Posted inଖେଳ

ଟିମ ଇଣ୍ଡିଆର ଭବିଷ୍ୟତ କ୍ରିକେଟର

ଓ୍ବେଷ୍ଟଇଣ୍ଡିଜ ମାଟିରେ ଉଭୟ ଦିନିକିଆ ଓ ଟି୨୦ ସିରିଜ ଜିତିଛି ଟିମ୍‌ ଇଣ୍ଡିଆ। ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନେ ସେମାନଙ୍କ ଦକ୍ଷତା ଦେଖାଇଛନ୍ତି। ଭାରତର ବେଞ୍ଚ୍‌ଷ୍ଟ୍ରେନ୍ଥ ଦୃଢ଼ଥିବା ଏଥିରୁ ପ୍ରମାଣିତ ହୋଇଛି। ଯୁବ ଖେଳାଳିଙ୍କ ତାଲିକା କ୍ରମେ ଲମ୍ବିବାରେ ଲାଗିଛି…..

ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଗତି କରୁଛି ଟିମ୍‌ ଇଣ୍ଡିଆ। ବର୍ତ୍ତମାନ ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଶେଷ କରିଛି। ଅଧିନାୟକ ରୋହିତ ଶର୍ମା, ତାରକା ବ୍ୟାଟର ବିରାଟ କୋହଲି, ଇନ୍‌ଫର୍ମ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ପରି ସିନିୟର ଖେଳାଳି ବିଶ୍ରାମ ନେଇଥିଲେ ହେଁ ଭେଟେରାନ ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ ଯୁବଦଳ ପୂର୍ଣ୍ଣ ଶକ୍ତି ସମ୍ପନ୍ନ ଓ୍ବେଷ୍ଟଇଣ୍ଡିଜକୁ କାରିବିୟନ ମାଟିରେ ଚକ୍‌ମା ଦେଇ ଦିନିକିଆ ସିରିଜ ବିଜୟୀ ହେବାରେ ସକ୍ଷମ ହୋଇଛି। ଏହାଦ୍ୱାରା ଭାରତର ବେଞ୍ଚ୍‌ଷ୍ଟ୍ରେନ୍ଥ କେତେ ଶକ୍ତିଶାଳୀ ତାହା ପୁଣିଥରେ ପ୍ରମାଣିତ ହୋଇଛି। ପରେ ରୋହିତଙ୍କ ସମେତ ହାର୍ଦ୍ଦିକ ପ୍ରମୁଖଙ୍କ ପ୍ରତ୍ୟାବର୍ତ୍ତନ ସହ ଭାରତ ଟି୨୦ ସିରିଜକୁ ମଧ୍ୟ ଜିତିଛି।
ଗତ କିଛିଦିନ ତଳେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ୨୦୨୧ ଟେଷ୍ଟ ସିରିଜର ୫ମ ତଥା ଅନ୍ତିମ ମ୍ୟାଚ ଜିତି ଭାରତ ସିରିଜ ବିଜୟୀ ହେବାର ସୁବର୍ଣ୍ଣ ସୁଯୋଗ ରହିଥିଲା। ଭାରତର ଆରମ୍ଭ ମଧ୍ୟ ଭଲ ହୋଇଥିଲା। ମାତ୍ର ଏହି ଟେଷ୍ଟ ହାରି ଭାରତ ସିରିଜକୁ ୨-୨ରେ ଡ୍ର ରଖି ସନ୍ତୁଷ୍ଟ ହୋଇଥିଲା। ତେବେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ଟି୨୦ ଓ ଦିନିକିଆ ସିରିଜ ଜିତିବାରେ ସକ୍ଷମ ହୋଇଥିଲା। ଟି୨୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜକୁ ୨-୨ରେ ସମାପ୍ତ କରିଥିବା ବେଳେ ଆୟର୍ଲାଣ୍ଡ ବିପକ୍ଷରେ ବିଜୟୀ ହୋଇଥିଲା। ଏହି ସମସ୍ତ ସିରିଜରେ ଭାରତୀୟ ଯୁବ ଖେଳାଳିମାନେ ସେମାନଙ୍କ ଦକ୍ଷତା ଦେଖାଇଥିଲେ। ଆଗକୁ ରହିଛି ଏସିଆ କପ୍‌ ଏବଂ ଆଇସିସି ଟି୨୦ ବିଶ୍ୱକପ୍‌। ଦୀର୍ଘଦିନ ହେବ ଟିମ୍‌ ଇଣ୍ଡିଆ କୌଣସି ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇନାହିଁ। ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଯୁବ ଖେଳାଳିଙ୍କ ଉପରେ ବର୍ତ୍ତମାନ ଭାରତୀୟ କ୍ରିକେଟର ଭବିଷ୍ୟତ ନିର୍ଭର କରୁଛି। ସେମାନେ ନିଜର ପ୍ରଦର୍ଶନ ମାଧ୍ୟମରେ ବିସିସିଆଇର ଦୃଷ୍ଟି ଆକର୍ଷଣ କରିବାକୁ ମଧ୍ୟ ସକ୍ଷମ ହୋଇପାରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଶୁବମନ ଗିଲ୍‌, ଋତୁରାଜ ଗାଏକ୍ୱାର୍ଡ, ଦେବଦତ୍ତ ପଡିକଲ, ଇଶାନ କିଷନ, ଶ୍ରେୟସ ଆୟାର, ରିଷଭ ପନ୍ତ, ରିଆନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଆଭେଶ ଖାଁ, ଉମ୍ରାନ ମଲିକ, କାର୍ତ୍ତିକ ତ୍ୟାଗୀ, ଦୀପକ ହୁଦା ଏବଂ ସୂର୍ଯ୍ୟକୁମାର ଯାଦବ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳିଙ୍କୁ ବିସିସିଆଇ କ୍ରିକେଟର ବିଭିନ୍ନ ଫର୍ମାଟରେ ସୁଯୋଗ ଦେଇସାରିଛି ଏବଂ ସେମାନେ ଭଲ ପ୍ରଦର୍ଶନ କରୁଛନ୍ତି।
ଭଲ ଫର୍ମରେ ନ ଥିଲେ ହେଁ ଏକମାସର ବ୍ରେକ୍‌ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି। ଏସିଆ କପ୍‌ ପାଇଁ ଘୋଷିତ ଦଳରେ ବିରାଟ ଏବଂ ଆହତ ସମସ୍ୟାରୁ ମୁକୁଳିଥିବା ଲୋକେଶ ରାହୁଲ ସ୍ଥାନ ପାଇଛନ୍ତି। ବାରମ୍ବାର ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ଘଟଣାକୁ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ପରି ଖେଳାଳି ନାପସନ୍ଦ କରିଥିଲେ। ୨୦୨୧ ଟି୨୦ ବିଶ୍ୱକପ୍‌ ପରେ କୋହଲି ଟି୨୦ ଫର୍ମାଟରେ ଅଧିନାୟକ ପଦ ଛାଡିଦେଇଥିଲେ। ଏହାପରେ ରୋହିତ ଶର୍ମାଙ୍କୁ ଏହି ଫର୍ମାଟ ପାଇଁ ଅଧିନାୟକ କରାଯାଇଥିଲା। ୨୦୨୨ସିଜନ୍‌ ଆରମ୍ଭ ପୂର୍ବରୁ ବିରାଟ ୩ଟି ଯାକ ଫର୍ମାଟର ଅଧିନାୟକ ପଦରୁ ଓହରି ଯାଇଥିଲେ। ଏହା ପରେ ହିଟମ୍ୟାନ୍‌ ରୋହିତଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଆହତ ସମସ୍ୟାକୁ ଦୃଷ୍ଟିରେ ରଖି ଏବଂ ରୋଟେଶନ ପଦ୍ଧତି ଅନୁସାରେ ବିସିସିଆଇ ଇତିମଧ୍ୟରେ ୭ ଜଣ ଅଧିନାୟକ ପରିବର୍ତ୍ତନ କରିସାରିଲାଣି।
ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା ପରେ ସାମାଜିକ ଗଣମାଧ୍ୟମରେ ବେଶ୍‌ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଥିଲେ ଭାରତୀୟ କ୍ରିକେଟପ୍ରେମୀ। ଯଦିଓ ଭାରତ ନିକଟ ଅତୀତରେ ଭଲ ପ୍ରଦର୍ଶନ କରୁଛି ତେବେ ଏକାଧିକ ଅଧିନାୟକ ନିଯୁକ୍ତ କରାଯିବାକୁ ଅନେକେ ଗ୍ରହଣ କରିପାରି ନ ଥିଲେ। ଗତ ଟି୨୦ ସିରିଜରେ ଇଂଲଣ୍ଡ ପରି ଶକ୍ତିଶାଳୀ ଦଳକୁ ହରାଇ ଭାରତୀୟ ଦଳ ନିଜର ଦକ୍ଷତା ଦେଖାଇଥିଲା। ଯୁବ ବ୍ୟାଟର ଦୀପକ ହୁଡା ଆକ୍ରମଣାତ୍ମକ ବ୍ୟାଟିଂ ମାଧ୍ୟମରେ ୪ର୍ଥ ଭାରତୀୟ ଖେଳାଳି ରୂପେ ଟି୨୦ରେ ଆୟର୍ଲାଣ୍ଡ ବିପକ୍ଷରେ ଶତକ ହାସଲ କରିଥିଲେ। ଇଂଲଣ୍ଡ ବିପକ୍ଷ ସିରିଜରେ ମଧ୍ୟ ଭଲ ଖେଳିଥିଲେ। ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ପରୀକ୍ଷା ନିରୀକ୍ଷାକୁ ବ୍ୟାପକ କରାଯାଇଛି। ତେବେ ରଣଜୀ ଟ୍ରଫିରେ ସବୁଠାରୁ ସଫଳ ବ୍ୟାଟର ମୁମ୍ବାଇର ସର୍ଫରାଜ ଖାଁଙ୍କୁ ସୁଯୋଗ ନ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଗତ କେତୋଟି ସିରିଜରେ ନୂଆନୂଆ ଅଧିନାୟକ ରହୁଥିବାରୁ ମୁଖ୍ୟ କୋଚ ରାହୁଲ ଦ୍ରାଭିଡଙ୍କୁ ବାରମ୍ବାର ରଣନୀତି ବଦଳାଇବାକୁ ପଡୁଛି। କୋଚପଦ ସମ୍ଭାଳିବା ପରଠାରୁ ଅଳ୍ପ ଦିନ ମଧ୍ୟରେ ସାତ ଜଣ ଅଧିନାୟକଙ୍କ ସହ କାମ କରିବା ନିଶ୍ଚିତ ରୂପେ କୋଚଙ୍କ ପାଇଁ କଠିନ ବ୍ୟାପାର। ଇଂଲଣ୍ଡ ବିପକ୍ଷ ଟି୨୦ ପାଇଁ ଅଧିନାୟକ ରୂପେ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରି ସିରିଜ ଜିତିବାରେ ସଫଳ ହୋଇଛନ୍ତି। ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବା ଭଲ କଥା। ମାତ୍ର ମାତ୍ରାଧିକ ପରୀକ୍ଷା ନୀରିକ୍ଷା ଦଳପାଇଁ ସବୁବେଳେ ଶୁଭଦାୟକ ହୋଇନାହିଁ। ଗିଲ୍‌, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟାର ଓ ଦୀପକ ହୁଡାଙ୍କ ପରି ବ୍ୟାଟର ଏବଂ ମହମ୍ମଦ ସିରାଜ, ଅଭେଶ ଖାଁ, ଉମ୍ରାନ ମଲିକ, ରବି ବିଷ୍ଣୋଇ, କାର୍ତ୍ତିକ ତ୍ୟାଗୀଙ୍କ ପରି କ୍ୱାଲିଟି ବୋଲରଙ୍କ ଉପସ୍ଥିତିରେ ଭାରତର କ୍ରିକେଟ ଭବିଷ୍ୟତ ଉଜ୍ଜ୍ୱଳ ମନେ ହେଉଛି।
ବର୍ତ୍ତମାନ ଅନ୍ୟଦେଶ ମାନଙ୍କ ପରି ଲଙ୍ଗ୍‌ ଫର୍ମାଟ ଏବଂ ଶର୍ଟ ଫର୍ମାଟ ପାଇଁ ୨ଟି ଟିମ୍‌ ଏବଂ ଅଧିନାୟକରେ ବିଶ୍ୱାସ କରୁଛି ବିସିସିଆଇ। ଆଗକୁ ରହିଛି ଏସିଆ କପ୍‌, ଆଇସିସି ଟି୨୦ ବିଶ୍ୱକପ୍‌, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ। ଅନେକ ଗୁରୁତ୍ୱପୂର୍ଣ୍ଣ ସିରିଜ ଏବଂ
ଟୁର୍ନାମେଣ୍ଟ ଥିବାରୁ ସୁଯୋଗର ସଦ୍‌ବ୍ୟବହାର କରିପାରିଲେ ଯୁବ ଖେଳାଳିମାନେ ନିଶ୍ଚିତ ପ୍ରତିଷ୍ଠିତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri