Posted inଖେଳ

ଟି୨୦ ସିରିଜ ଅମୀମାଂସିତ

ବେଙ୍ଗାଲୁରୁ,୨୨।୯(ପି.ଟି.)- ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଓ ଅଧିନାୟକ କ୍ୱିଣ୍ଟନ ଡିକକ୍‌ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତକୁ ୧୯ଟି ବଲ୍‌ ବାକିଥାଇ ୯ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଟି୨୦ ସିରିଜ ୧-୧ ବ୍ୟବଧାନରେ ଅମୀମାଂସିତ ଭାବେ ଶେଷ ହୋଇଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମୁକାବିଲାରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୧୩୪ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ବାମହାତୀ ଦକ୍ଷିଣ ଆଫ୍ରକା ଦ୍ରୁତ ବୋଲର ବେଉରାନ ହେଣ୍ଡ୍ରିକ୍ସ ମାତ୍ର ୧୪ ରନ ଦେଇ ମୁଲ୍ୟବାନ ୨ ଉଇକେଟ ଅକ୍ତିଆର କରି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସେହିପରି ସାରା ସିରଜରେ ସ୍ଥିର ପ୍ରଦର୍ଶନ କରିଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ କ୍ୱିଣ୍ଟନ ଡିକକ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୩୫ ରନ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରକା ଜବରଦସ୍ତ ଆରମ୍ଭ କରିଥିଲା। ରିଜା ହେଣ୍ଡ୍ରିକ୍ସ ଓ ଅଧିନାୟକ କ୍ୱିଣ୍ଟନ ଡିକକ୍‌ ଓପନିଂ ଯୋଡିରେ ୬୧ ବଲରୁ ୭୬ ରନ ସଂଗ୍ରହ କରି ଦଳକୁ ଦମ୍‌ଦାର ଆରମ୍ଭ ପ୍ରଦାନ କରିଥିଲେ। ତେବେ ଓପନର ହେଣ୍ଡ୍ରିକ୍ସ ୨୬ ବଲରୁ ୪ ଚୌକା ସହ ୨୮ ରନକରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ମିଡ୍‌ ଅନ୍‌ରେ କୋହଲିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଦ୍ୱିତୀୟ ଉଇକେଟ୍‌ରେ ଡିକକ୍‌ ଓ ଟେମ୍ବା ବଭୁମା ୪୦ ବଲରୁ ଅପରାଜିତ ୬୪ ରନ କରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଡିକକ୍‌ ୫୨ଟି ବଲର ସମ୍ମୁଖୀନ ହୋଇ ୬ ଚୌକା ଓ ୫ ଛକା ସହ ୭୯ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ସେହିପରି ବଭୁମା ୨୩ ବଲରୁ ୨ ଚୌକା ଓ ୧ ଛକା ସହ ୨୭ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ହାର୍ଦ୍ଦିକ ଭାରତ ପାଇଁ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତ ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା। ଫଳରେ ବଡ଼ ସ୍କୋର ହାସଲ କରିବାରେ ସଫଳ ହୋଇପାରି ନ ଥିଲା। ଅଭିଜ୍ଞ ଓପନର ଶିଖର ଧାଓ୍ବନ ସର୍ବାଧିକ ୩୬ ରନ କରି ଆଉଟ ହୋଇଥିଲେ। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୧୯, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୪, ରବୀନ୍ଦ୍ର ଜାଡେଜା ୧୯ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ।
