ଟାର୍ଗେଟ୍‌ ନାହିଁ, ଖୋଲା ଆକାଶ ତଳେ ପଡି ରହିଛି ଧାନ

ସୋନପୁର,୧୫।୧(ନି.ପ୍ର.) – ଚଳିତ ବର୍ଷ ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ଅମଳ ଭଲ ହୋଇଛି । ତେବେ ମିଲର୍ସଙ୍କ ମନମାନି ସାଙ୍ଗକୁ କେତେକ ପ୍ୟାକ୍ସର କ୍ରୟ ଟାର୍ଗେଟ୍‌ ବୃଦ୍ଧି ହୋଇ ନଥିବାରୁ ଧାନର ଅଭାବି ବିକ୍ରି ସମସ୍ୟା ସୃଷ୍ଟି ହୋଇଛି । ଟାର୍ଗେଟ୍‌ ସରି ଥିବାରୁ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣୁ ନାହାନ୍ତି । ମିଲର୍ସ ମଣ୍ଡିକୁ ଟ୍ରକ୍‌ ପଠାଉ ନାହାନ୍ତି। ଚାଷୀ ମଣ୍ଡିରେ ଧାନ ରଖି ଶୀତ କାକରରେ ଜଗି ରହିଛନ୍ତି । ଅଧିକାଂଶ ପ୍ୟାକ୍ସର ଗୋଦାମ ଘର ନାହିଁ। ଆଉ ଯେଉଁଠି ଗୋଦାମ ଘର ଅଛି ତାହା ପ୍ୟାକ୍ସ ଅଫିସଠାରୁ ଦୂରରେ। ସେଗୁଡିକ ଚାଷୀଙ୍କ ବ୍ୟବହାରରେ ଆସୁନି। ଏଭଳି ସ୍ଥିତିରେ ଖୋଲା ଆକାଶ ତଳେ ଚାଷୀଙ୍କ ଧାନ ପଡି ରହିଛି। ଅନ୍ୟପକ୍ଷେ ଜିଲା ଯୋଗାଣ ବିଭାଗ ଧାନକ୍ରୟ କରିବା ପାଇଁ ଅଧିକ ଟାର୍ଗେଟ୍‌ ରାଜ୍ୟ ଯୋଗାଣ ନିଗମକୁ ମାଗିଛି। କିନ୍ତୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସରକାରଙ୍କ ପକ୍ଷରୁ ଏହି ଟାର୍ଗେଟ୍‌ ମିଳିନି। ଜିଲାରେ ଗତ ନଭେମ୍ବର ୧୫ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଛି। ଖରିଫ ଧାନ ବିକ୍ରି ପାଇଁ ୪୭ ହଜାର ୯୯୦ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪୬ ହଜାର ୯୮୭ଜଣ ଚାଷୀଙ୍କ ଆଧାର ଯାଞ୍ଚ ହୋଇଛି ।
ସୁବର୍ଣ୍ଣପୁର ଜିଲାର ୪୧ , ବରଗଡ ଓ ସମ୍ବଲପୁର ଜିଲାର ୧୩ ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଛି। ଜିଲାର ୬୫ଟି ପ୍ୟାକ୍ସ ଓ ୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠିଙ୍କ ଦ୍ୱାରା ଧାନ କ୍ରୟ ହେଉଛି। ତେବେ ବାହାର ଜିଲାର ମିଲର୍ସମାନେ ମଣ୍ଡିକୁ ନ ଆସି ସ୍ଥାନୀୟ ଜଣେ ଦଲାଲଙ୍କ ଜରିଆରେ କଟ୍‌ନି ଛଟ୍‌ନି କରି ଚାଷୀଙ୍କ ଧାନ ନେଉଛନ୍ତି। ପ୍ରଶାସନ କିମ୍ବା ପ୍ୟାକ୍ସସ୍ତରୀୟ କମିଟି ଏହାକୁ ରୋକି ପାରୁନି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜିଲାର ୨୯ହଜାର ୩୬୪ ଚାଷୀଙ୍କଠାରୁ ମୋଟ ୨୨ଲକ୍ଷ ୮୩ହଜାର ୨୦୧କୁଇଣ୍ଟାଲ ଧାନକ୍ରୟ ହୋଇଛି। ତେବେ ପୂର୍ବବର୍ଷ ଭଳି ଜିଲାରେ ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନ କ୍ରୟ। ଏଫଏକ୍ୟୁ ଆଳ ଦେଖାଇ ମିଲର୍ସମାନେ କୁଇଣ୍ଟାଲ ପ୍ରତି ୩ରୁ ୪କେଜି ଧାନ କାଟି ନେଉଛନ୍ତି। ଅନ୍ୟପକ୍ଷେ ବିନିକା ବ୍ଲକର ଶଙ୍କରା, ଡୁଙ୍ଗୁରିପାଲି ବ୍ଲକର ଚେରୁପାଲି, ସୁନାପାଲି, ଦିଗଶିରା, ବୀରମହାରାଜପୁର ବ୍ଲକର ହିଲୁଙ୍ଗ, ଉଫୁଲା, ସୋନପୁର ବ୍ଲକର ଲଛିପୁର, ଉଲୁଣ୍ଡା ଓ ତରଭା ବ୍ଲକର ବିଭିନ୍ନ ମଣ୍ଡିରେ ଧାନ ପଡି ରହିଛି। ଶଙ୍କରା ପ୍ୟାକ୍ସରେ ୨୬ ହଜାର କୁଇଣ୍ଟାଲ ଧାନକ୍ରୟ ହୋଇଥିବା ବେଳେ ଆହୁରି ୩୦ ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଅଛି। ମାତ୍ର ଟାର୍ଗେଟ ନଥିବାରୁ ଧାନକ୍ରୟ ବନ୍ଦ ଅଛି । ଏଠାରେ ଗୋଦାମ ଘର ନଥିବାରୁ ଖୋଲା ଆକାଶ ତଳେ ଅଢେଇ ହଜାର ବସ୍ତା ଧାନ ପ୍ରାୟ ୮ ଦିନ ହେବ ରହିଛି। ଲଛିପୁର, ଚେରୁପାଲି, ଦିଗଶିରାରେ ସମାନ ଅବସ୍ଥା। ଧାନ ଉଠୁ ନ ଥିବାରୁ ଚାଷୀ ଅସନ୍ତୋଷ ସୃଷ୍ଟି ହୋଇଛି । ହିଲୁଙ୍ଗ ପ୍ୟାକ୍ସରେ ୧୨ ହଜାର ବସ୍ତା ଧାନ, ଉଫୁଲାରେ ୪ ହଜାର ବସ୍ତା ଧାନ ପଡି ରହିଛି। କିଛି ସ୍ଥାନରେ ଟାର୍ଗେଟ୍‌ ଥିବା ସତ୍ତ୍ୱେ ଟ୍ୟାଗିଂ ହୋଇଥିବା ମିଲର୍ସ ମଣ୍ଡିକୁ ଯାଉ ନାହାନ୍ତି। ଏ ସମ୍ପର୍କରେ ସହକାରୀ ଜିଲା ଯୋଗାଣ ଅଧିକାରୀ ସୁବୋଧ ହୋତା କୁହନ୍ତି, ମିଲର୍ସଙ୍କ ଉପରେ ଆହୁରି ୬ ଲକ୍ଷ କୁଇଣ୍ଟାଲ ଧାନର ଟାର୍ଗେଟ୍‌ ଅଛି । ପୁଣି ଦିନେ ଦୁଇ ଦିନ ଭିତରେ ଟାର୍ଗେଟ୍‌ ଆସିବ । ଚାଷୀଙ୍କ ଧାନ କିଣିବାରେ କୌଣସି ଅସୁବିଧା ନାହିଁ । ପୁଷପୁନି ପାଇଁ ଗତ ୫ ଦିନ ହେବ ବିଭିନ୍ନ ମଣ୍ଡିରୁ ଧାନ ଉଠି ପାରି ନଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସାପୁଆ ନଦୀରେ ଭାସି ବୃଦ୍ଧା ନିଖୋଜ ଘଟଣା: ମୃତଦେହ ଉଦ୍ଧାର

ଭାପୁର,୧୫।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ସାପୁଆ ନଦୀରେ ଭାସି ଯାଇ ସତୀ ଘଡେଇ (୮୩) ନାମରେ ଜଣେ ବୃଦ୍ଧା ରବିବାର ସକାଳେ ନିଖୋଜ...

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭବାନୀପାଟଣା,୬।୧: କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦୁଆରସୁନି ଉପସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ଅନିଲ କୁମାର ସେନାପତି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ...

ରଜମଉଜ ମହୋତ୍ସବ ଉଦ୍‌ଘାଟିତ:‘ସବୁଜ ସହର ଗଢ଼ିବାକୁ ସଂକଳ୍ପ ନିଅ’

ଢେଙ୍କାନାଳ ଅଫିସ, ୧୫।୬ଅଶୀ ଦଶକରେ ଢେଙ୍କାନାଳ ସହର ସବୁଜିମାରେ ପରିପୂର୍ଣ୍ଣ ହୋଇ ରହିଥିଲା। ରଜ ମହୋତ୍ସବରେ ପିଲାମାନେ ଗଛରେ ଦୋଳି ବାନ୍ଧି ଖେଳୁଥିଲେ। ସେଦିନର ସବୁଜ...

ଝାଟିମାଟି କୁରିଆରେ ବିତୁଛେ ଜୀବନ୍‌: ଆବାସ ଯୋଜନାରୁ ବଁଚିତ୍‌ ୮୦ ବଛ୍‌ରିଆ ବୁରୁଧ୍‌

ଅତାବିରା, ୭।୩ (ଡି.ଏନ୍‌.ଏ.)-କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ନିଅଁ। ସି ପରିବାରମାନକର ଲାଗି ପ୍ରଧାନମନ୍ତ୍ରୀ ଅବାସ, ଇନ୍ଦିରା ଅବାସ, ବିଜୁ ପକାଘର, ମୋ...

କଲ୍ୟାଣ ମଣ୍ଡପକୁ ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର ଅଫିସ,୨୦।୭ : ଗଞ୍ଜାମ ଜିଲା ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ସହର ଉପକଣ୍ଠ କନିସିସ୍ଥିତ ଏକ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ...

ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ଖଡିଆଳ,୧୭।୯(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ଲାଞ୍ଜି ଗ୍ରାମପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗ୍ରାମର ଝାଙ୍କର ତଥା ସରପଞ୍ଚ ହିରାଧର...

ଭବାନୀପାଟଣାରେ ଭାରତବନ୍ଦର ପ୍ରଭାବ

ଭବାନୀପାଟଣା,୨୯।୧(ଡି.ଏନ୍‌.ଏ.): ସିଏଏ, ଏନ୍‌ଆର୍‌ସି, ଇଭିଏମ୍‌ ଓ ଏନ୍‌ଆର୍‌ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍‌) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। ଜିଲାର...

ଡମ୍ପିଂୟାର୍ଡକୁ ବିରୋଧ, ଆବର୍ଜନା ବୋଝେଇ ଗାଡ଼ି ଅଟକ

ଉଦଳା,୬ା୩(ଡ଼ି.ଏନ୍‌.ଏ.)- ଉଦଳା ଏନଏସିରେ ଡମ୍ପିଂୟାର୍ଡକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ଫଳରେ ୧୨ଟି ୱାର୍ଡର ଆବର୍ଜନା କେଉଁଠି ପଡ଼ିବ ତାହାକୁ ନେଇ ବାରମ୍ବାର...

Advertisement
Archives

Model This Week