ବ୍ରହ୍ମପୁର ଅଫିସ,୧୪।୩: ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତରେ ଶୁକ୍ରବାର ରାତିରେ ଜ୍ୱାଇଁଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଶନିବାର ସଦର ଥାନା ପୋଲିସ ଜଗଦଳପୁର ଗ୍ରାମର ୪ ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ ଶଳା ସନ୍ତୋଷ ସେଠୀ, ଶାଶୁ, ସ୍ତ୍ରୀ ଏବଂ ଉକ୍ତ ପଞ୍ଚାୟତର ଜଣେ ସମିତି ସଭ୍ୟ। ଏନେଇ ଶନିବାର ସକାଳ ସୁଦ୍ଧା ଥାନାରେ ଅଭିଯୋଗ ହୋଇ ନ ଥିବା ବେଳେ ପୋଲିସ ଅଟକମାନଙ୍କୁ ଘଟଣା ସମ୍ପର୍କରେ ଜେରା ଚଳାଇଥିବା ଜଣାପଡିଛି ।
ପ୍ରକାଶ ଯେ, ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀର ବୀଣା ସେଠୀ (୩୭) ଜଗଦଳପୁର ଗ୍ରାମର ସନ୍ତୋଷଙ୍କ ଭଉଣୀଙ୍କୁ କିଛିବର୍ଷ ପୂର୍ବେ ବିବାହ କରିଥିଲେ। ଘରୋଇ ଅଶାନ୍ତିକୁ କେନ୍ଦ୍ରକରି ବୀଣାଙ୍କ ସ୍ତ୍ରୀ କିଛିଦିନ ତଳେ ଭାଇ ଘର ଜଗଦଳପୁରକୁ ଚାଲିଯାଇଥିଲେ। ଶୁକ୍ରବାର ରାତିରେ ବୀଣା ସ୍ତ୍ରୀଙ୍କୁ ଡାକିବା ପାଇଁ ଜଗଦଳପୁର ଯାଇଥିଲେ। ସେଠାରେ ବୀଣା ଓ ସନ୍ତୋଷଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାତ୍ରି ପ୍ରାୟ ସାଢ଼େ ୧୧ ଟାରେ ସନ୍ତୋଷ ଜ୍ୱାଇଁ ବୀଣାଙ୍କୁ ଆକ୍ରମଣ କରିବା ବେଳେ ତାଙ୍କ ମା’, ଭଉଣୀ ଏବଂ ଉକ୍ତ ପଞ୍ଜାୟତର ଜଣେ ସମିତି ସଭ୍ୟ ସହଯୋଗ କରିଥିବା ପୋଲିସ ଜାଣିବାକୁ ପାଇଛି। ଆକ୍ରମଣର ଶିକାର ହୋଇ ଗାଁ ଦାଣ୍ଡରେ ଅଚେତ ହୋଇପଡ଼ିଥିବା ବୀଣାଙ୍କୁ ପୋଲିସ ଉଦ୍ଧାରକରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
Posted inଆମ ଜିଲା ଖବର, ଗଞ୍ଜାମ View All

ମୁକାବିଲା ପାଇଁ ପ୍ରସ୍ତୁତ ରୁହ
ଢେଙ୍କାନାଳ ଅଫିସ, ୭।୫ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍ୱାନ ଭିଡିଓ କନଫରେନ୍ସିଂ ହଲ୍ରେ ମଙ୍ଗଳବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ଅନୁଷ୍ଠିତ...

କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା
ଅନୁଗୋଳ ଅଫିସ, ୨।୧୧ ତୈଳ, ରନ୍ଧନ ଗ୍ୟାସ୍ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ମୂଲ୍ୟ ବୃଦ୍ଧିର ଜୋରଦାର ପ୍ରତିବାଦ କରିଛି ଅନୁଗୋଳ ବିଜୁ ମହିଳା...

ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରମୁଖ ଦଳର ୩ ପ୍ରାର୍ଥୀ
ଝାରସୁଗୁଡ଼ା ଅଫିସ,୧୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ବୁଧବାର ନାମାଙ୍କନ ଦାଖଲର ଶେଷ ଦିନରେ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ନିଜ...

ଘରେ ପଶି ଏସିଡ୍ ମାଡ଼ ମାମଲା: ୨ଜଣଙ୍କୁ ପଚରାଉଚରା, ଜଣେ ଅଟକ
ବାଲେଶ୍ୱର ଅଫିସ, ୨୨ା୨: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଭୀମପୁରା ଗ୍ରାମ ଏସିଡ୍ ମାଡ଼ ଘଟଣାରେ ପୋଲିସ ମଙ୍ଗଳବାର ୨ଜଣ ଧରି ପଚରାଉଚରା କରୁଥିବା...

ଶିକ୍ଷକ, ଶ୍ରେଣୀଗୃହ ଅଭାବ, ପାଠପଢ଼ାରେ ବ୍ୟାଘାତ
ଡେରାବିଶ, ୧୦ା୯ (ସ୍ବ.ପ୍ର.): ଡେରାବିଶ ବ୍ଲକ ଛୋଟି ପଞ୍ଚାୟତ ରାମଚଣ୍ଡୀ ନୋଡାଲ ଶିକ୍ଷା ନିକେତନ ୫-ଟି ଯୋଜନାରେ ରୁପାନ୍ତରୀକରଣ କରାଯାଇଥିଲା। ଏହି କାମରେ ପ୍ରାୟ ୩୮...

ସେପ୍ଟେମ୍ବର ପହିଲାରୁ କଳାହାଣ୍ଡିରେ ଏମ୍ଭି ଆକ୍ଟ କଡ଼ାକଡ଼ି ଲାଗୁ
ଭବାନୀପାଟଣା,୩୧।୮(ଡି.ଏନ୍.ଏ.): ବର୍ତ୍ତମାନ ଯାନବାହନ ସଂଖ୍ୟା ବଢି ଚାଲିଥିବାରୁ ପ୍ରତିଦିନ ରାସ୍ତାରେ ଦୁର୍ଘଟଣା ଘଟୁଛି। ଏଥିରେ ବହୁ ଧନଜୀବନ ନଷ୍ଟ ହେଉଛି। ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ...

କଟକରେ ଶଟ୍ଡାଉନ୍ରେ ଗଡ଼ିବ ମୋ ବସ୍
କଟକ ଅଫିସ,୫।୭- କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସହରରେ ଶଟ୍ଡାଉନ୍ ଘୋଷଣା କରାଯାଇଛି। ବୁଧବାର ମଧ୍ୟରାତ୍ରିି ଯାଏ ଶଟ୍ଡାଉନ୍ ଚାଲିବ।...

ଓଏଲ୍ଏକ୍ସରେ ଗାଡ଼ି କିଣି ଫସିଥାନ୍ତେ ଯୁବକ, ଏମିତି ପାରିଲେ ଜାଣି…
ସୋରଡ଼ା,୨୮ା୫(ଡି.ଏନ୍.ଏ.): ଅନ୍ଲାଇନ ଠକେଇ ଏବେ ବଢ଼ିଚାଲିଛି। ଗଞ୍ଜାମ ଜିଲା ସୋରଡ଼ାର ଜଣେ ଯୁବକ ଓଏଲ୍ଏକ୍ସରେ ଗୋଟିଏ ହିରୋ ଗାଡ଼ି ୨୮୦୦୦ ଟଙ୍କାରେ ବିକ୍ରି ବିଜ୍ଞାପନ ଦେଖି...