ଝି’ର ଚିକିଛା ଲାଗି ଟଁକା ଅଭାବ୍‌: ସରକାରୀ ସାହାଯ୍‌ ଆଶ୍‌ରେ ଗରିବ୍‌ ମା’ବାପ୍‌

ପର୍ଲା,୨।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ଗାଁର ତରୁଣି ବିଷି(୫)। ଦିନୁଦିନ୍‌କେ ତାକର ମୁଡ଼ର ଆକର ସଂଗେ ଉଜନ ବଢ଼ବାରେ ଲାଗିଛେ। ଏନ୍‌ତାଥି ସେ ବଡ଼ାଦୁଖ୍‌ ପାଉଛନ୍‌। ଇଆଡ଼େ ଗରିବ୍‌ ମା’ବାପ୍‌ ଟଁକା ପଏସା ଅଭାବୁ ଝି’ର ଚିକିଛା କରେଇ ନାଇଁପାରି କରି ଭଗବାନ ଭରସାରେ ରହିଛନ୍‌।
ସୂଚନା ଅନ୍‌ସାରେ ଛଞ୍ଚାଣବାହାଲି ଗଁାର ଠାକୁର ବିଷିକଁର ପରିବାର କହେଲେ ମାଏକିନା ଶକୁନ୍ତଳା ଆର ଦୁଇ ଝି’ତରୁଣି, କୌଶଲ୍ୟାକେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ଠାକୁର କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଏନ୍‌ତାଥି ବଡ଼ ଝି’ ତରୁଣି ଜନମ୍‌ ହେବାର ୨ ମାସ ଉତାରୁ ତାକଁର ମୁଡ଼ର ଆକର ବଢ଼ବାରେ ଲାଗିଥିଲା। ମା’ବାପ୍‌ ଝି’କେ ଆସର ପାସର ଡାକ୍‌ତରଖାନାକେ ନେଇ ଛିକିଛା କରାଲେ। ହେଲେ କିଛି ଲାଭ ନାଇଁ ହେଲା। ଡାକ୍‌ତର ତରୁଣିକଁର ଉଚ ଚିକିଛା ଦରକାର ଆର ସେଥିରଲାଗି କଟକ ବଡ଼ ଡାକ୍‌ତରଖାନାକେ ନେବାକେ ପରାମଶ୍‌ ଦେଇଥିଲେ। ହେଲେ ଟଁକା ପଏସା ଅଭାବୁ ଠାକୁର ଚିକିଛା ଲାଗି ଝି’କେ କଟକ ନେଇ ନାଇଁପାରଲେ। ଶେଷେ ଠାକୁର ଝି’ର ଚିକିଛା ଲାଗି ଟଁକା ଯୁଗାଡ଼ କରବାକେ ଦାଦନ ଯିବାକେ ଅଁଟା ଭିଡ଼ିଥିଲେ। ସେ ୨ ବଛର ତକ୍‌ ଚେନ୍ନାଇରେ ଦାଦନ ଖଟ୍‌ଲା ଉତାରୁ ଟଁକା ଯୁଗାଡ଼ କରି ଚିକିଛା ଲାଗି ଝି’କେ କଟକ ନେଇଥିଲେ। ସେଠାନେ ଡାକ୍‌ତର ତରୁଣିର ମୁଡ଼େ ପାଏନ୍‌ ଜମିଥିବାର କହି ଅପରେଶନ କରିଥିଲେ। ମାସ୍‌କେତେ ଠିକ୍‌ ରହିଲା ଉତାରୁ ଏହେଦେ ଫେନ୍‌ ତରୁଣିକଁର ମୁଡ଼ ବଢ଼ବାରେ ଲାଗିଛେ। ଏନ୍‌ତାଥି ଗରିବ୍‌ ମା’ବାପ୍‌ର ବୁଧିବନା ହେଇଯାଇଛେ। ଇଆଡ଼େ ପରିବାରଟା ନିହାତି ଗରିବ୍‌ ଆର ଜମିବାଡ଼ି, ଘରଡ଼ିହ ବଲି କିଛି ନଁାଇଁନ। କୁଟୁମଟା ପରହର ଘରେ ଆଶ୍‌ରେ ନେଇଛନ୍‌। ପରିବାରଟା ଖାଏଦ୍‌ ସୁରକ୍ଷା, ବସୁନ୍ଧରା ଯୋଜନା, ଅବାସ ଯୋଜନା ଆର ରାଏଜ୍‌ ସରକାରକଁର ସ୍ବାସ୍ଥ୍ୟ ବୀମା ଯୋଜନାରୁ ବି ବଁଚିତ୍‌ ହେଇଥିବାର ଜନାଯାଇଛେ। ଇ ନିହାତି ଗରିବ୍‌ ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ତରୁଣିର ଚିକିଛା ସାହାଯ୍‌ ସମେତ ପରିବାରକେ ସବୁ ପରକାର ସଯକାରୀ ସାହାଯ୍‌ ଯୁଗେଇ ଦେବାକେ ଗଁାର ମହେଶ୍ୱର ଜୁଏଡ଼, ଡିଙ୍ଗର ଜୁଏଡ଼, ଅଲେଖ ସୁନାନି, ଦିନବନ୍ଧୁ ପାଣିଗ୍ରାହୀ, ହୁକିମ ଭଏଁସାଲ ପରମୁଖ ଦାବି କରିଛନ୍‌। ଇ ବାବ୍‌ଦେ ପର୍ଲା ସ୍ବାସ୍ଥ୍ୟ କେନ୍ଦ୍ରରର ଚିକିଛା ଅଧ୍‌କାରୀ ସଞ୍ଜୀବ କୁମାର ନାଏକକୁଁ ପଚରାଲାରୁ ତରୁଣିର ଚିକିଛା ସୁବିଧା କରାଯିବା। ଦରକାର ପଡ଼ଲେ କଟକ ବଡ଼ ଡାକ୍‌ତରଖାନା ନେବାର ବେବସ୍‌ତା କରାଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କପ୍ତିପଦା ନେସ୍କୋ କାର୍ଯ୍ୟାଳୟର ଯନ୍ତ୍ରୀ

କପ୍ତିପଦା,୧୩।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ନେସ୍କୋ କାର୍ଯ୍ୟାଳୟର ଯନ୍ତ୍ରୀ ଇଂ. ଅଶ୍ୱନୀ କୁମାର ଦାସଅଧିକାରୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତେବେ ସେ ଗାଡ଼ିଭଡା ବାବଦକୁ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମହିଳା ମହାସଂଘର ସହାୟତା

ଖଜୁରିପଡା,୨୧ା୪(ଡି.ଏନ.ଏ.)- ଖଜୁରିପଡ଼ା ବ୍ଲକର ଆର.ନୂଆଗାଁ ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ୍‌)କୁ ୩୨,୩୬୦ ଟଙ୍କା ପ୍ରଦାନ କରାଯାଇଛି। ଏହି ମହାସଂଘ...

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ପାଟଣା,୧୮।୫(ସ୍ବ ପ୍ର): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ ତାଳପଦା ଗାଁ ବେହେରା ସାହି ନିକଟରେ ଥିବା ଏକ ହୁଡ଼ି ନିକଟରୁ...

ନକଲୀ ସାର କାରଖାନା ଠାବ: ୯ଗିରଫ

ବରଗଡ଼ ଅଫିସ୍‌,୩୧।୩: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଜାମମାଲ ଗ୍ରାମରେ ଶୁକ୍ରବାର ପୋଲିସ ଏକ ନକଲୀ ସାର କାରଖାନା ଠାବ କରିଛି...

ଧାମରା ବନ୍ଦରରେ ଅଘଟଣ: ସର୍ଟଶର୍କିଟରେ ୩ ଆହତ

ଚାନ୍ଦବାଲି,୧୨ା୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ବନ୍ଦର(ଆଦାନୀ)ରେ ଶନିବାର ସକାଳେ ଅଘଟଣ ଘଟିଛି। ବିଦ୍ୟୁତ୍‌ ସର୍ଟଶର୍କିଟ ଯୋଗୁଁ କମ୍ପାନୀରେ କାମ କରୁଥିବା ୩ କର୍ମଚାରୀ ଗୁରୁତର ହୋଇଛନ୍ତି।...

ଅସମ୍ଭାଳ ତାତି: ବରଗଡ଼ରେ ଅଂଶୁଘାତ ନେଲା ୨ ଜୀବନ

ବରଗଡ଼ ଅଫିସ୍‌,୧୨।୬: ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଏ ନେଇ ଜିଲାରେ ବୁଧବାର ଅଂଶୁଘାତରେ ୨ ଜଣଙ୍କ ମୃତ୍ୟୁ...

ଆଜି ପୁଣି ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ବାତିଲ

ସମ୍ବଲପୁର,୧୫ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଗତକାଲି ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ବେଳେ ଆଜି ପୁଣି ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍‌...

ଗୃହରେ ତାଲା, ବାରଣ୍ଡାରେ ପିଲା

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ପୌରାଞ୍ଚଳର ୨ନଂ. ୱାର୍ଡର ଅଠରବାଙ୍କି ତଳପଡାରେ ଅଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ୨୦୦୮ରୁ ଚାଲିଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ...

Advertisement
Archives

Model This Week