ଜେଲ ଗଲେ ୪ ଇଞ୍ଜିନିୟରିଂ ଛାତ୍ର

ଭୁବନେଶ୍ୱର/ଜଟଣୀ/ଯାଁଳା, ୮।୭(ବ୍ୟୁରୋ/ଡି.ଏନ୍‌.ଏ.) : ଇଞ୍ଜିନିୟରିଂ ପାଠ ପଢି ହାଇଟେକ ଉପାୟରେ ଲୁଟ କରୁଥିଲେ। ଏଭଳି ଏକ ଲୁଟେରା ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି ଜଟଣୀ ଥାନା ପୋଲିସ। ସେମାନଙ୍କ ନିକଟରୁ କଟୁରି, ଭୁଜାଲି, ଦୁଇଟି ବାଇକ, ୫ଟି ମୋବାଇଲ୍‌ ସହ ଏକ ହଜାର ଟଙ୍କାକୁ ପୋଲିସ ଜବତ କରିଛି। ସବୁଠୁ ବଡ କଥା ହେଲା, ଗିରଫ ୪ ଅଭିଯୁକ୍ତ ଇଞ୍ଜିନିୟରିଂ ଛାତ୍ର ବୋଲି ପୋଲିସ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମଞ୍ଚେଶ୍ୱର ଥାନା ନହରକଣ୍ଟା ଅଞ୍ଚଳର ସତ୍ୟନାରାୟଣ ବେହେରା ଓରଫ ଜିତୁ, ରାୟଗଡା ଚାନ୍ଦିଲି ଥାନା ଅଞ୍ଚଳର ପ୍ରତାପ କିଶୋର ପରିଡା ଓରଫ ବଳିଆ, ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଗୋପାଳପୁର ଅଞ୍ଚଳର ଅନୀଲ ଓଝା, ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଶିଖରଚଣ୍ଡୀ ଅଞ୍ଚଳର ମହମ୍ମଦ ଓ୍ବାହିଦୁଲ ମାଲିଦା ଓରଫ ଆରିୟାନ। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛନ୍ତି ପ୍ରତାପ କିଶୋର ପରିଡା ବୋଲି ପୋଲିସ କହିଛି। ସେ ଏଭଳି ଲୁଟ୍‌ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୯୯, ୪୦୨ରେ ନଂ. ୨୨୬/୧୯ ଲଗାଇ କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ମୁତାବକ, ଇଞ୍ଜିନିୟରିଂ ଛାତ୍ର ପ୍ରତାପ କମ୍‌ ସମୟରେ ଅଧିକ ଟଙ୍କା କିଭଳି ଲୁଟ୍‌ କରିହେବ ସେନେଇ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେ ଅନ୍ୟ ସାଙ୍ଗମାନଙ୍କୁ ନେଇ ଏକ ଗ୍ୟାଙ୍ଗ ଗଠନ କରିଥିଲେ। ସେମାନେ ୧୬ ନଂ. ଜାତୀୟ ରାଜପଥରେ ଲୁଚି ରୁହନ୍ତି। ଟ୍ରକ୍‌, କାର ଏବଂ ବାଇକ୍‌ ଚାଳକ ଯାହାଙ୍କୁ ପାଆନ୍ତି ସେମାନେ ମାରଣାସ୍ତ୍ର ଦେଖାଇ ଅଟକାଇଥାନ୍ତି। ଗାଡି ଅଟକିବା ପରେ ଚାଳକଙ୍କ ପର୍ସରୁ ଏଟିଏମ୍‌ କାର୍ଡ ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥାନ୍ତି। ପରେ ସେମାନେ ଏଟିଏମ୍‌ କାର୍ଡକୁ ମୋବାଇଲ୍‌ ନମ୍ବର ସହ ଲିଙ୍କ୍‌ କରିଥାନ୍ତି। ଗୁଗୁଲ ପେ ଆପ୍‌ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିଥାନ୍ତି। ଏଭଳି ସେମାନେ ଏକାଧିକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ୍‌ କରୁଥିଲେ। ବିଶେଷକରି ଭାରିଯାନ ଟ୍ରକ୍‌ ଚାଳକଙ୍କଠାରୁ କରୁଥିଲେ। ଭାରିଯାନ ଚାଳକ ଲୁଟ୍‌ର ଶିକାର ହେବା ପରେ ଥାନାରେ ଅଭିଯୋଗ କରି ଚାଲିଯାଆନ୍ତି। ଫଳରେ ପୋଲିସ ସେମାନଙ୍କ ଅଭିଯୋଗ ପ୍ରତି ଏତେଟା ଗୁରୁତ୍ୱ ଦେଇ ନ ଥାଏ। ଲୁଟେରାମାନେ ନିର୍ଭୟରେ ପୁଣି ଲୁଟ ଆରମ୍ଭ କରିଦେଇଥାନ୍ତି। ବିଶେଷକରି ସେମାନେ ଖୋର୍ଦ୍ଧାରୁ ହଂସପାଳ ପର୍ଯ୍ୟନ୍ତ ଲୁଟ୍‌ କରିଥାନ୍ତି। ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଏଭଳି ଅପରେଶନ କରୁଥିବା ପୋଲିସ ସେମାନଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଛି। ଏହାସହ ସେମାନେ ପଥଚାରୀଙ୍କୁ ମାଡ ମାରି ଏଟିଏମ୍‌ର ପାସଓ୍ବାର୍ଡ ନେଇ ଏଟିଏମ୍‌ରୁ ଟଙ୍କା ଉଠାଇ ନେଉଥିଲେ। ସେହିଭଳି ୨୦୧୮ ଡିସେମ୍ବର ୨୮ରେ ଯାଁଳା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥର ପୋଷ୍ଟ ଅଫିସ ଛକ ନିକଟରୁ ଗଞ୍ଜାମ ଜିଲା ନୂଆଗଁ। ଅଞ୍ଚଳର ବିଶ୍ୱନାଥ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଏପରି ସମାନ ତରିକାରେ ଲୁଟ କରିଥିଲେ। ତାଙ୍କ ଆକାଉଣ୍ଟରୁ ୫୯ ହଜାର ଟଙ୍କା ଚଳୁ କରି ନେଇଥିଲେ। ଏ ନେଇ ମଧ୍ୟ ସେ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ସେତେବେଳେ ଏହି ଗ୍ୟାଙ୍ଗ ସମ୍ପର୍କରେ ଅବଗତ ନ ଥିଲେ। ଶନିବାର ଭୋରୁ ସେମାନେ ପିତାପଲ୍ଲି ନିକଟରେ ଲୁଟ୍‌ କରିବାକୁ ଯୋଜନା କରୁଥିଲେ। ଯାଁଳା ଫାଣ୍ଡି ପୋଲିସ ଖବରପାଇ ସେଠାରେ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି। ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳର ଜଣେ ଅଭିଯୁକ୍ତ ଖସିଯିବାରେ ସକ୍ଷମ ହୋଇଥିଲେ। ୪ ଅଭିଯୁକ୍ତ ଗିରଫ ହେବା ପରେ ଏହି ଗ୍ୟାଙ୍ଗ୍‌ରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବାକୁ ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାପିଟାଲ ହସ୍ପିଟାଲର ମହିଳା କର୍ମଚାରୀଙ୍କ ମୃତ୍ୟୁ ପରେ ଫିଟୁଛି ଗୁମର : ପ୍ରିୟାପ୍ରୀତିରେ ମିଳୁଛି ଆଇସିୟୁ ବେଡ୍‌

