Posted inଖେଳ

ଜୈବିକ କୃଷିକୁ ଆପଣେଇଛନ୍ତି ପୂର୍ବତନ ଫୁଟବଲ ଅଧିନାୟକ

ନୂଆଦିଲ୍ଲୀ, ୧୬।୬-
କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ଯୋଗୁ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ଗୌରମାଙ୍ଗି ସିଂ ସମ୍ପ୍ରତି ପରିବାର ସହିତ ଇମ୍ଫାଲରେ ରହୁଛନ୍ତି। ଘରେ ବସିରହିବା ଅପେକ୍ଷା ଜୈବିକ କୃଷିକୁ ଆପଣେଇ ନିଜ ଜମିରେ ବିଭିନ୍ନ ପନିପରିବା ଚାଷକରି ସମୟ ଅତିବାହିତ କରୁଛନ୍ତି। ”ଆମର ଏକ ଛୋଟ ଜମି ଅଛି, ଏହା ଏକ ଏକରରୁ କମ୍‌ ହେବ। ଆମ ଘରଠାରୁ ଏହା ଅଳ୍ପଦୂରରେ ରହିଛି। ଗତ ୨ ବର୍ଷ ଧରି ସେଠାରେ ଆମେ ପନିପରିବା ଚାଷ କରିଆସୁଛୁ। ଲକ୍‌ଡାଉନ୍‌ ସମୟରେ ମୁଁ ଅନ୍ୟ ଭାଇମାନଙ୍କ ସହ ମିଶି ଲଙ୍କା, ହଳଦୀ, ଅଦା, ମକା, କଲରା, କଖାରୁ ଆଦି ବିଭିନ୍ନ ପ୍ରକାର ପନିପରିବା ଚାଷ କରିବାକୁ ଚେଷ୍ଟା କରିଛୁ“ ବୋଲି ଗୌରମାଙ୍ଗି ପ୍ରକାଶ କରିଛନ୍ତି।
ଏଥିରୁ ତାଙ୍କୁ ବହୁତ ଆନନ୍ଦ ମିଳିଛି ଏବଂ ନୂଆ ଅନୁଭୂତି ହେବା ସହ ଉପାଦେୟ ମଧ୍ୟ ହୋଇଛି ବୋଲି ଏହି ପୂର୍ବତନ ଡିଫେଣ୍ଡର ପ୍ରକାଶ କରିଛନ୍ତି। ଗୌରମାଙ୍ଗି ସମ୍ପ୍ରତି ଦ୍ୱିତୀୟ ଡିଭିଜନ ଲିଗ୍‌ ଦଳ ଏଫସି ବେଙ୍ଗାଲୁରୁ ୟୁନାଇଟେଡର ମୁଖ୍ୟ କୋଚ୍‌ ଅଛନ୍ତି। ପରିବା ବଗିଚାରେ କାର୍ଯ୍ୟ କରି ଖୁବ୍‌ ମଜା ଅନୁଭବ କରିଛି। ସେଠାରେ ମୁଁ ପ୍ରତିଦିନ କିଛି ସମୟ ଅତିବାହିତ କରୁଛି। ଗଛ ଲଗାଇବା ସହ ପାଣିଦିଏ ଏବଂ ପରିବା ତୋଳେ। ଆମର ପରିଶ୍ରମ ସଫଳ ହୋଇଥିବାରୁ ବହୁତ ସନ୍ତୋଷ ଲାଗିଛି ବୋଲି ସେ କହିଛନ୍ତି। ଉଭୟ ମାନସିକ ଓ ଶାରୀରିକଭାବେ ନିଜକୁ ସତେଜ ରଖିବା ପାଇଁ ଏହା ଏକ ଭଲ ମାଧ୍ୟମ। ଏହାଦ୍ୱାରା ଆମେ ଭଲ ପରିବା ଖାଇବା ସହ ପରିବାର ସହିତ ବହୁ ସମୟ ବିତାଇ ପାରୁଛୁ। ଭବିଷ୍ୟତରେ ମୁଁ ଯେପରି ଆହୁରି ଅଧିକ ପନିପରିବା ଚାଷ କରିପାରିବି ତା ଉପରେ ଗୁରୁତ୍ୱ ଦେଉଛି। ମୋର କେତେକ ବନ୍ଧୁ ଏହା କରୁଛନ୍ତି। ମୁଁ ସେମାନଙ୍କ ସହ କଥା ହୋଇଛି। ସମୟ ଆସିଲେ ମୁଁ ଏହା ଉପରେ ବିଶେଷ ଧ୍ୟାନ ଦେବି ବୋଲି ଗୌରମାଙ୍ଗି କହିଛନ୍ତି।
ସାମ୍ପ୍ରତିକ ସମୟରେ ଭାରତୀୟ ଫୁଟବଲରେ ଗୌରମାଙ୍ଗି ଜଣେ ସଫଳ ଖେଳାଳି। ସେ ଜାତୀୟ ଫୁଟବଲ ଲିଗ୍‌, ଫେଡେରେଶନ କପ୍‌ ଏବଂ ଆଇ-ଲିଗ୍‌ ଟାଇଟଲ ଜିତିବା ସହ ୨୦୧୦ରେ ଏଆଇଏଫଏଫ ପ୍ଲେୟର ଅଫ ଦି ଇୟର ପୁରସ୍କାର ଜିତିଥିଲେ। ୨୦୧୧ରେ ଦୋହାରେ ଭାରତର ଏଏଫସି ଏସିଆନ କପ୍‌ ଅଭିଯାନରେ ମଧ୍ୟ ସେ ସାମିଲ ଥିଲେ। ସେଠାରେ ଭାରତର ପ୍ରଥମ ମ୍ୟାଚରେ ସେ ବାହାରିନ ବିପକ୍ଷରେ ପ୍ରଥମ ଗୋଲଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri