Posted inଖେଳ

ଟରଣ୍ଟୋ ଡବ୍ଲ୍ୟୁଟିଏ ଫାଇନାଲରେ ସେରେନା

ଟରଣ୍ଟୋ,୧୧।୮(ଏଏଫପି): ଆମେରିକାର ଅଭିଜ୍ଞ ମହିଳା ଖେଳାଳି ଏଠାରେ ଚାଲିଥିବା ଟରଣ୍ଟୋ ଡବ୍ଳ୍ୟୁଟିଏ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଅଷ୍ଟମ ସିଡ୍‌ ସେରେନା ଚେକ୍‌ ଗଣରାଜ୍ୟର ମେରି ବୋଉଜକୋଭାଙ୍କୁ ୧-୬, ୬-୩, ୬-୩ ସେଟ୍‌ରେ ପରାସ୍ତ କରି ଫାଇନାଲକୁ ଉଠିଥିଲେ। ପ୍ରଥମ ସେଟ୍‌ରେ ପରାସ୍ତ ହୋଇ ପଛରେ ପଡିଥିଲେ ମଧ୍ୟ ପରେ ଦୃଢ ପ୍ରତ୍ୟାବର୍ତ୍ତନ କରି ସେ ବାକି ଦୁଇଟି ସେଟ୍‌ ହାତେଇବା ସହ ବାଜି ମାରିଥିଲେ। ବିଜୟୀ ହେବା ପାଇଁ ସେରେନାଙ୍କୁ ସଂଘର୍ଷ କରିବାକୁ ପଡିଥିଲା। ପୂର୍ବରୁ ସେରେନା ଏହି ଟୁର୍ନାମେଣ୍ଟରେ ୩ଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ସେରେନା ଫାଇନାଲରେ କାନାଡ଼ାର ବାଇଆନକା ଆଣ୍ଡ୍ରିସ୍କୁ ରବିବାର ଫାଇନାଲରେ ଭେଟିବେ। ୨୦୧୭ ପରେ ସେରେନା ତାଙ୍କ ପ୍ରଥମ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛନ୍ତି। ପୂର୍ବରୁ ସେ ୨୦୧୭ରେ ଶେଷଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ ହାସଲ କରିଥିଲେ ଓ କ୍ୟାରିୟରର ୨୩ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ଅନ୍ୟପଟେ ଫାଇନାଲରେ ବିଜୟୀ ହେଲେ ୧୯ ବର୍ଷୀୟା ଆଣ୍ଡ୍ରିସ୍କୁ ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ କାନାଡ଼ା ଖେଳାଳି ଭାବେ ଏହି ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିବେ। ବୋଉଜକୋଭା ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ୩ଜଣ ଗ୍ରାଣ୍ଡସ୍ଲାମ ବିଜେତା ଯଥା ସ୍ଲୋଆନ ଷ୍ଟିଫେନ୍ସ, ଜେଲେନା ଓଷ୍ଟାପେଙ୍କୋ ଓ ସିମୋନ ହାଲେପଙ୍କୁ ପରାସ୍ତ କରିଥିଲେ। ଆଣ୍ଡ୍ରିସ୍କୁୁ ଦମ୍‌ଦାର ପ୍ରଦର୍ଶନ କରି ଟରଣ୍ଟୋ ଦର୍ଶକଙ୍କ ଜବରଦସ୍ତ ମନୋରଞ୍ଜନ କରି ଫାଇନାଲରେ ପ୍ରବେଶ କରିଛନ୍ତି ଓ ପ୍ରଥମଥର ପାଇଁ ତାଙ୍କୁ ଭେଟିବାକୁ ଯାଉଥିବାରୁ ମୁଁ ସତର୍କତା ଅବଲମ୍ବନ କରିବି ବୋଲି ସେରେନା କହିଛନ୍ତି। ପୂର୍ବରୁ ଅନ୍ୟ ଏକ ସେମିଫାଇନାଲରେ ଆଣ୍ଡ୍ରିସ୍କୁ ୫-୪, ୭-୬ ସେଟରେ ଆମେରିକାର ସୋଫିଆ କେନିନ୍‌ଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାଜପାରେ ସାମିଲ ହେଲେ ଏହି ପୂର୍ବତନ କ୍ରିକେଟର: ୧୭ ବର୍ଷରେ ଖେଳିଥିଲେ ପ୍ରଥମ ଟେଷ୍ଟ

ଭାରତୀୟ ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ୍‌ ଭାଜପାରେ ସାମିଲ ହୋଇଛନ୍ତି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଶିବରାମ ଭାଜପାରେ ଯୋଗ ଦେଇଛନ୍ତି। ତାମିଲନାଡୁର ଭାଜପା ଇନ୍‌ଚାର୍ଜ...

ରୁଷିଆନ୍‌ ବକ୍ସିଂ ଟୁର୍ନାମେଣ୍ଟ: କ୍ୱାର୍ଟରରେ ଗୌରବ, ଜାଙ୍ଗ୍ରା

ନୂଆଦିଲ୍ଲୀ, ୩୧।୭ (ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ଗୌରବ ସୋଲାଙ୍କି (୫୬ କିଗ୍ରା) ଓ ପିଙ୍କି ଜାଙ୍ଗ୍ରା (୫୧ କିଗ୍ରା) ରୁଷିଆର କାସ୍‌ପିୟାସ୍କଠାରେ ଚାଲିଥିବା...

ପ୍ରତ୍ୟାବର୍ତ୍ତନ ପାଇଁ ଘରୋଇ କ୍ରିକେଟରେ ରାଇନାଙ୍କ ପ୍ରଦର୍ଶନ ପର୍ଯ୍ୟାପ୍ତ ନ ଥିଲା: ଏମ୍‌ଏସ୍‌କେ ପ୍ରସାଦ

ନୂଆଦିଲ୍ଲୀ,୫।୫ (ପି.ଟି.): ଭାରତୀୟ ପୂର୍ବତନ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି ପୂର୍ପତନ ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦ। ଚୟନକର୍ତ୍ତାମାନେ ରାଇନାଙ୍କୁ...

ରୋନାଲଡୋଙ୍କ ପେପର ଷ୍ଟାଚ୍ୟୁ, ଚାରି ମହଲା କୋଠା ସହ ସମାନ

କ୍ରିଷ୍ଟିୟାନୋ ରୋନାଲଡୋ ଫୁଟବଲ୍‌ ଜଗତର ଏକ ଏମିତି ନାଁ, ଯାହାଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ନିକଟରେ ଇଟାଲୀରେ ଆୟୋଜିତ ଏକ କାର୍ନିଭାଲ ଅବସରରେ ରୋନାଲଡୋଙ୍କ...

ଭାରତୀୟ ଟିମ୍‌ରେ ଚୟନ ନ ହେବା ପରେ ନିରାଶ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ; ତେନ୍ଦୁଲକରଙ୍କ ଗୋଟିଏ ପରାମର୍ଶ ବଦଳାଇଦେଇଥିଲା ଚିନ୍ତାଧାରା

ନୂଆଦିଲ୍ଲୀ,୨୧।୧୧: ଆଇପିଏଲ୍‌ର ଗତ ତିନି ସିଜନ୍‌ରେ ୪୦୦ରୁ ଅଧିକା ରନ୍‌ କରିଛନ୍ତି ସୂର୍ଯ୍ୟକୁମାର ଯାଦବ। ରଣଜୀ ଟ୍ରଫି ସହ ଅନ୍ୟ ଘରୋଇ ଟୁର୍ନାମେଣ୍ଟରେ ସେ ଭଲ...

ସ୍ବାବ ପରୀକ୍ଷା କରାଇଲେ ଅଷ୍ଟ୍ରେଲିଆ ପେସର

ସିଡ୍‌ନୀ,୧୩।୩- ଅଷ୍ଟ୍ରେଲିଆନ ଦ୍ରୁତ ବୋଲର କେନ ରିଚାର୍ଡସନଙ୍କଠାରେ କରୋନା ଭାଇରସର ଲକ୍ଷଣ ଦେଖାଦେଇଛି। ତାଙ୍କର ସ୍ବାବ ପରୀକ୍ଷା ମଧ୍ୟ କରାଯାଇଛି। ଏବେ ରିପୋର୍ଟକୁ ଅପେକ୍ଷା। ଏହି...

ପ୍ରଥମ ଗର୍ଲଫ୍ରେଣ୍ଡଙ୍କ ନାଁ ଖୁଲାସା କଲେ ଧୋନୀ: କହିଲେ, ସ୍ତ୍ରୀଙ୍କୁ କହିବ ନାହିଁ

ଭାରତର କିମ୍ବଦନ୍ତୀ କ୍ରିକେଟର୍‌ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରଶଂସକଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି। ତାଙ୍କ ଜୀବନୀକୁ ନେଇ ଏକ ଫିଲ୍ମ...

ଦିନିକିଆରେ ୭ ହଜାର ରନ ପୂରଣରେ ମିଥାଲି ପ୍ରଥମ

ଲକ୍ଷ୍ନୌ, ୧୫ା୩ (ପି.ଟି.)- ଭାରତର ଭେଟେରାନ ବ୍ୟାଟ୍ସଓମ୍ୟାନ ମିଥାଲି ରାଜ ଆଉ ଏକ କୀର୍ତ୍ତିମାନ ଅର୍ଜନ କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୭,୦୦୦ ରନ ପୂରଣ...

Advertisement
Ten Cric Info


Archives

Model This Week