ଭୁବନେଶ୍ୱର,୧୨।୭(ବ୍ୟୁରୋ) : କ୍ୟାପିଟାଲ ହସ୍ପିଟାଲ ଏସ୍‌ଏନ୍‌ସିୟୁ ବିଭାଗର ମହିଳା କର୍ମଚାରୀ ଅନୁପମା ନାୟକଙ୍କ ବୁଧବାର ମୃତ୍ୟୁ ଘଟିଥିଲା। ଏହାପରେ ହସ୍ପିଟାଲର ଭିତିରି ଗୁମର ପଦାକୁ ଆସିବାରେ...

ପାଟ୍ରୋଲିଂ ବେଳେ ଟ୍ରକ୍‌ ସହ କେନ୍ଦୁପତ୍ର ଜବତ, ଚାଳକ ଫେରାର

ଜମନକିରା, ୧୨।୭: ସମ୍ବଲପୁର ଜିଲା ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ବଡ଼ରମା ବନଖଣ୍ଡ ବନବିଭାଗ ପକ୍ଷରୁ ଷଣ୍ଢପଥରଠାରୁ କଦଳୀପାଳ ମଧ୍ୟରେ ପାଟ୍ରୋଲିଂ ଚାଲିଥିବା...

ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର, ୧୨।୯(ଅସମାପିକା ସାହୁ):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ(ସିମାଟିକ୍‌) ନିଯୁକ୍ତି ପାଇବେ। ଏଥିପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ...

ଆଜି ସ୍ଥଳଭାଗ ଛୁଇଁବ ‘ଅସାନି’

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ବାତ୍ୟା ‘ଅସାନି’ ବୁଧବାର ପୂର୍ବାହ୍ନ ୧୧ ସୁଦ୍ଧା ଆନ୍ଧ୍ରପ୍ରଦେଶର କାକିନାଡ଼ା-ବିଶାଖାପଟଣା ମଧ୍ୟଦେଇ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି।...

ବର୍ଷା ଯୋଗୁ ଟ୍ରେନ୍‌ ସେବା ବାଧାପ୍ରାପ୍ତ: ବହୁ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ବଙ୍ଗେପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଟ୍ରେନ୍‌ ସେବା ବ୍ୟାହତ ହୋଇଛି। ଆଜି ଯିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର...

ଆଜି ରାଜ୍ୟରେ ୧୨୧୯ ପଜିଟିଭ୍‌ ଚିହ୍ନଟ, ୧୦୦ ଉପରେ ୩ ଜିଲା

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ସୋମବାର ୩୦ ଜିଲାରୁ ୧୨୧୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୨୭୯୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

୮୮ବର୍ଷରେ ଓଡ଼ିଆ ସିନେମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’କୁ ଶୁକ୍ରବାର ୮୭ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି।...

ସମସ୍ୟା ବଢ଼ାଉଛି ଡାକ୍ତର ଅଭାବ

ଭୁବନେଶ୍ୱର,୨୭।୭(ବ୍ୟୁରୋ):କରୋନା ସଂକ୍ରମଣ ସାରା ବିଶ୍ୱରେ ଚିନ୍ତା ବଢ଼ାଇ ଦେଇଛି। କରୋନା ପରିସ୍ଥିତିର ମୁକାବିଲା କ୍ଷେତ୍ରରେ ଡାକ୍ତରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡାକ୍ତରମାନଙ୍କୁ ଆଗଧାଡ଼ିର ଯୋଦ୍ଧା ବୋଲି...

Advertisement
Archives

Model This Week