ଟାଏକୋଣ୍ଡୋରେ ସ୍ବର୍ଣ୍ଣ ଜିତିଲେ ପ୍ରିୟଙ୍କା

ଖଇରା, ୧୫।୫(ଡି.ଏନ.ଏ.)-ଖଇରା କଲେଜ ଯୁକ୍ତ ୩ କଳାର ଦ୍ୱିତୀୟବର୍ଷ ଛାତ୍ରୀ ପ୍ରିୟଙ୍କା ପାତ୍ର ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ୫୦କେଜି ବର୍ଗରେ ଚାମ୍ପିୟନ ହୋଇ ସ୍ବର୍ଣ୍ଣପଦକ ଲାଭ କରି ସମଗ୍ର ଖଇରା ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ଅବସରରେ ମଙ୍ଗଳବାର ଖଇରା କଲେଜ ପରିସରରେ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ଅଧ୍ୟାପକ ତଥା ଏନସିସି ପ୍ରଶିକ୍ଷକ ଉଦୟ ରଞ୍ଜନ ଦାସ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅର୍ଥନୀତି ବିଭାଗର ଅଧ୍ୟାପକ ଡଃ ଗୋପବନ୍ଧୁ ମହାପାତ୍ର, ମୁଖ୍ୟ କିରାଣି ବିଭୂତି ଭୂଷଣ ନାୟକ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ଲକ୍ଷ୍ନୌରେ ଜୁନ ମାସରେ ହେବାକୁ ଥିବା ଜାତୀୟ ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରିବେ ବୋଲି ଅତିଥିମାନେ ଆଶା ପ୍ରକଟ କରି ଉତ୍ସାହିତ କରିଥିଲେ ା

ରବିବାର ଭଦ୍ରକଠାରେ ଆୟୋଜିତ ଏହି ରାଜ୍ୟ ଚାମ୍ପିୟନଶିପରେ ଖଇରା କଲେଜର ଏହି ଏନସିସି କ୍ୟାଡେଟ ପ୍ରିୟଙ୍କା ଏହି ସ୍ବର୍ଣ୍ଣପଦକ ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ା ପ୍ରିୟଙ୍କାଙ୍କ ଘର ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ଶାଳପଡା ଗ୍ରାମରେ। ଏ ସମ୍ପର୍କରେ ଚାମ୍ପିୟନ ପ୍ରିୟଙ୍କାଙ୍କୁ ଯୋଗାଯୋଗ କରିବାରେ ସେ ତାଙ୍କର ଶ୍ରେୟ ପ୍ରଶିକ୍ଷିକା ଆଦ୍ୟାଶା ଦାସ, ଏନସିସି ପ୍ରଶିକ୍ଷକ ଉଦୟ ଦାସଙ୍କୁ ପ୍ରଦାନ କରିଥିଲେ। ସେ ଭବିଷ୍ୟତରେ ଦେଶର ସେବା କରିବା ପାଇଁ ପ୍ରତିରକ୍ଷା ବିଭାଗରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିବାର ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri