫୭, ମାଥ୍ୟୁସ- ୩୧, ସଇନି- ୩/୨୮, ଠାକୁର- ୨/୧୯, ସୁନ୍ଦର- ୨/୩୭)।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

ସକାଳୁ ସକାଳୁ ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା

ଜାକର୍ତ୍ତା,୧୨।୯: ଇଣ୍ଡୋନେସିଆରେ ଲଗାତାର ଦ୍ୱିତୀୟ ଦିନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାଭା ଦ୍ୱୀପରେ ଶନିବାର ୬.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ଜର୍ମାନ ରିସର୍ଚ୍ଚ…

ଏବେ ଅଭିଜିତ ଦୀପକେଙ୍କ ମିଶି କ’ଣ କରିବାକୁ ଯାଉଛନ୍ତି ସୋନମ ୱାଙ୍ଗଚୁକ? କଲେ ବଡ଼ ଘୋଷଣା, ସେପ୍ଟେମ୍ବର ୧୯…

ନୂଆଦିଲ୍ଲୀ,୧୨।୯: ଲଦାଖରେ ସେପ୍ଟେମ୍ବର ୧୯ରୁ ହେବାକୁ ଥିବା ସୋନମ ୱାଙ୍ଗଚୁକଙ୍କ ପଦଯାତ୍ରାକୁ ନେଇ ଏବେ ପ୍ରତିକ୍ରିୟା ଆସିଛି। ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭିଡିଓ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?