ଜେଏନ୍‌ୟୁ ହିଂସା: ‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ସଫେଇ ଦେଲେ ଯୁବତୀ

ମୁମ୍ବାଇ,୭।୧: ଜେଏନ୍‌ୟୁ ହିଂସାକୁ ନେଇ ମୁମ୍ବାଇର ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆରେ ବିରୋଧ ପ୍ରଦର୍ଶନ ସମୟରେ ସାମ୍ନାକୁ ଆସିଥିବା ‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ହେଲେ ଏହି ପୋଷ୍ଟରକୁ ଧରିଥିବା ଯୁବତୀ ଜଣକ ଏ ନେଇ ଏକ ଭିଡିଓ ଜାରି କରି ଏହା ଉପରେ ସଫେଇ ଦେଇଛନ୍ତି। ମେହେକ ପ୍ରଭୁ ନାମକ ଏହି ଯୁବତୀ ଜଣକ କହିଛନ୍ତି ‘ଫ୍ରି କଶ୍ମୀର’ ପୋଷ୍ଟର ଦେଖାଇବାରେ ତାଙ୍କର ସେମିତି କୌଣସି ଉଦ୍ଦେଶ୍ୟ ନ ଥିଲା। ସେଠରେ ପଡିଥିବା ଏହି ପୋଷ୍ଟରଟିକୁ ଉଠାଇ ସେ କଶ୍ମୀରରେ ବନ୍ଦ ରହିଥିବା ମୋବାଇଲ ଓ ଇଣ୍ଟରନେଟ୍‌ ସେବାକୁ ପୁଣିଥରେ ଚାଲୁ କରିବାକୁ କହିବାକୁ ଚାହୁଁଥିଲେ ବୋଲି କହିଛନ୍ତି। ଇନଷ୍ଟାଗ୍ରାମରେ ସେ ତାଙ୍କର ଏହି ଭିଡିଓଟି ଅପଲୋଡ କରିଛନ୍ତି। ମେହେକ ଆହୁରି ମଧ୍ୟ କହିଛନ୍ତି ସେ କଶ୍ମୀରର ନୁହେଁ ବରଂ ମୁମ୍ବାଇ ବାସିନ୍ଦା। ଆଉ ସେ କୌଣସି ସଙ୍ଗଠନର ସଦସ୍ୟ ମଧ୍ୟ ନୁହଁନ୍ତି। ସୂଚନାଯୋଗ୍ୟ, ଏବେ ଏହି ପୋଷ୍ଟରକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଥିବା ବେଳେ ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୩ରେ ଗୁଗୁଲ୍ ରେ କ’ଣ ସର୍ଚ୍ଚ କରିଥିଲେ ଭାରତୀୟ? କିଆରା ଆଡଭାନୀଙ୍କ ଠାରୁ ଚନ୍ଦ୍ରୟାନ୍-୩ ପର୍ଯ୍ୟନ୍ତ ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୧।୧୨: ୨୦୨୩ ଶେଷ ହୋଇ ଆସୁଥିଲା ବେଳେ, ବର୍ତମାନ ଚଳିତ ବର୍ଷ ଘଟିଥିବା ଘଟଣାଗୁଡ଼ିକ, ବିଭିନ୍ନ ପ୍ରଶ୍ନ ଏବଂ ଆଗ୍ରହ ବିଷୟରେ ଚିନ୍ତା କରିବାର ସମୟ...

ରାଜସ୍ଥାନରେ ଘୁଞ୍ଚିଲା ବିଧାୟକ ଦଳ ବୈଠକ, ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମିଳିବ କି ନୂଆ ଚେହେରାଙ୍କୁ ସୁଯୋଗ

ଜୟପୁର,୧୧।୧୨: ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ଭାଜପାରେ କସରତ ଜାରି ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦଳରେ ଅଡୁଆ ବଢାଇଦେଇଛନ୍ତି। ବିଶେଷ...

ମୋବାଇଲ୍‌ ପାଇଁ ଭାଇ-ଭଉଣୀଙ୍କ ମଧ୍ୟରେ ହେଲା ଝଗଡା: ଆଉ ତା’ପରେ ଘଟିଲା ଏମିତି

ଲକ୍ଷ୍ନୌ,୧୧।୧୨: ଉତ୍ତରପ୍ରଦେଶର ସାହାରନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଭାଇ ତାଙ୍କ ଭଉଣୀକୁ ଗୁଳି କରି ଘଟଣାସ୍ଥଳରୁ ଫେରାର ଥିବା ଅଭିଯୋଗ ହୋଇଛି।...

କିଏ ସେହି ମୋହନ ଯାଦବ? ଜାଣନ୍ତୁ କାହିଁକି ଭାଜପା ତାଙ୍କ ଉପରେ କଲା ଭରସା

ଭୋପାଳ,୧୧।୧୨: ମୁଖ୍ୟମନ୍ତ୍ରୀ ନାଁ ବାଛିବା ପାଇଁ ସୋମବାର ମଧ୍ୟପ୍ରଦେଶରେ ଭାଜପାର ବିଧାୟକ ଦଳ ବୈଠକ  ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଧାୟକମାନେ ମୋହନ ଯାଦବଙ୍କ ନାମକୁ...

ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ଭୋପାଳ,୧୧।୧୨:ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଭାଜପା ବିଧାୟକ ଦଳର ବୈଠକରେ ମୋହନ ଯାଦବଙ୍କ ନାଁରେ ମୋହର ବାଜିଛି। ସେ ଶିବରାଜ ସିଂ ଚୌହାନଙ୍କ...

ବୋହୂଙ୍କ ବିବାହ କରାଇଲେ ଶାଶୁଘର ଲୋକେ

ଲକ୍ଷ୍ନୌ,୧୧।୧୨: ମଧ୍ୟପ୍ରଦେଶର ଛିନ୍ଦ୍‌ୱାଡ଼ା ଜିଲା ପରାସିଆ ତହସିଲ ଅଧୀନ ଶଙ୍କରଗଡ଼ ଅଞ୍ଚଳର ଏକ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶାଶୁଘର ଲୋକେ ବିଧବା ବୋହୂଙ୍କ...

ଏମାନଙ୍କର ବି ହୋଇପାରିବ ଆଧାର

ନୂଆଦିଲ୍ଲୀ,୧୧।୧୨: ଦେଶରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଧାର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। କିନ୍ତୁ ଦେଶର କେତେକ ଲୋକ ଅଛନ୍ତି ଯାହାର ଆଙ୍ଗୁଠି ନାହିଁ, ତେବେ...

ଆର୍ଟିକଲ ୩୭୦କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମୋଦି କହିଲେ-ଏହା ଆଶାର କିରଣ

ନୂଆଦିଲ୍ଲୀ,୧୧।୧୨: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବାକୁ ମୋଦି ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଠିକ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତଜ୍ଞତା ଜଣାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri