ଜେଲରେ ବ୍ୟାପୁଛି କରୋନା

କଟକ ଅଫିସ,୧୦ା୬: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପିରିକି ଜେଲ୍‌ରେ ମଧ୍ୟ ସଂକ୍ରମଣ ବ୍ୟାପୁଛି। ବ୍ରହ୍ମପୁର ମଣ୍ଡଳ କାରାଗାରରେ ୨ ଓ ରାଉରକେଲା ଉପ କାରାଗାରରେ ୬ ଜଣ ବିଚାରାଧୀନ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ ବସିଛି। ଏଥିରେ ଗୃହ ବିଭାଗ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଓ ମହାନିର୍ଦ୍ଦେଶକ (କାରାଗାର) ସନ୍ତୋଷ ଉପାଧ୍ୟାୟ ଉପସ୍ଥିତ ଥିଲେ। ବୈଠକର ନିଷ୍ପତ୍ତି କ୍ରମେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ରାଜ୍ୟରେ ଥିବା ପ୍ରତ୍ୟେକ ଜିଲା କାରାଗାର ଓ ଉପକାରାଗାରରେ ଥିବା ବିଚାରାଧୀନ କଏଦୀଙ୍କ କରୋନା ପରୀକ୍ଷଣ କରାଇବେ। ଆବଶ୍ୟକସ୍ଥଳେ ଜେଲ୍‌ ବିଭାଗ ନିର୍ଦ୍ଦେଶକଙ୍କ ସହାୟତାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ମୁତାବକ ନିଆଯାଇଥିବା ପଦକ୍ଷେପର ସବିଶେଷ ବିବରଣୀ ଏକ ସପ୍ତାହ ମଧ୍ୟରେ ଉଚ୍ଚସ୍ତରୀୟ କମିଟିକୁ ଦିଆଯିବ। ଗୃହ ବିଭାଗ ମୁଖ୍ୟ ଶାସନ ସଚିବ, ଡିଜିପି ଓ ସମସ୍ତ ହିତାଧିକାରୀଙ୍କ ନିକଟରେ ଅର୍ନେଶ କୁମାର ଭର୍ସେସ ଷ୍ଟେଟ ଅଫ ବିହାର, (୨୦୧୪)୮ ଏସ୍‌ସିସି ୨୭୩ କେସ୍‌ର ପୁନଃ ଆଲୋଚନା କରାଯାଇ ଏହାର ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚରେ ୧୦୧ ନକଲି ମତ୍ସ୍ୟଜୀବୀ ଚିହ୍ନଟ

ମହାକାଳପଡ଼ା, ୧ା୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଅଧୀନ ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଉପକୂଳ ଅଞ୍ଚଳର ୩୫ଟି ଗଁାରେ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ରହୁଛନ୍ତି। ସେମାନେ ନଦୀ, ସମୁଦ୍ରରେ...

ପ୍ରଶାସନ ଆଢୁଆଳରେ ଗୋଚାଲାଣ

ନିମାପଡ଼ା,୪।୨(ଡି.ଏନ୍‌.ଏ.): ପୁରୀ ଜିଲା ଚାରିଛକ ଥାନା ଅନ୍ତର୍ଗତ ଚାରିଛକ ତୁଳସୀପୁର, କୁସୁମାଠେଙ୍ଗ ଆଦି ଅଞ୍ଚଳ ଏବେ ଚୋରା ଗୋରୁ ବେପାରୀ ଓ ଚୋରା ଚାଲାଣକାରୀଙ୍କ ଆଡ୍ଡାସ୍ଥଳୀ...

ମୃତକଙ୍କ ପରିବାରକୁ ଭେଟିଲେ କଂଗ୍ରେସ ନେତା

ଗୋପାଳପୁର,୧୪ା୨- ଗତ ରବିବାର ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ନିର୍ବନ୍ଧ ପାଇଁ ଯାଉଥିବା ବସ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ...

ଶ୍ରୀମନ୍ଦିରରେ ମାରା ହେଲା ଭୋଗ

ପୁରୀ ଅଫିସ, ୩୧।୮: ଦୀର୍ଘଦିନ ପରେ ଶ୍ରୀମନ୍ଦିରରେ ଭୋଗ ମାରା ହୋଇଛି। ଜଣେ ସେବାୟତଙ୍କ ପାଇଁ ଶନିବାର ରାତିରେ ପ୍ରାୟ ୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ମହାପ୍ରଭୁଙ୍କ...

ବଦଳି ଦାବିକୁ ଛାତ୍ରୀଛାତ୍ରଙ୍କ ବିରୋଧ

ରସୁଲପୁର,୧୮।୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତ ଆଦାମପୁରସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଶୁକ୍ରବାର କେତେଜଣ...

ସାମ୍ବାଦିକ ସୁରକ୍ଷା ଆଇନ ପାଇଁ ଦାବି ତେଜିଲା

ଯାଜପୁର ଟାଉନ/ଚଣ୍ଡିଖୋଲ/ବରୀ/ ସିଂହପୁର/ଜେନାପୁର,୨୨ା୨ (ଡି.ଏନ୍‌.ଏ.):ରବିବାର ଥିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ହେଲେ ପ୍ରଥମ, ଦ୍ୱିତୀୟ ପରି ତୃତୀୟ ପର୍ଯ୍ୟାୟ...

ସାଟେଲାଇଟ ମାପଚୁପ ଆରମ୍ଭ

ଯାଜପୁର ଅଫିସ,୩୦ା୮:ଅନୁମୋଦନଠାରୁ ବହୁ ଗୁଣ ମୂଲ୍ୟବାନ ଗ୍ରାନାଇଟ ପଥର ଉତ୍ତୋଳନ ଉପରେ ସାଟେଲାଇଟ୍‌ ମାପଚୁପ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି। କଟକସ୍ଥିତ ମାଇ ୱାର୍ଲଡ୍‌ କନସଲଟାନ୍ସିକୁ...

ଭୋଟ ଗଣତି କେନ୍ଦ୍ରରୁ ଫେରିଲା ବେଳେ ଦୁର୍ଘଟଣା, ଗଲା ୫ ଜୀବନ

ଖମାର,୧।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡା ବ୍ଲକ ୧୪୯ ନମ୍ବର ଜାତୀୟ ରାଜପଥ ଖମାର ଥାନା ଅନ୍ତର୍ଗତ କଣ୍ଟିଆପସି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା...

Advertisement
Archives

Model This Week