ଜୁଲାଇ ୪ରେ ରଥଯାତ୍ରା: ଚାଲିଛି ଦୁଆର ବେଢ଼ା କାମ

ପୁରୀ ଅଫିସ, ୩୦ା୬: ଜୁଲାଇ ୪ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ଚଳଚଞ୍ଚଳ ରଥଖଳା। ଅକ୍ଷୟତୃତୀୟଠାରୁ ଆରମ୍ଭ ହୋଇଥିବା ରଥକାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମହାରଣା, ଭୋଇ, କମାର, ରୂପକାର ଏବଂ ଚିତ୍ରକର ସେବକମାନେ କାମରେ ବ୍ୟସ୍ତ ରହିଛନ୍ତି। ତିନିରଥର ତୃତୀୟ ଭୂଇଁ ଟୁଙ୍ଗୁରା ଯିବାପରେ ପୋଟଳ ଖମ୍ବି, ପୋଟଳ ଓରା ଉପରକୁ ଉଠି ପ୍ରଥମ ପରସ୍ତ ପୋଟଳ ତଥା ବଡଥଳି ପୋଟଳ ଉଠିଛି। ରଥର ତେର ପରସ୍ତ ପୋଟଳ କାମ ସରିଛି। ଅଁଳା ହଣା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦୁଆର ବେଢା, କଳସ ଓ ଖପୁରି କାମ ଚାଲିଛି। ତେର ପରସ୍ତ ପୋଟଳର ୬ ଓ ୭ ନମ୍ବରକୁ ମିଶାଇ ପାରାଭାଡ଼ିି ପ୍ରସ୍ତୁତ କରାଯାଏ। ଦର୍ପଦଳନ ରଥର ପାରା ଭାଡ଼ି ପ୍ରସ୍ତୁତ ଶେଷ ହୋଇ ରଙ୍ଗ ଦିଆ ସରିିଛି। ଅନ୍ୟ ଦୁଇ ରଥର ପାରାଭାଡ଼ି କାମି ଚାଲିଛି। ଚାରି ନାହାକା ଚାରିପଟେ କଇଁଚି ବାଡ଼ିଆ କରାଯାଇଛି। ଏହା ଚାରି ନାହାକାକୁ ଶକ୍ତ ରଖିବ। ରଥରେ ତାଗ ବାଡ଼ିଆ କରାଯାଇଛି। ଗୟଳ ଉପରେ ବରଗା ଗୁଡ଼ିକ ହେଉଛି ତାଗ। ତାଗବାଡିଆ ସରିବା ପରେ ରଥରେ ପଟା ପଡ଼ିବ। ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ରଙ୍ଗ କାମ ଚାଲିଛି। ଚିତ୍ରକର ସେବକମାନେ ଶିଖର ଡମ୍ବରୁ, ପାର୍ଶ୍ୱ ଦେବଦେବୀ, ସଖୀ, ଓଲଟ ଶୁଆ, ହଂସପଟା, କନ୍ୟାପଟା, ଋଷିପଟା, ଠେକରାବାଡ, ନାଟଗୋଡ ପ୍ରଭୃତି ରଙ୍ଗ କରୁଛନ୍ତି। ରୂପକାର ସେବକମାନେ ନାଟଗୋଡ଼ ଓ ସିଂହାସନ ନିର୍ମାଣରେ ଲାଗିଛନ୍ତି। ଦେଳବୋଦି କୋଣରେ କମାର ସେବକମାନେ କଣ୍ଟା ନିର୍ମାଣରେ ବ୍ୟସ୍ତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପ୍‌ଗ୍ରେଡ୍‌ ହେବ ୧୦୦ ହାଇସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର,୩।୮(ବ୍ୟୁରୋ): ସ୍କୁଲଗୁଡ଼ିକରୁ ଡ୍ରପ୍‌ଆଉଟ୍‌ ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଆସନ୍ତା ଶିକ୍ଷା ବର୍ଷରୁ ଅପଗ୍ରେଡ ହେବ ୧୦୦ଟି...

ଗ୍ରୀନ୍‌ ଚିଲିକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପରସିବା ପଡ଼ିଲା ମହଙ୍ଗା। ରାଜଧାନୀର ମାଷ୍ଟରକ୍ୟାଣ୍ଟିନରେ ଥିବା ଗ୍ରୀନ ଚିଲି ଦୋକାନକୁ ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ବୁଧବାର...

ବିଏମ୍‌ସି ହାତକୁ ଗଲା କୋଚିଲେଇ ହାଟ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଚଳିତବର୍ଷ ତା’ର ରାଜସ୍ବ ବଢାଇବା ଉଦ୍ୟମ ଜାରି ରଖିଛି। ଏହି ମର୍ମରେ ରସୁଲଗଡ଼ ଛକ ନିକଟରେ ଥିବା...

ବୁଲିପାରିଲେନି ବୋଲି କାଠରେ ତିଆରି କଲେ ବିସ୍ମୟ

ଭୁବନେଶ୍ୱର,୩ା୩(ବ୍ୟୁରୋ): ପିଲାବେଳୁ ସ୍ବପ୍ନ ଥିଲା ପ୍ୟାରିସ୍‌ର ଏଫିଲ୍‌ ଟାଓ୍ବାର ଥରେ ଦେଖିବା, ଆଗ୍ରାର ତାଜମହଲ ଆଗରେ ଫଟୋ ଉଠାଇବା, ଆଉ ଇଜିପ୍ଟର ପିରାମିଡ୍‌ ବୁଲିବା। ହେଲେ...

ରାଜଧାନୀରୁ ଆଜି ୩୬୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୩୦।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୭୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୯୪...

କୋଭିଡ୍‌ ଚିନ୍ତା ବଢ଼ାଉଛନ୍ତି ଅମାନିଆ

ଖୋର୍ଦ୍ଧା ଅଫିସ,୨୭।୪: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ସଂକ୍ରମଣ ରୋକିବା ଲାଗି ସରକାର ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ଶନି ଓ...

ରାଜ୍ୟରେ ଆଜି ୯,୮୮୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ମଙ୍ଗଳବାର ରାଜ୍ୟରେ ୯,୮୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫,୬୧୧ ଜଣ...

ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣ: ବିମାନର ୩୨ଜଣ, ୭ ବିଧାନସଭା କର୍ମଚାରୀ….

ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଶନିବାର ଅପରାହ୍ନ ସୁଦ୍ଧା ମୋଟ ୨୫୬ଟି ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ପୂର୍ବଭଳି ୩ଜଣ...

Advertisement
Archives

Model This Week