ଝି’ର ଚିକିଛା ଲାଗି ଟଁକା ଅଭାବ୍‌: ସରକାରୀ ସାହାଯ୍‌ ଆଶ୍‌ରେ ଗରିବ୍‌ ମା’ବାପ୍‌

ପର୍ଲା,୨।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ଗାଁର ତରୁଣି ବିଷି(୫)। ଦିନୁଦିନ୍‌କେ ତାକର ମୁଡ଼ର ଆକର ସଂଗେ ଉଜନ ବଢ଼ବାରେ ଲାଗିଛେ। ଏନ୍‌ତାଥି ସେ ବଡ଼ାଦୁଖ୍‌ ପାଉଛନ୍‌। ଇଆଡ଼େ ଗରିବ୍‌ ମା’ବାପ୍‌ ଟଁକା ପଏସା ଅଭାବୁ ଝି’ର ଚିକିଛା କରେଇ ନାଇଁପାରି କରି ଭଗବାନ ଭରସାରେ ରହିଛନ୍‌।
ସୂଚନା ଅନ୍‌ସାରେ ଛଞ୍ଚାଣବାହାଲି ଗଁାର ଠାକୁର ବିଷିକଁର ପରିବାର କହେଲେ ମାଏକିନା ଶକୁନ୍ତଳା ଆର ଦୁଇ ଝି’ତରୁଣି, କୌଶଲ୍ୟାକେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ଠାକୁର କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଏନ୍‌ତାଥି ବଡ଼ ଝି’ ତରୁଣି ଜନମ୍‌ ହେବାର ୨ ମାସ ଉତାରୁ ତାକଁର ମୁଡ଼ର ଆକର ବଢ଼ବାରେ ଲାଗିଥିଲା। ମା’ବାପ୍‌ ଝି’କେ ଆସର ପାସର ଡାକ୍‌ତରଖାନାକେ ନେଇ ଛିକିଛା କରାଲେ। ହେଲେ କିଛି ଲାଭ ନାଇଁ ହେଲା। ଡାକ୍‌ତର ତରୁଣିକଁର ଉଚ ଚିକିଛା ଦରକାର ଆର ସେଥିରଲାଗି କଟକ ବଡ଼ ଡାକ୍‌ତରଖାନାକେ ନେବାକେ ପରାମଶ୍‌ ଦେଇଥିଲେ। ହେଲେ ଟଁକା ପଏସା ଅଭାବୁ ଠାକୁର ଚିକିଛା ଲାଗି ଝି’କେ କଟକ ନେଇ ନାଇଁପାରଲେ। ଶେଷେ ଠାକୁର ଝି’ର ଚିକିଛା ଲାଗି ଟଁକା ଯୁଗାଡ଼ କରବାକେ ଦାଦନ ଯିବାକେ ଅଁଟା ଭିଡ଼ିଥିଲେ। ସେ ୨ ବଛର ତକ୍‌ ଚେନ୍ନାଇରେ ଦାଦନ ଖଟ୍‌ଲା ଉତାରୁ ଟଁକା ଯୁଗାଡ଼ କରି ଚିକିଛା ଲାଗି ଝି’କେ କଟକ ନେଇଥିଲେ। ସେଠାନେ ଡାକ୍‌ତର ତରୁଣିର ମୁଡ଼େ ପାଏନ୍‌ ଜମିଥିବାର କହି ଅପରେଶନ କରିଥିଲେ। ମାସ୍‌କେତେ ଠିକ୍‌ ରହିଲା ଉତାରୁ ଏହେଦେ ଫେନ୍‌ ତରୁଣିକଁର ମୁଡ଼ ବଢ଼ବାରେ ଲାଗିଛେ। ଏନ୍‌ତାଥି ଗରିବ୍‌ ମା’ବାପ୍‌ର ବୁଧିବନା ହେଇଯାଇଛେ। ଇଆଡ଼େ ପରିବାରଟା ନିହାତି ଗରିବ୍‌ ଆର ଜମିବାଡ଼ି, ଘରଡ଼ିହ ବଲି କିଛି ନଁାଇଁନ। କୁଟୁମଟା ପରହର ଘରେ ଆଶ୍‌ରେ ନେଇଛନ୍‌। ପରିବାରଟା ଖାଏଦ୍‌ ସୁରକ୍ଷା, ବସୁନ୍ଧରା ଯୋଜନା, ଅବାସ ଯୋଜନା ଆର ରାଏଜ୍‌ ସରକାରକଁର ସ୍ବାସ୍ଥ୍ୟ ବୀମା ଯୋଜନାରୁ ବି ବଁଚିତ୍‌ ହେଇଥିବାର ଜନାଯାଇଛେ। ଇ ନିହାତି ଗରିବ୍‌ ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ତରୁଣିର ଚିକିଛା ସାହାଯ୍‌ ସମେତ ପରିବାରକେ ସବୁ ପରକାର ସଯକାରୀ ସାହାଯ୍‌ ଯୁଗେଇ ଦେବାକେ ଗଁାର ମହେଶ୍ୱର ଜୁଏଡ଼, ଡିଙ୍ଗର ଜୁଏଡ଼, ଅଲେଖ ସୁନାନି, ଦିନବନ୍ଧୁ ପାଣିଗ୍ରାହୀ, ହୁକିମ ଭଏଁସାଲ ପରମୁଖ ଦାବି କରିଛନ୍‌। ଇ ବାବ୍‌ଦେ ପର୍ଲା ସ୍ବାସ୍ଥ୍ୟ କେନ୍ଦ୍ରରର ଚିକିଛା ଅଧ୍‌କାରୀ ସଞ୍ଜୀବ କୁମାର ନାଏକକୁଁ ପଚରାଲାରୁ ତରୁଣିର ଚିକିଛା ସୁବିଧା କରାଯିବା। ଦରକାର ପଡ଼ଲେ କଟକ ବଡ଼ ଡାକ୍‌ତରଖାନା ନେବାର ବେବସ୍‌ତା କରାଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାତି ୯:୩୮ ରେ ଚନ୍ଦ୍ର ନିଜର ସ୍ଥାନ ପରିବର୍ତ୍ତନ କରିବେ! ଗୋଟିଏ ରାଶିର ଫିଟିଯିବ ଭାଗ୍ୟ…

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି । ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୭ ଆହତ, ୩ ଗୁରୁତର

ଭଦ୍ରକ,୨୯।୮(ସନାତନ ରାଉତ): ଭଦ୍ରକ ଚରମ୍ପା ରେଳ ଓଭର ବ୍ରିଜ ନିକଟରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଶୁକ୍ରବାର ରାତିରେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ କିନ୍ନର ଗୋଷ୍ଠୀ ଆକ୍ରମଣରେ…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri