Posted inଜାତୀୟ

ଜେଲ୍‌ ଗଲେ ଅପୂର୍ବା

ନୂଆଦିଲ୍ଲୀ,୨୭ା୪(ପି.ଟି.): ରୋହିତ ଶେଖର ତିଓ୍ବାରୀ ହତ୍ୟା ମାମଲାରେ ଗିରଫ ସ୍ତ୍ରୀ ଅପୂର୍ବା ଶୁକ୍ଳାଙ୍କୁ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କୁ ଅଧିକ ଜେରା କରିବା ଆବଶ୍ୟକ ନାହିଁ ବୋଲି ପୋଲିସ ଜଣାଇବା ପରେ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦୀପକ ଶେରାଓ୍ବତ ଅପୂର୍ବାଙ୍କୁ ଜେଲ୍‌ ପଠାଇଦେଇଛନ୍ତି। ଏନ୍‌.ଡି. ତିଓ୍ବାରୀଙ୍କ ପୁଅ ରୋହିତଙ୍କୁ ଗତ ୧୫ ତାରିଖ ରାତିରେ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଗିରଫ ରୋହିତଙ୍କ ଓକିଲ ସ୍ତ୍ରୀ ଅପୂର୍ବା ଜେରାବେଳେ ପୋଲିସକୁ ଦ୍ୱନ୍ଦ୍ୱରେ ପକାଉଥିବା ଜଣେ ଅଧିକାରୀ କହିଛନ୍ତି। ୪ ଦିନର ଜେରାରେ ସେ କେବେ ଭାଙ୍ଗିପଡ଼ି ନ ଥିବାବେଳେ ଏବେ ଦୁଃଖପ୍ରକାଶ କରୁଛନ୍ତି। ଶାଶୁ ଉଜ୍ଜ୍ୱଳାଙ୍କ ଯୋଗୁ ସେମାନଙ୍କ ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥିଲା। ଶାଳୀଙ୍କ ସହ ରୋହିତଙ୍କ ସମ୍ପର୍କକୁ ନେଇ ୧୫ ତାରିଖ ରାତିରେ ସେମାନଙ୍କ ମଧ୍ୟରେ ମାଡ଼ପିଟ୍‌ ହୋଇଥିଲା। ଅପୂର୍ବା ତକିଆ ସାହାଯ୍ୟରେ ଶ୍ୱାସରୁଦ୍ଧ କରି ରୋହିତଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହବାଜ-ମୁନିରଙ୍କ ଟେନସନ ବଢାଇଲା ଭାରତ!

ନୂଆଦିଲ୍ଲୀ,୧୮।୭: ଅପରେଶନ ସିନ୍ଦୂର ପରେ ଭାରତ ନିଜର ଶକ୍ତିକୁ ଆହୁରି ବୃଦ୍ଧି କରିବା ପାଇଁ କାମ ଆରମ୍ଭ କରିଛି। ସେନା କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାରେ ବହୁତ ଦ୍ରୁତ...

ରାଜଧାନୀ ପରେ ବେଙ୍ଗାଲୁରୁ, ୪୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ବେଙ୍ଗାଲୁରୁ,୧୮।୭: ଦିଲ୍ଲୀ ପରେ, ଏବେ ବେଙ୍ଗାଲୁରୁର ଅତି କମରେ ୪୦ଟି ସ୍କୁଲକୁ ବୋମା ଧମକ ମିଳିଛି। ଏହି ବିଷୟରେ ସୂଚନା ପାଇବା ପରେ, ପୋଲିସ ସକ୍ରିୟ...

ବଳାତ୍କାର ପରେ ବାଳିକାକୁ କରିଥିଲେ ହତ୍ୟା, ଏବେ ଏନକାଉଣ୍ଟରରେ ଗଲା ଜୀବନ

ଫରୁଖାବାଦ,୧୮।୭: ଜଣେ ବାଳିକଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ, ଅଭିଯୁକ୍ତଙ୍କ ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏବେ ଏହି ମଧ୍ୟବୟସ୍କ ବ୍ୟକ୍ତିଙ୍କୁ ପୋଲିସ...

ଧରାପଡିଲା ପାକିସ୍ତାନର ଚାଲାକି, ଭାରତର ମିତ୍ର ଦେଶକୁ କାହିଁକି ବାରମ୍ବାର ଯାଉଛନ୍ତି ମୁନିର, ପଛରେ ରହିଛି ଚାଇନାର…

ନୂଆଦିଲ୍ଲୀ/ଇସଲାମାବାଦ,୧୮।୭: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଜୁଲାଇ ୨୦ରୁ ତିନୋଟି ଦେଶକୁ ଏକ ସପ୍ତାହ ବ୍ୟାପୀ ଗସ୍ତରେ ଯିବେ, ଯାହାକୁ ଗ୍ଲୋବାଲ...

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା, ୫୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ମିଳିଲା ଦର୍ଶନ ଅନୁମତି

ଶ୍ରୀନଗର,୧୮ା୭: ଖରାପ ପାଗ ଏବଂ ରାସ୍ତା ଧସିବା ଯୋଗୁ ଅମରନାଥ ଯାତ୍ରାକୁ ଗୋଟିଏ ଦିନ ପାଇଁ ବନ୍ଦ ହୋଇଥିଲା। ଯାହା ପରେ ଆଜି ଅର୍ଥାତ୍‌ ଶୁକ୍ରବାର...

ଭାରତ ପାଇଁ ବଡ଼ କାମ କରିଦେଲା ଆମେରିକା: ପାକିସ୍ତାନ ପାଇଲା ପାନେ, ଜୟଶଙ୍କର କହିଲେ…

ଓ୍ବାଶିଂଟନ୍‌,୧୮।୭: ଆମେରିକା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହା ଉପରେ ପ୍ରତିକ୍ରିୟା...

୨୦ ସ୍କୁଲକୁ ବୋମା ଧମକ: ରାଜଧାନୀରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୧୮।୭: ପୁଣିଥରେ ଦିଲ୍ଲୀର ସ୍କୁଲଗୁଡ଼ିକୁ ବୋମା ଧମକ ମିଳିଛି। ମୋଟ ୨୦ଟି ସ୍କୁଲକୁ ବୋମା ଧମକ ମିଳିଛି। ପ୍ରଥମେ, ରୋହିଣୀ ସେକ୍ଟର ୩ରେ ଥିବା ଅଭିନବ...

ପରକୀୟା ପ୍ରୀତିରେ ମାତିଥିଲେ ସ୍ତ୍ରୀ: ସ୍ବାମୀ ଲାଇଭ୍‌ ଭିଡିଓ କରି…

ନୂଆଦିଲ୍ଲୀ,୧୮ା୭:ଦିଲ୍ଲୀର ନିହାଲ ବିହାର ଅଞ୍ଚଳରେ ବିକାଶ ନାମକ ଯୁବକ ରଶିରେ ଝୁଲି ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ଆତ୍ମହତ୍ୟାର ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri