Posted inଫୁରସତ

ଜେଲରୁ ଖସିବା ପାଇଁ ଝିଅକୁ ବ୍ୟବହାର କଲେ ବାପା

ଜେଲରୁ ବାହାରି ଯିବା ପାଇଁ ଜଣେ ବାପ ତା’ ଝିଅକୁ ବ୍ୟବହାର କରିପାରେ! କଥାଟି ଶୁଣିବାକୁ କେମିତି ଟିକେ ଅଡୁଆ ମନେ ହେଉଛି। ଜଣେ ବାପ ହୋଇ କେମିତି ଏପରି ଏକ କାମ କରିପାରିବ? ମାତ୍ର କଥାଟି ଶହେରୁ ଶହେ ପ୍ରତିଶତ ସତ। ଘଟଣାଟି ଘଟିଛି ବ୍ରାଜିଲ୍‌ରେ। ଆଉ ଏହି ବାପ ଜଣକ ହେଉଛନ୍ତି ଜଣେ ବେଆଇନ୍‌ ଡ୍ରଗ୍‌ ବ୍ୟବସାୟୀ। ନଁା ତାଙ୍କର ହେଉଛି କ୍ଲାଉବିନ୍‌ ଦା’ ସିଲଭା। କ୍ଲାଉବିନ୍‌ଙ୍କୁ ରିଓ ଡି ଜାନେଇରୋର ଏକ ଜେଲ୍‌ରେ ରଖାଯାଇଥିଲା। ତାଙ୍କର ଅପରାଧ ଏଭଳି ଥିଲା ଯେ, ସେଠାକାର ବିଚାରାଳୟ ତାଙ୍କୁ ୭୩ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ତେବେ କ୍ଲାଉବିନ ଜେଲ୍‌ରେ ରହିବାକୁ ଚାହୁଁ ନଥିଲେ। ପୁଣି ମୁକୁଳିବାର ତ ବାଟ ନଥିଲା। ସେ ଗୋଟେ କଥା ଚିନ୍ତାକଲେ। ତାଙ୍କର ଗୋଟିଏ ୧୯ବର୍ଷ ବୟସର ଝିଅ ଥିଲା। ଝିଅ ବାପାଙ୍କୁ ଭେଟିବା ପାଇଁ ସବୁବେଳେ ଜେଲ୍‌କୁ ଆସୁଥିଲା। ସେହି ଝିଅକୁ ନେଇ କ୍ଲାଉବିନ୍‌ ଦା’ ସିଲ୍‌ଭା ବାହାରକୁ ଯିବାର ଯୋଜନା ବନେଇଲେ। ସେ ଝିଅକୁ କହିଲେ ଯେ, ଠିକ୍‌ ତା’ରି ପ୍ରତିକୃତିର ଏକ ମାସ୍କ ତିଆରି କରି ଆଣିବ। ସେ ଯେଉଁ ସବୁ ଡ୍ରେସ୍‌ ପିନ୍ଧୁଛି ସେଥିରୁ ଗୋଟିଏ ଲେଖାଏଁ ତାଙ୍କୁ ଦେଇଯିବ। ଝିଅ ସେଇଆ କଲା। କ୍ଲାଉବିନ୍‌ ଦା’ ସିଲଭା ମାସ୍କ ଲଗେଇ ଡ୍ରେସ୍‌ ପିନ୍ଧିଦେଲେ ତ ନିଜ ଝିଅ ଭଳି ଲାଗିଲେ। ଏହାପରେ ସେ ଝିଅକୁ ନିଜର ଡ୍ରେସ୍‌ ପିନ୍ଧେଇ ଜେଲ୍‌ ଭିତରେ ବସେଇଦେଲେ। ଆଉ ନିଜେ ବାହାରକୁ ଚାଲି ଆସିବାର ଯୋଜନା କଲେ। ହେଲେ ବାଟରେ ଯେତେବେଳେ ତାଙ୍କୁ ଚେକ୍‌ କରାଗଲା ସେ ଧରାପଡ଼ିଲେ ଓ ପୁଣିଥରେ ଜେଲ୍‌କୁ ଘୋସରା ହୋଇଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri