ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ୩୬ ନମ୍ବର ବୁଥ୍‌ରେ ପଥରମାଡ ସହ ଗୁଳିଚାଳନା

ଗୁମଲା,୭।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ସମୟରେ ଗୁମଲା ଜିଲାର ସିସାଇ ବିଧାନସଭା ଅଞ୍ଚଳରେ ବୁଥ୍‌ ନମ୍ବର ୩୬ରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଇଣ୍ଡୋ-ତିବତାନ ବର୍ଡର ପୋଲିସ(ଆଇଟିବିପି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସିସାଇ ବିଡିଓଙ୍କ ଗାଡ଼ି ଉପରକୁ ମଧ୍ୟ ଗୁଳିମାଡ କରାଯାଇଛି। ଖବର ପାଇ ସିଆର୍‌ପିଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେଠାରେ ଭୋଟରଙ୍କୁ ଭୋଟ ଦେବାକୁ ବାରଣ କରିବା ସହ ପ୍ରଥମେ ପଥରମାଡ କରାଯାଇଥିଲା। ଏହାକୁ ଦେଖି ପୋଲିସ ଫାଇରିଂ କରିଥିଲା। ଏସବୁ ଘଟଣାକୁ ଦେଖି ସେଠାରେ ଉପସ୍ଥିତ ଥିବା ପ୍ରିଜାଇଡିଂ ଅଫିସର ନିଜ ସ୍ଥାନ ଛାଡି ଏକ କୋଠରୀରେ ପଶି ଯାଇଥିବା କୁହାଯାଉଛି। କେତେଜଣ ଭୋଟରଙ୍କ ଦ୍ୱାରା ପ୍ରଥମେ ପଥର ମାଡ କରାଯିବାରୁ ପୋଲିସ ଘଟଣାକୁ ଆୟତ୍ତ କରିବାକୁ ଯାଇ ଗୁଳି ଚଳାଇଥିବା ଜଣାପଡିଛି। ଏବେ ସେଠାରେ ଭୋଟ ଗ୍ରହଣ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆ ଅନ୍ତରୀଣ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୧ା୮(ପି.ଟି.): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଶନିବାର ପୁଣିଥରେ ଦଳର ନେତୃତ୍ୱ ନେବାକୁ ଦାୟିତ୍ୱ ଦିଆଯାଇଛି। ସାରା ଦିନର କସରତ ପରେ ବିଳମ୍ବିତ ରାତିରେ...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଏସ୍‌ଆଇଟି ଗଠନ ପାଇଁ ସୁପ୍ରିମ୍‌କୋର୍ଟରେ ଆବେଦନ; ଜୟା ବଚ୍ଚନ ଏବଂ ସ୍ବାତୀ ମାଲିଓ୍ବାଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୭।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ସପକ୍ଷରେ ମତାମତ ଦେଇଥିବା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନ ଏବଂ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତୀ ମାଲିଓ୍ବାଲଙ୍କ ପାଇଁ...

ଅସ୍ଥାୟୀ ଜେଲ୍‌ରେ ପରିବର୍ତ୍ତନ ହେବ ନାହିଁ ଷ୍ଟାଡିୟମ୍‌: ପୋଲିସର ଦାବିକୁ ପ୍ରତ୍ୟାଖ୍ୟାନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୧୧: ଦିଲ୍ଲୀ ପୋଲିସକୁ କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ଏକ ଝଟ୍‌କା ମିଳିଛ। ୯ଟି ଷ୍ଟାଡିୟମ୍‌କୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିବା ପାଇଁ ପୋଲିସ କରିଥିବା ଦାବିକୁ...

ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୯୬ ହଜାରରୁ ଅଧିକ ଚିହ୍ନଟ, ୧୧୯୭ ମୃତ୍ୟୁ

ନୂଆଦିଲ୍ଲୀ,୧୮।୯: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଗତ କିଛି ଦିନ ହେବ କରୋନା ସଂକ୍ରମଣ ୯୦ ହଜାରରୁ ଅଧିକ ରହିଛି। ଶୁକ୍ରବାର ପୁଣିଥରେ ଦେଶରେ...

କରୋନାରେ କଂଗ୍ରେସ ବିଧାୟକଙ୍କ ପରଲୋକ

ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟର ନାନ୍ଦେଦ୍‌ ଜିଲାର ଡେଗଲୋରର ବିଧାୟକ ରାଓସାହେବ ଅଣ୍ଟାପୁରକାରଙ୍କ ପରଲୋକ ଘଟିଛି।...

ଦିଲ୍ଲୀ ଦଙ୍ଗାରେ ନଷ୍ଟ ହୋଇଥିବା ସ୍କୁଲକୁ ମିଳିବ ସରକାରୀ ସହାୟତା

ନୂଆଦିଲ୍ଲୀ,୬।୩: ଗତ ସପ୍ତାହରେ ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ବହୁ ଧନ ଜୀବନ ନଷ୍ଟ ହୋଇଛି। ଏବେ ସେଠାରେ ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଥିବା ବେଳେ ଭାଙ୍ଗିରୁଜି...

ଲଦାଖ ଘଟଣା ସରକାରଙ୍କ ବିଫଳତା ନୁହେଁ: ପାଓ୍ବାର

ସତାରା,୨୮ା୬: ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ କଂଗ୍ରେସ ଓ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଥିବା ବେଳେ ଏନ୍‌ସିପି ମୁଖ୍ୟ...

ଭୂସ୍ଖଳନରେ ୭୧ ମୃତ

ମୁମ୍ବାଇ, ୨୪।୭: ଦୁଇଦିନ ଧରି ଲଗାଣ ବର୍ଷା ଫଳରେ ମହାରାଷ୍ଟ୍ରର ରାଇଗଡ଼, ରତ୍ନଗିରି ଏବଂ ସତାରା ଜିଲାରେ ଭୂସ୍ଖଳନ ଘଟି ୭୧ ଜଣଙ୍କ ମୃତ୍ୟୁ ହୋଇଛି।...

Advertisement


Archives

Model This Week