ଜୋର୍‌ ଧରୁଛି ‘ଜଷ୍ଟିସ୍‌ ଫର୍‌ ଏପ୍ରିଲ୍‌’ କ୍ୟାମ୍ପେନ୍‌

ଭୁବନେଶ୍ୱର,୭ା୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ବିଭିନ୍ନ ସ୍ଥାନରେ ହତ୍ୟା ଓ ଆକ୍ରମଣ ଶିକାର ହେଉଛନ୍ତି ବୁଲା ଜୀବଜନ୍ତୁ। ଗତ ଏପ୍ରିଲ୍‌ ମାସରେ ଭୁବନେଶ୍ୱରରେ ଏପ୍ରିଲ ନାମକ ଏକ କୁକୁର ଓ ତା’ ପେଟରେ ଥିବା ଛୁଆକୁ ପିଟି ପିଟି ହତ୍ୟା କରାଯାଇଥିଲା। ଏପରି ନିଷ୍ଠୁରତା ବିରୋଧରେ ଏବେ ଆରମ୍ଭ ହୋଇଛି ବିଦ୍ରୋହ। ଏକାଠି ହୋଇଛନ୍ତି ପଶୁପ୍ରେମୀ। ଏପ୍ରିଲକୁ ନ୍ୟାୟ ଦେବାକୁ ସାଧାରଣ ଜନତା, ସେଲିବ୍ରିଟି ଏବଂ ଆନିମଲ୍‌ ଆକ୍ଟିଭିଷ୍ଟମାନେ ଏକାଠି ହୋଇଛନ୍ତି। ଅଭିନେତ୍ରୀ ପୁଷ୍ପା ପଣ୍ଡା, ଅନୁଭା ସୌର୍ଯ୍ୟା, ଏଲିନା ସାମନ୍ତରାୟ ପ୍ରମୁଖ ସୋସିଆଲ ମିଡ଼ିଆରେ ‘ଜଷ୍ଟିସ୍‌ ଫର୍‌ ଏପ୍ରିଲ’ କ୍ୟାମ୍ପେନ୍‌ରେ ସାମିଲ ହୋଇ ଏପ୍ରିଲକୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛନ୍ତି। ଏପରି କି ସୁଦୂର ବ୍ରିଟେନ୍‌ ଓ ଆମେରିକାରୁ ଆନିମଲ୍‌ ଆକ୍ଟିଭିଷ୍ଟମାନେ ଏଥିରେ ସାମିଲ ହୋଇଛନ୍ତି। ଏହାସହ ବୁଲା ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସରକାର ସଚେତନ ହେବାକୁ ସ୍ବର ଉଠାଇଛନ୍ତି। ପ୍ରିଭେନ୍‌ଶନ୍‌ ଅଫ୍‌ କ୍ରୁଏଲିଟି ଟୁ ଆନିମଲ୍‌ସ ଆକ୍ଟ ଆଧାରରେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଗତ ମାସ ୨୧ ତାରିଖରେ ଭୁବନେଶ୍ୱରର ସାମନ୍ତରାପୁର ଅଞ୍ଚଳରେ ଦୁଇଜଣ ମହିଳା ଓ ତାଙ୍କ ପଡ଼ୋଶୀ ଏପ୍ରିଲ ନାମକ ଏକ ଗର୍ଭିଣୀ କୁକୁରକୁ ପିଟି ଗୁରୁତର ଅବସ୍ଥାରେ ଅଳିଆ ଗଦାକୁ ଫିଙ୍ଗି ଦେଇଥିଲେ। ଖବର ପାଇ ଏକାମ୍ର ଆନିମଲ୍‌ ଓ୍ବେଲ୍‌ଫେୟାର ଟ୍ରଷ୍ଟର ସଦସ୍ୟମାନେ ଉକ୍ତ କୁକୁରକୁ ଉଦ୍ଧାର କରିଥିଲେ ମଧ୍ୟ ବଞ୍ଚାଇ ପାରି ନ ଥିଲେ। ଅସ୍ତ୍ରୋପଚାର ପରେ ଉକ୍ତ କୁକୁର ପେଟରୁ ଦୁଇଟି ଛୁଆଙ୍କୁ ଜୀବିତ ଅବସ୍ଥାରେ ବାହାର କରାଯାଇଥିଲା। ବଞ୍ଚତ୍ବା ପାଇଁ ସଂଘର୍ଷ କରି ଶେଷରେ ୨୮ ତାରିଖରେ ମା’ କୁକୁର ଆଖି ବୁଜିଥିଲା। ଏହାସହ ଦୁଇ କୁକୁର ଛୁଆଙ୍କ ମଧ୍ୟରୁ ଗୋଟିଏର ମୃତ୍ୟୁ ଘଟିଥିବାବେଳେ ଅନ୍ୟଟିର ଅବସ୍ଥା ମଧ୍ୟ ଗୁରୁତର ରହିଛି। ଏହି ଘଟଣାକୁ ନେଇ ଆକ୍ରମଣ କରିଥିବା ମହିଳାଙ୍କ ନାମରେ ଆନିମଲ୍‌ ଓ୍ବେଲ୍‌ଫେୟାର ଟ୍ରଷ୍ଟ୍‌ ପକ୍ଷରୁ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଟ୍ରଷ୍ଟ ଉଦ୍‌ବେଗ ପ୍ରକାଶ କରିଛି। ଏ ନେଇ ଲିଙ୍ଗରାଜ ଥାନା ଆଇଆଇସି ଶରତ ଚନ୍ଦ୍ର ପାତ୍ର କୁହନ୍ତି, ଏଭଳି ଛୋଟ ଘଟଣାରେ ଆମେ କେବଳ ନୋଟିସ ଜାରି କରିପାରିବୁ। କିନ୍ତୁ ଯାହା ନାମରେ ଅଭିଯୋଗ ହୋଇଛି ସେପରି କୌଣସି ମହିଳାଙ୍କୁ ଆମେ ଖୋଜି ପାଉନୁ। ତଥାପି ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ଆଉଏକ କୁକୁରକୁ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri