ଝାରସୁଗୁଡାରେ ହେବ ୧୫୦ ଶଯ୍ୟାବିଶିଷ୍ଟ ଅସ୍ଥାୟୀ କୋଭିଡ ହସ୍ପିଟାଲ

ଝାରସୁଗୁଡା ଅଫିସ,୩୧ା୩-ମଙ୍ଗଳବାର ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲା ସ୍ବାସ୍ଥ୍ୟ ବିଭାଗ ଓ କରୋନା ମୁକାବିଲା ପାଇଁ ସମୀକ୍ଷା କରାଯାଇଛି। ବୈଠକରେ ଉପସ୍ଥିତ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଲେ ଯେ, ଯେ ରାଜ୍ୟର ସବୁ ଜିଲାରେ କୋଭିଡ୍‌ ହସ୍ପିଟାଲ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଏହା କରାଯିବା ନେଇ ସ୍ବାସ୍ଥ୍ୟ ବିଭାଗ ତପତ୍ର ହୋଇଛି। ଝାରସୁଗୁଡା ଜିଲାରେ ଏକ ୧୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ ହସ୍ପିଟାଲ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଏ ପର୍ଯ୍ୟନ୍ତ ସ୍ଥାନ ନିରୁପଣ କରାଯାଇ ନାହିଁ। ଅନ୍ୟପକ୍ଷେ ସେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ସେ ଆଲୋଚନା କରି ମାସ୍କ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି। ତେବେ କରୋନା କଟକଣାକୁ ଝାରସୁଗୁଡା ଜିଲାବାସୀ ଓ ରାଜ୍ୟବାସୀ ମାନିବାକୁ ସେ ଅନୁରୋଧ କରିଛନ୍ତି। ଏହି ବୈଠକରେ ଜିଲାପାଳ ସରୋଜ କୁମାର ସାମଲ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଜଗଦୀଶ ଚନ୍ଦ୍ର ବାରିକ ଏବଂ କେୟାର ଓ ବିକାଶ ହସ୍ପିଟାଳର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ବାଲାଜୀ ଇଞ୍ଜିକନ ଲିଃରେ ଆୟକର ବିଭାଗର ଚଢ଼ାଉ

ଝାରସୁଗୁଡ଼ା ଅଫିସ,୨୬ା୧୧: ବେଲପାହାଡ଼ସ୍ଥିତ ଶ୍ରୀ ବାଲାଜୀ ଇଞ୍ଜିକନ ଲିଃ ନାମକ ଠିକାସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ...

ଓପିଜିସି ପ୍ରକଳ୍ପରେ ଅଘଟଣ: ଗରମ ପାଉଁଶ ପଡ଼ି ୬ ଶ୍ରମିକ ଆହତ

ଲଖନପୁର,୬ା୯: ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଶନିବାର ରାତିରେ ଦୁର୍ଘଟଣା ଘଟି ୬ ଠିକାଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ...

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୪୮୩ ପଜିଟିଭ

ଭୁବନେଶ୍ୱର, ୬।୯ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ରବିବାର ୪୮୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଏମ୍‌ସି ପକ୍ଷରୁ ଦିଆଯାଇଥିବା...

୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ କରି ବନ୍ଧା ହେଲେ ପଡ଼ୋଶୀ

ଝାରସୁଗୁଡ଼ା ଅଫିସ,୨୯ା୧: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର...

ପ୍ରୋତ୍ସାହନ ଅଭାବ, ଆଳୁ ଚାଷୀ ଅବହେଳିତ: ସମୟ ଗଲାପରେ ଅନୁଦାନ ମଞ୍ଜୁର, ୧୩.୩୩ ହେକ୍ଟର ଆଳୁ ଚାଷ ପାଇଁ ୧.୩୩ ଲକ୍ଷ

ଯାଜପୁର ଅଫିସ,୨ା୬- ସାରା ରାଜ୍ୟରେ ପନିପରିବା ଚାଷ ପାଇଁ ଯାଜପୁର ଜିଲା ପ୍ରସିଦ୍ଧି ଲାଭ କରିଛି। ଜିଲାର ରସୁଲପୁର, ସୁକିନ୍ଦା, ଦାନଗଦୀ, ବିଞ୍ଝାରପୁର, ବରୀ ଆଦି...

ମୋଡ଼ ବଦଳାଇଲେ ରୋଷେୟାଙ୍କ ବାପା

ଝାରସୁଗୁଡ଼ା ଅଫିସ,୨୨ା୪:ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା। ତାଙ୍କୁ ହତ୍ୟା କରାଯାଇଥିବା ଭାଜପା ଅଭିଯୋଗ...

ବିଜୟ ପାଇଁ କର୍ମୀଙ୍କ ସହ ରଣନୀତି ପ୍ରସ୍ତୁତି କଲେ ମନ୍ତ୍ରୀ

ଝାରସୁଗୁଡା ଅଫିସ,୧୭।୫: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ନେତୃତ୍ୱରେ ଝାରସୁଗୁଡା ବ୍ଲକ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ୫ ପଞ୍ଚାୟତକୁ ନେଇ ଏକ କର୍ମୀ ସମ୍ମିଳନୀ...

ବେଦାନ୍ତ ପାଉଁଶ ଡମ୍ପିଂ ବିରୋଧରେ ମହିଳା ଏକାଠି

ଝାରସୁଗୁଡ଼ା ଅଫିସ,୧୬ା୬: ଝାରସୁଗୁଡ଼ା ଭୁର୍କାମୁଣ୍ଡାଠାରେ ଥିବା ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ଜିଲାବାସୀଙ୍କୁ ଅତିଷ୍ଠ କରିଛି। ପରିସ୍ଥିତି ଏପରି ହୋଇଛି ଯେ ଏହା ବିରୋଧରେ ଝାରସୁଗୁଡ଼ା...

Advertisement
Archives

Model This Week