ଜୁନ୍‌ ୧୭ରୁ ରାଜ୍ୟରେ ଖୋଲିବ ନାହିଁ ସ୍କୁଲ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ଜୁନ୍‌ ୧୭ ତାରିଖରୁ ସ୍କୁଲ ଖୋଲିବ ନାହିଁ। ଏନେଇ ରବିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଶନିବାର କେନ୍ଦ୍ର ସରକାର ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସ୍କୁଲ ଓ କଲେଜ୍‌ ଖୋଲିବା ନେଇ ନୂଆ ଗାଇଡ୍‌ଲାଇନ୍‌ ଆଣିଥିଲେ। ତଦନୁଯାୟୀ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି। ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କୁ ଆଲୋଚନା ପାଇଁ କୁହାଯାଇଛି। ତେଣୁ ସେହି ଅନୁସାରେ ଜୁନ୍‌ ୧୭ରୁ ସ୍କୁଲ ଖୋଲିବ ନାହିଁ। ପରବର୍ତ୍ତୀ କଥା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ମେ’ ୩୧ରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ହେଉଛି। ଏହାକୁ ଦୃଷ୍ଟିରେ ରଖି ଶନିବାର କେନ୍ଦ୍ର ସରକାର ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ଏହା କେବଳ ନିଷିଦ୍ଧାଞ୍ଚଳରେ ବଳବତ୍ତର ରହିବ। ଏହି ଜୋନ ବାହାରେ ସମସ୍ତ ଅର୍ଥନୈତିକ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ ବୋଲି କୁହାଯାଇଛି। ପ୍ରଥମ ପର୍ଯ୍ୟାୟ ଅର୍ଥାତ ଜୁନ୍‌ ୮ରେ ଧାର୍ମିକ ସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ ଆଦି ଖୋଲିବାକୁ ଅନୁମତି ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବ। ହେଲେ ସେଥିପାଇଁ ରାଜ୍ୟ ସରକାର ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସ୍ତରରେ ଅଭିଭାବକ ଓ ଅନ୍ୟ ପକ୍ଷମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ ପରାମର୍ଶ ରହିଥିଲା। ତେବେ ସବୁପକ୍ଷଙ୍କ ପରାମର୍ଶକ୍ରମେ ଜୁଲାଇରୁ ଶିକ୍ଷାନୁଷ୍ଠାନ ଖୋଲିବା ଲାଗି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ରେକର୍ଡ ଭାଙ୍ଗିଲା ମୃତ୍ୟୁସଂଖ୍ୟା: ଦିନକରେ କରୋନା ନେଲା ୩୫ ଜୀବନ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୩୫ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୫୮୪ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ହାତୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ, ୫।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ସ୍ନାନବେଦୀରେ ବିଜେ କରିବା ପରେ ନୀତିକାନ୍ତି ଆରମ୍ଭ ହୋଇଛି। ବେଦୀରେ ମହାପ୍ରଭୁଙ୍କ...

ଆର୍‌ପିଏଫ୍‌ ପ୍ରତିଷ୍ଠା ଦିବସ: ୩୫ ଯବାନ ପୁରସ୍କୃତ

ଭୁବନେଶ୍ୱର, ୨-୯(ବ୍ୟୁରୋ): ପୂର୍ବତଟ ରେଳପଥ ମୁଖ୍ୟାଳୟରେ ମଙ୍ଗଳବାର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌)ର ୩୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆର୍‌ପିଏଫ୍‌ ଆଇଜି ରାଜା ରାମଙ୍କ...

ଜେଜେବାପାଙ୍କ ଦଶାହରେ ନାତିଙ୍କ ଜୀବନ ଗଲା

ସଜନାଗଡ଼, ୨୯।୧: ଜେଜେବାପାଙ୍କ ଦଶାହରେ ବନ୍ଧୁ ପରିଜନ ଶୁଦ୍ଧିକ୍ରିୟାରେ ବ୍ୟସ୍ତ ଥିଲେ। ସମସ୍ତେ ପୋଖରୀଘାଟରେ କ୍ଷୌର ହେଉଥିବା ବେଳେ ୨୨ବର୍ଷୀୟ ନାତି ଗାଧୋଇବାକୁ ଯାଇ ଆଉ...

ସ୍ଥଗିତ ରଥଯାତ୍ରାର ଇତିହାସ

ପୁରୀ ଅଫିସ,୨୫ା୪: ଜୁନ୍‌ ୨୩ରେ ରଥଯାତ୍ରା। ହେଲେ ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଜୁନ୍‌...

୭ ହଜାର ଶାମୁକାରେ ପ୍ରଭୁ ଗଜାନନଙ୍କ ବାଲୁକା କଳା ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ ଅଫିସ,୧୦ା୯: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ପ୍ରୟାସ କରିଛନ୍ତି। ପ୍ରଥମଥର ସେ ୭ ହଜାର ଶାମୁକା ନେଇ ପୁରୀ...

୯ ଖଣି ନିଲାମ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ)- ରାଜ୍ୟର ୯ଟି ଖଣି ନିଲାମୀ ପାଇଁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୭ ଲୁହାପଥର, ଗୋଟିଏ ମାଙ୍ଗାନିଜ୍‌ ଏବଂ ଗୋଟିଏ ଲୁହା ପଥର...

ବଲାଙ୍ଗୀର ମ୍ୟୁନିସିପାଲଟି ରାସ୍ତାରେ ଡ୍ରେନ୍‌ ପାଣି: ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ବଲାଙ୍ଗୀର ଅଫିସ, ୫।୪: ବଲାଙ୍ଗୀର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୧୮ ତୁଲସୀନଗର ପଡ଼ାରେ ଏକ ଡ୍ରେନ ନିର୍ମାଣ କାମ ଅଧା ପଡ଼ିଥିବାରୁ ରାସ୍ତା ଉପରେ...

Advertisement
Archives

Model This Week