Posted inଖେଳ

ଜୋକୋଭିଚ୍‌ଙ୍କୁ ପଞ୍ଚମ ପ୍ୟାରିସ ମାଷ୍ଟର୍ସ ଟାଇଟଲ

ପ୍ୟାରିସ୍‌,୪।୧୧(ଏଏଫ୍‌ପି)- ସର୍ବିୟାର ଅଭିଜ୍ଞ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ରେକର୍ଡ ପଞ୍ଚମଥର ପାଇଁ ପ୍ୟାରିସ ମାଷ୍ଟର୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ୩୨ ବର୍ଷୀୟ ଜୋକୋଭିଚ୍‌ ୬-୩, ୬-୪ ସେଟରେ କାନାଡ଼ାର ଡେନିସ ଶାପୋଭାଲୋଭଙ୍କୁ ହରାଇ କ୍ୟାରିୟରର ୭୭ତମ ଏଟିପି ଟାଇଟଲ ଜିତିଛନ୍ତି। ଏଥିସହିତ ସେ ୩୪ତମ ମାଷ୍ଟର୍ସ ଟାଇଟଲ ଜିତିବା ସହ ଚଳିତ ବର୍ଷ ପଞ୍ଚମ ଏଟିପି ବିଜୟ ହାସଲ କରିଛନ୍ତି। ବିଶ୍ୱର ୨୮ ନମ୍ବର ଖେଳାଳି ୨୦ ବର୍ଷୀୟ ଶାପୋଭାଲୋଭଙ୍କ ବିପକ୍ଷରେ ଜୋକୋଭିଚ୍‌ଙ୍କର ଏହା ଚତୁର୍ଥ ବିଜୟ। ଗତବର୍ଷ ଜୋକୋଭିଚ୍‌ ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ରୁଷିଆର କାରେନ ଖାଚାନୋଭଙ୍କଠାରୁ ପରାସ୍ତ ହୋଇ ରନର୍ସଅପ ହୋଇଥିଲେ। ଜୋକୋଭିଚ୍‌ ଏପର୍ଯ୍ୟନ୍ତ ୧୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଲି ଅବସରରେ ଶୁଭେଚ୍ଛା ଜଣାଇଲେ କୋହଲି, ସଚିନ

ନୂଆଦିଲ୍ଲୀ,୧୦।୩- ଭାରତୀୟ କ୍ରିକେଟ ଜଗତ ମଙ୍ଗଳବାର ହୋଲି ଅବସରରେ ଫ୍ୟାନମାନଙ୍କୁ ଶୁଭେଚ୍ଛା ଜଣାଇଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଟୁଇଟ୍‌ କରିଛନ୍ତି। ସୁରକ୍ଷିତ ଭାବେ ହୋଲି...

କୋଚ୍‌ ଚୟନ ପ୍ରକ୍ରିୟାରେ କୋହଲିଙ୍କର ମତ ଦେବା ଅଧିକାର ରହିଛି: ସୌରଭ

କୋଲକାତା, ୧।୮(ପି.ଟି.)- ଅଧିନାୟକ ଭାବେ ବିରାଟ କୋହଲିଙ୍କର କୋଚ୍‌ ଚୟନ ପ୍ରକ୍ରୟାରେ ମତ ଦେବାର ଅଧିକାର ରହିଛି ବୋଲି ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ସୌରଭ...

ଲକ୍‌ଡାଉନ୍‌ରେ ଇଞ୍ଜୁରିମୁକ୍ତ ହେବାକୁ ଚାହାନ୍ତି ପୋଗ୍‌ବା

ଲଣ୍ଡନ, ୪ା୫ (ଏଏଫ୍‌ପି): କୋଭିଡ୍‌-୧୯ ପାଇଁ ଲକ୍‌ଡାଉନର ସଦୁପଯୋଗ କରିବେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ମିଡ୍‌ଫିଲ୍ଡର ପଲ୍‌ ପୋଗ୍‌ବା। ଇଞ୍ଜୁରିଜନିତ ସମସ୍ୟାରୁ ମୁକ୍ତ ହୋଇ ନିଜକୁ ସମ୍ପୂର୍ଣ୍ଣ...

ଗୋଆ ପାଇଁ ଖେଳିବେ ଅର୍ଜୁନ

ନୂଆଦିଲ୍ଲୀ,୧୧ା୮: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏଣିକି ଗୋଆ ପାଇଁ ଖେଳିବେ। ଏନେଇ ୨୨ ବର୍ଷୀୟ ଅର୍ଜୁନ୍‌ ମୁମ୍ବାଇ କ୍ରିକେଟ ଆସୋସିଏନ...

ଇସ୍ରୋକୁ ଅଭିନନ୍ଦନ ଜଣାଇଲା ଭାରତୀୟ କ୍ରିକେଟ ଦଳ

ନୂଆଦିଲ୍ଲୀ,୨୩।୭: ଭାରତୀୟ ସ୍ପେସ ଇତିହାସରେ ଯୋଡି ହୋଇଛି ସ୍ବର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ତା’ର ଚନ୍ଦ୍ରଯାତ୍ରା...

କଳିଙ୍ଗରେ ୬ ଗ୍ରୁପ୍‌, ୨ ନକ୍‌ଆଉଟ ମ୍ୟାଚ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)- ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ୭ମ ସଂସ୍କରଣ ଭାରତର ୫ଟି ସହରରେ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ...

୧୨ ଓଭର ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କଲା ଭାରତ

ପାଲିକେଲ୍‌,୨ା୭: ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଭାରତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ୪ ଉଇକେଟରେ ବିଜୟ ହାସଲ କରିଛି।...

ଆଇପିଏଲ୍‌ ଖେଳିଲେ ଯାଆଁଳା ଭାଇ

ମୁମ୍ବାଇ, ୧୬।୪ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୁଇ ଭାଇ ଖେଳିବାର ନଜିର ରହିଛି। ହେଲେ ୧୬ ତମ ସଂସ୍କରଣରେ ପ୍ରଥମ ଥର ପାଇଁ ଖେଳିଛନ୍ତି...

Advertisement
Archives

Model This Week