ତାରକା ଓପନର ରୋହିତ ଶର୍ମା ୯ ରନ କରି ବେଉରାନ ହେଣ୍ଡ୍ରିକ୍ସଙ୍କ ବଲ୍‌ରେ ରିଜା ହେଣ୍ଡ୍ରିକ୍ସଙ୍କୁ ସ୍ଲିପ୍‌ରେ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ଅନ୍ୟତମ ଓପନର ଶିଖର ଧାଓ୍ବନ ତାବରେଜ ଶାମସିଙ୍କ ବଲକୁ ଏକ୍ସଟ୍ରା କଭର ଉପରେ ଦେଇ ମାରିବାକୁ ପ୍ରାୟାସ କରିଥିଲେ। ତେବେ ସେ ଟେମ୍ବା ବଭୁମାଙ୍କ ହାତରେ ଧରା ପଡିଥିଲେ। ଅଧିନାୟକ ବିରାଟ କୋହଲି ଏହି ମ୍ୟାଚରେ ନିରାଶ କରିଥିଲେ। ସେ ମାତ୍ର ୯ ରନ କରିଥିବା ବେଳେ କାଗିସୋ ରାବାଡ଼ାଙ୍କ ବଲକୁ ଲଙ୍ଗ୍‌ଅନ୍‌ ଉପରେ ଛକା ମାରିବାକୁ ଯାଇ ବାଉଣ୍ଡାରିର ଅତି ନିକଟରେ ଆଣ୍ଡିଲ ଫେଲୁକ୍ୱାୟୋଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବେପରୁଆ ଶଟ୍‌ ଖେଳିବା ନେଇ ବେଶ୍‌ ସମାଲୋଚିତ ହେଉଥିବା ପନ୍ତ ପୁଣି ସେହି ତ୍ରୁଟି ଦୋହରାଇଥିଲେ। ବିଜର୍ନ ଫର୍ଚ୍ୟୁନଙ୍କ ବଲ୍‌ରେ ବଡ଼ ଶଟ୍‌ ଖେଳିବାକୁ ଯାଇ ଲଙ୍ଗ୍‌ ଅଫ୍‌ରେ ସେ ଫେଲୁକ୍ୱୟୋଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୫ ରନ କରିଥିବା ବେଳେ ଶ୍ରେୟାସ ଆୟାର ଫର୍ଚ୍ୟୁନଙ୍କ ବଲ୍‌ରେ ଉଇକେଟକିପର କ୍ୱିଣ୍ଟନ ଡିକକ୍‌ ଦ୍ୱାରା ଷ୍ଟମ୍ପ୍‌ ଆଉଟ ହୋଇଥିଲେ। ଏହାପରେ ହାର୍ଦ୍ଦିକ ରାବାଡ଼ାଙ୍କ ବଲ୍‌ରେ ଲମ୍ବା ଶଟ୍‌ ଖେଳିବାକୁ ଯାଇ ଲଙ୍ଗ୍‌ଅନ୍‌ରେ ଡେଭିଡ ମିଲରଙ୍କୁ କ୍ୟାଚ୍‌ ଦେଇଥିଲେ। କ୍ରୁନାଲ ପାଣ୍ଡ୍ୟା ମାତ୍ର ୪ ରନ କରିଥିବା ବେଳେ ବେଉରାନ ହେଣ୍ଡ୍ରିକ୍ସଙ୍କ ବଲ୍‌ରେ ଉଇକେଟକିପର ଡିକକ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। ୧୭ ବଲରୁ ଗୋଟିଏ ଚୌକା ଓ ଗୋଟିଏ ଛକା ସହ ୧୯ ରନ କରି ଜାଡେଜା ରାବାଡ଼ାଙ୍କ ଦ୍ୱାର କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଓ୍ବାଶିଂଟନ ସୁନ୍ଦର ୪ ରନ କରି ରନ୍‌ ଆଉଟ ହୋଇଥିବା ବେଳେ ଦୀପକ ଚହର ଓ ନବଦୀପ ସଇନି ବିନାସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ରାବାଡ଼ା ସର୍ବାଧିକ ୩, ଫର୍ଚ୍ୟୁନ ଓ ବେଉରାନ ହେଣ୍ଡ୍ରିକ୍ସ ୨ଟି ଲେଖାଏ, ଶାମସି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୧୩୪/୯
(ଧାଓ୍ବନ- ୩୬, ପନ୍ତ- ୧୯, ଜାଡେଜା- ୧୯, ହାର୍ଦ୍ଦିକ- ୧୪, ରାବାଡ଼ା- ୩/୩୯, ଫର୍ଚ୍ୟୁନ- ୨/ ୧୯, ଡେଣ୍ଡ୍ରିକ୍ସ- ୨/୧୪)।
ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ୧୪୦/୧
(ଡିକକ- ୭୯*, ହେଣ୍ଡ୍ରିକ୍ସ- ୨୮, ବଭୁମା- ୨୭*, ହାର୍ଦ୍ଦିକ- ୧/ ୨୩ )।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri